୩୧୫ ଜୋନରୁ ୨୯୫ ଜୋନର ଫଳାଫଳ : ୨୬୩ ଆସନରେ ବିଜେଡି ବାଜିମାତ

ଭୁବନେଶ୍ୱର: ପଞ୍ଚାୟତ ଫଇସଲା, ଧୀରେ ଧୀରେ ଆସୁଛି ପ୍ରଥମ ଦିନ ଗଣତିର ଫଳାଫଳ । ଏବେ ସୁଦ୍ଧା ୨୯୫ ଜୋନର ଫଳାଫଳ ଆସିଥିବା ବେଳେ ୨୬୩ ଆସନରେ ବିଜେଡି ବାଜିମାତ କରିଛି । ପ୍ରଥମ ଦିନର ଗଣତିରେ ବିଜେଡି ଆଗୁଆ । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ୟ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ପ୍ରଥମ ଦିନ ଗଣତିରେ ୩୨୫ ଜୋନରୁ ୨୯୫ ଜୋନର ଫଳାଫଳ ପ୍ରକାଶ କରାଯାଇଛି । ଦିନ ୧୦ଟା ୪୦ ସୁଦ୍ଧା ପ୍ରକାଶ ହୋଇଥିବା ତଥ୍ୟ ମୁତାବକ, ୨୬୩ ଜୋନରେ ବିଜେଡି ବିଜୟ ହୋଇଛି । ୧୪ଟି ଜୋନରେ କଂଗ୍ରେସ ଓ ୧୪ଟିରେ ବିଜେପି ବାଜିମାତ୍ କରିଥିବା ଅନ୍ୟାନ୍ୟ ପ୍ରାର୍ଥୀଙ୍କ ଖାତାରେ ୪ଟି ଜୋନ୍ ଯାଇଛି ।
ଅନ୍ୟପକ୍ଷରେ ଆଜି ପଞ୍ଚାୟତ ଭୋଟ ଗଣତିର ଦ୍ୱିତୀୟ ଦିନ । ତେବେ ବର୍ତ୍ତମାନର ଟ୍ରେଣ୍ଡିଂ ଅନୁସାରେ ସକାଳ ୧୦.୪୭ ସୁଦ୍ଧା ବିଜେଡି-୩୦୭, ବିଜେପି-୧୭, କଂଗ୍ରସ ୧୭ ଓ ଅନ୍ୟ ୦୫ ଅଛି ।
ତେବେ ମୟୂରଭଂଜରୁ ମାଲକାନଗିରି । ପୁରୀରୁ ନୂଆପଡ଼ା । ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ଶଙ୍ଖନାଦ । ଦୁଇ ବିରୋଧୀ ବିଜେପି ଓ କଂଗ୍ରେସଠୁ ବହୁ ଆଗରେ ବିଜେଡି । ପ୍ରଥମ ଦିନ ପଞ୍ଚାୟତ ଭୋଟ୍ ଗଣତିରୁ ଯେଉଁ ସଂଖ୍ୟା ଆସୁଛି ତାହା ଶାସକ ବିଜେଡି ପାଇଁ ସୁନାମି ସଦୃଶ ହୋଇଛି । ପ୍ରଥମ ଦିନର ଭୋଟ ଗଣତିରେ ବିଜେଡିକୁ ମିଳିଛି ବିପୁଳ ସଫଳତା । ଭୋଟରଙ୍କ ଭରସା ସାଜିଛି ବିଜୁ ଜନତା ଦଳ । ମିଛ ପ୍ରତିଶ୍ରୁତି କି ମନଗଢ଼ା କାହାଣୀ ନୁହେଁ ସ୍ୱଚ୍ଛ ଶାସନକୁ ଭରସା କରିଛନ୍ତି ଭୋଟର । ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ସଙ୍କେତ ମିଳୁଥିଲା । କିନ୍ତୁ ବିଜେପି ଓ କଂଗ୍ରେସକୁ ଏତେ ପଛରେ ପକାଇ ଦେବ ବୋଲି ବୋଧହୁଏ କେହି ଭାବି ନଥିଲେ ।
Powered by Froala Editor