ବଢିବ ତାତି, କେବେଠୁ ଜାଣନ୍ତୁ

ଭୁବନେଶ୍ୱର: ଆସନ୍ତା ୫ଦିନ ପାଗ ଶୁଖିଲା ଓ କରାଟିଆ ରହିବ । ଆକାଶ ନିର୍ମଳ ରହିବା ଯୋଗୁଁ ତାପମାତ୍ରା ମଧ୍ୟ ବଢିବ । ୫ଦିନ ପରେ ରାଜ୍ୟର ପାରଦ ବଢିବ ଓ ଗରମ ଅନୁଭୂତ ହେବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ୭ରୁ ୧୨ ତାରିଖ ଭିତରେ ଗରମ ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶା ରାଜ୍ୟର ସବୁଠୁ ଉତ୍ତପ୍ତ ଅଂଚଳ ପାଲଟିବ । ତାପମାତ୍ରା ପ୍ରାୟ ୩ଡିଗ୍ରିରୁ ଅଧିକ ବଢିପାରେ । ଅନୁଗୁଳ ସମେତ କେନ୍ଦ୍ରୀୟ ଓଡିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ତାପମାତ୍ରା ପ୍ରାୟ ୪ଡିଗ୍ରିରୁ ଅଧିକ ବଢିବ । ୧୧ବା ୧୨ତାରିଖରେ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୩୮.୫ଡିଗ୍ରି, ଅନୁଗୁଳ, ତାଳଚେର, ବଲାଙ୍ଗୀର, ଭବାନୀପାଟଣା, ଟିଟିଲାଗଡ ଓ କାଲିମେଳାର ୩୯ଡିଗ୍ରିରୁ ଅଧିକ ଓ ଝାରସୁଗୁଡାରେ ୩୭.୫ଡିଗ୍ରି ଓ ଚାନ୍ଦବାଲିରେ ୩୭ଡିଗ୍ରି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
Powered by Froala Editor