ୠଷ-ୟୁକ୍ରେନ ଯୁଦ୍ଧ, ଆଲୋଚନା ଚାହୁଁଛନ୍ତି ଜେଲେନସ୍କି
ନୂଆଦିଲ୍ଲୀ: ଆଜି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ୯ମ ଦିନ । ଜାରି ରହିଛି ଘମାଘୋଟ ଲଢେଇ । ଏନେଇ ଚିନ୍ତାରେ ବିଶ୍ୱ । ୠଷ ଯେଉଁ ଲକ୍ଷ୍ୟ ନେଇ ୟୁକ୍ରେନ ଉପରେ ହମଲା କରିଥିଲା, ଏଯାଏ ସେ ଲକ୍ଷ୍ୟ ପୂରଣ କରିପାରିନାହିଁ । ତେଣୁ ମସ୍କୋ ପକ୍ଷରୁ ୯ମ ଦିନରେ ଆକ୍ରମଣକୁ ଆହୁରି ଜୋରଦାର କରାଯାଇଛି ।
ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନସ୍କି ଋଷ ବିରୋଧରେ ପ୍ରବଳ ବର୍ଷିବା ସହ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବାକୁ ଚାହୁଁଥିବା କହିଛନ୍ତି । ଯୁଦ୍ଧ ବନ୍ଦ କରିବା ପାଇଁ ପୁଟିନ୍ ମୋ ସହ ଆଲୋଚନା କରନ୍ତୁ ବୋଲି ଭ୍ଲୋଦିମିର ଜେଲେନସ୍କି କହିଛନ୍ତି । ସିଧାସଳଖ କଥାବାର୍ତ୍ତା ହିଁ ଯୁଦ୍ଧକୁ ବନ୍ଦ କରିବା ପାଇଁ ଏକମାତ୍ର ରାସ୍ତା ବୋଲି ସେ କହିଛନ୍ତି । ଏହା ସହିତ ଯୁଦ୍ଧ ପରେ ଜେଲେନସ୍କି ଦେଶକୁ ପୁଣି ଥରେ ଗଢିବେ ବୋଲି ପ୍ରତିଜ୍ଞା କରିଛନ୍ତି ।
ଜେଲେନସ୍କି କହିଛନ୍ତି, ଯେତେବେଳେ ସବୁ କ୍ଷତି ହୋଇଛି ଏବଂ ହେବ, ସେସବୁର ମୂଲ୍ୟ ଋଷ ଦେବ ଏବଂ ପୁଣିଥରେ ସେ ୟୁକ୍ରେନକୁ ଗଢିବେ । ୟୁକ୍ରେନ୍ରେ ପ୍ରତି ଘର, ପ୍ରତି ରାସ୍ତା, ପ୍ରତି ସହର ପୁଣିଥରେ ଗଢାଯିବ ବୋଲି ଜେଲେନସ୍କି ପ୍ରତିଞ୍ଜା କରିଛନ୍ତି । ନିକଟରେ ଜେଲେନସ୍କି ଉଦ୍ବୋଧନ ଦେଇ କହିଥିଲେ, ପ୍ରତି ଆକ୍ରମଣକାରୀ ଏହା ଜାଣିବା ଉଚିତ୍ ଯେ, ସେମାନେ ଏଠାରୁ କିଛି ପାଇବେନି ।
Powered by Froala Editor