ହଜାରେ ମହିଳାଙ୍କ ସହ ଥିଲା ସେନୱାର୍ଣ୍ଣଙ୍କ ସମ୍ପର୍କ !
ନୂଆଦିଲ୍ଲୀ : ସ୍ପିନର ଯାଦୁଗର ସେନ ୱାର୍ଣ୍ଣଙ୍କର ଗତକାଲି ପରଲୋକ ହୋଇଯାଇଛି । ପଡ଼ିଆ ଭିତରେ ସେ ଯେତିକି ଚର୍ଚ୍ଚିତ ଥିଲେ ପଡ଼ିଆ ବାହାରେ ବି ସେତିକି ଚର୍ଚ୍ଚା ସୃଷ୍ଟି କରିଥିଲେ । ବିଶେଷକରି ମହିଳାଙ୍କ ସହ ତାଙ୍କର ସମ୍ପର୍କ ବେଶ ଚର୍ଚ୍ଚାରେ ରହିଥିଲା ।
ବ୍ରିଟିଶ ସାମ୍ବାଦିକ ପଲ ବେରି ତାଙ୍କ ପୁସ୍ତକରେ ୱାର୍ଣ୍ଣଙ୍କ ସମ୍ପର୍କରେ ଉଲ୍ଳେଖ କରିବା ସହ ହଜାରେ ମହିଳାଙ୍କ ସହ ସମ୍ପର୍କ ରହିଥିଲା ବୋଲି କହିଥିଲେ । ସେ ପୁସ୍ତକରେ ଲେଖିଥିଲେଯେ, ଅଷ୍ଟ୍ରେଲିଆ ଖେଳାଳୀଙ୍କର ବହୁ ମହିଳାଙ୍କ ସହ ସମ୍ପର୍କ ରହିଥାଏ । ଯେଉଁଥିପାଇଁ ସେମାନେ ସବୁବେଳେ ସାଙ୍ଗରେ କଣ୍ଡୋମ ନେଇ ଯାଇଥା’ନ୍ତି । ଏକ୍ଷେତ୍ରରେ ସେନ ୱାର୍ଣ୍ଣ ସବୁଠାରୁ ଆଗରେ ରହିଥିଲେ । ସେ ହଜାରେ ମହିଳାଙ୍କ ସହ ସମ୍ପର୍କ ରଖିଥିବାବେଳେ ୫ ଥର ଧରାପଡ଼ିଥିଲେ । ୧୯୯୫ରେ ସେ ସିମୋନଙ୍କୁ ବିବାହ କରିବାର ଚାରି ମାସ ପରେ ଅନ୍ୟ ଜଣଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏମିତିକି ବିବାହ ପୂର୍ବରୁ ସେ ଜଣେ ବ୍ରିଟିଶ ମହିଳାଙ୍କ ସହ ଡେଟ କରୁଥିଲେ ।
ତେବେ ଏଭଳି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଥିଲେ ସେନ ୱାର୍ଣ୍ଣେ । ତାଙ୍କ ଉପରେ ଲିଖିତ ପୁସ୍ତକରେ ବହୁ ମିଛ କଥା ଲେଖାଯାଇଛି ବୋଲି ସେ କହିଥିଲେ ।
Powered by Froala Editor