ବାଲେଶ୍ୱର: କେଉଁ ଜୋନରେ କିଏ ଜିତିଲେ ଜାଣନ୍ତୁ

ବାଲେଶ୍ବର: ପ୍ରଥମ ପର୍ୟ୍ୟାୟ ଗଣତି ବାଲେଶ୍ୱରର ୧୩ ଜୋନରେ ହୋଇଥିଲା। ଏଥିରେ ବିଜେଡି ୧୦ଟି ଜୋନରେ ଜିତିଥିବା ବେଳେ ବିଜେପି ୩ଟି ଜୋନରେ ଜିତିଥିବା ସୂଚନା ମିଳିଛି। ବିଜେଡିର ଔପଦା ଜୋନ ୧ରେ ମୁନି ସିଂ, ଜଳେଶ୍ୱର ଜୋନ ୭ରେ ତୁଳସୀ କିସ୍କୁ, ନୀଳଗିରି ଜୋନ୧୧ରେ ସୁବର୍ଣ୍ଣମଞ୍ଜରୀ ସିଂ, ବସ୍ତା ଜୋନ ୧୪ରେ ବିଷ୍ଣୁପ୍ରିୟା ବୁଗୁଡ଼ି, ବାହାନଗା ଜୋନ ୧୮ରେ ନୀଳାମ୍ବର ମହାଳିକ, ବାଲିଆପାଳ ଜୋନ ୨୧ରେ କାଞ୍ଚନ ଜେନା, ଭୋଗରାଇ ଜୋନ ୩୦ରେ ଗିରୀଶ କୁମାର ଦତ୍ତ,ଭୋଗରାଇ ଜୋନ ୩୧ରେ ଦମୟନ୍ତୀ ସାହୁ, ରେମୁଣା ୩୯ରେ ଅଭିମନ୍ୟୁ ଧିନ୍ଦା ଓ ସୋର-୪୩ ଜୋନରେ ରେବତୀ ନାୟକ ବିଜୟୀ ହୋଇଛନ୍ତି ।
ସେହିପରି ବିଜେପି ୩ଟି ସିଟରେ ବିଜୟୀ ହୋଇଛି । ଖଇରା ଜୋନ୩ରେ ଗଜେନ୍ଦ୍ର ପ୍ରସାଦ ଦାସ, ବାଲେଶ୍ୱର ଜୋନ ୨୫ରେ ଗୟାଧର ବେହେରା ଓ ସିମୁଳିଆ ଜୋନ ୪୦ରେ ରମେଶ ସାହୁ ବିଜୟୀ ହୋଇଛନ୍ତି ।
Powered by Froala Editor