ହଜିଗଲା ମାନବିକତା, ସାନଭାଇର ଗଳା ଚିପି ହତ୍ୟା କଲା ବଡଭାଈ

ଚମାରପଡା: ଦିନକୁ ଦିନ ବିଶୃଙ୍ଖଳିତ ହେଉଛି ପରିବେଶ । ହଜି ଯାଉଛି ମାନବିକତା । କିଛି ସମୟର ରାଗ ଉଜାଡି ଦେଉଛି ସୁନାର ସଂସାର । ସାମାନ୍ୟ ଘଟଣାରେ ମଣିଷ ରାଗର ବଶବର୍ତ୍ତୀ ହୋଇ ଘଟାଉଛି ଅଭାବନୀୟ କାଣ୍ଡ । ଯେଉଁଥିପାଇଁ ମଣିଷକୁ ସାରା ଜୀବନ ଅନୁତାପ କରିବାକୁ ପଡୁଛି । ସାମାନ୍ୟ ବଚସାରୁ ବଡଭାଈ, ସାନଭାଈର ଗଳା ଚିପି ହତ୍ୟା କରିଛି । ଏହିଭଳ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସଦର ଥାନା ଚମାରପଡା ଗାଁ’ରେ ।
ସୂଚନା ଅନୁସାରେ ସାନ ଭାଈ ମଦ ପିଇ ଘରକୁ ଆସି , ମଦ ନିଶାରେ ଇଆଡୁ ସିଆଡୁ ଗପୁଥିଲେ । ଏହି ସମୟରେ ବଡଭାଈ ଓ ସାନଭାଈଙ୍କ ମଧ୍ୟରେ ସାମାନ ବଚସା ହୋଇଥିଲା । ସାମାନ୍ୟ ବଚସାରୁ ହଠାତ୍ ଉତକ୍ଷିପ୍ତ ହୋଇ ବଡଭାଈ ସାନ ଭାଈର ଗଳା ଚିପି ଦେଇଥିଲେ । ସାନଭାଈ ପଡିଯିବା ପରେ ବଡଭାଈ ତାଙ୍କୁ ଡାକ୍ତଖାନା ନେଇ, ସାନଭାଈ ପଡିଯାଇ ବେହୋସ ହୋଇଥିବା କହିଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ବଡଭାଈକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି ।
Powered by Froala Editor