ଦ୍ୱିତୀୟ ଦିନର ଭୋଟ ଗଣତି: ବିଜେଡି ୫୩୩, ବିଜେପି ୩୬, କଂଗ୍ରେସ ୩୦

ଭୁବନେଶ୍ୱର: ଖୁବଶୀଘ୍ର ହେବାକୁ ଯାଉଛି ପଞ୍ଚାୟତ ଫଇସଲା । ଚାଲିଛି ଦ୍ୱିତୀୟ ଦିନର ଭୋଟ ଗଣତି । ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ । ଦ୍ୱିତୀୟ ଦିନରେ ୩୦୬ ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ ଗଣତି । ତେବେ ଦିନ ୧୧ଟା ୪୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ ମୁତାବକ ବିଜେଡି ୬୦୮ ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୫୩୩ ଜୋନରେ ଆଗୁଆ ଅଛି । ସେହିପରି ବିଜେପି ୩୬ ଓ କଂଗ୍ରେସ ୩୦ ଓ ଅନ୍ୟ ଦଳ ୯ ଜୋନରେ ଆଗୁଆ ଅଛି ।
ପ୍ରଥମ ଦିନ ପଞ୍ଚାୟତ ଭୋଟ୍ ଗଣତିରୁ ଯେଉଁ ସଂଖ୍ୟା ଆସୁଛି ତାହା ଶାସକ ବିଜେଡି ପାଇଁ ସୁନାମି ସଦୃଶ ହୋଇଛି । ପ୍ରଥମ ଦିନର ଭୋଟ ଗଣତିରେ ବିଜେଡିକୁ ମିଳିଛି ବିପୁଳ ସଫଳତା । ଭୋଟରଙ୍କ ଭରସା ସାଜିଛି ବିଜୁ ଜନତା ଦଳ । ମିଛ ପ୍ରତିଶ୍ରୁତି କି ମନଗଢ଼ା କାହାଣୀ ନୁହେଁ ସ୍ୱଚ୍ଛ ଶାସନକୁ ଭରସା କରିଛନ୍ତି ଭୋଟର । ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ସଙ୍କେତ ମିଳୁଥିଲା । କିନ୍ତୁ ବିଜେପି ଓ କଂଗ୍ରେସକୁ ଏତେ ପଛରେ ପକାଇ ଦେବ ବୋଲି ବୋଧହୁଏ କେହି ଭାବି ନଥିଲେ ।
ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ୟ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ପ୍ରଥମ ଦିନ ଗଣତିରେ ୩୧୫ ଜୋନରୁ ୩୦୦ ଜୋନର ଫଳାଫଳ ପ୍ରକାଶ କରାଯାଇଛି । ଦିନ ୧୧ଟା ୧୦ ସୁଦ୍ଧା ପ୍ରକାଶ ହୋଇଥିବା ତଥ୍ୟ ମୁତାବକ, ୨୬୮ ଜୋନରେ ବିଜେଡି ବିଜୟ ହୋଇଛି । ୧୪ଟି ଜୋନରେ କଂଗ୍ରେସ ଓ ୧୪ଟିରେ ବିଜେପି ବାଜିମାତ୍ କରିଛି । ସେହିପରି ୨ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ଏବଂ ୨ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି ।
Powered by Froala Editor