ଜିଲ୍ଲାୱାରୀ ଟ୍ରେଣ୍ଡ: ପୁରୀ

କଣାସ ଜୋନ-୧ରେ ବିଜେଡିର ପ୍ରଣତୀ ଜେନା ଆଗୁଆ
ବ୍ରହ୍ମଗିରି ଜୋନ-୨୮ରେ ବିଜେଡିର କୈଳାସ ପରିଡ଼ା ଆଗୁଆ
ନିମାପଡ଼ା ଜୋନ-୧୮ରେ ବିଜେଡିର କୁଞ୍ଜଲତା ସାମଲ ଆଗୁଆ
ପୁରୀ ସଦର ଜୋନ-୨୫ରେ ବିଜେଡିର ମୋନାଲି ମିଶ୍ର ଆଗୁଆ
ଅସ୍ତରଙ୍ଗ ଜୋନ-୧ରେ ବିଜେଡିର ସରସ୍ୱତୀ ସ୍ୱାଇଁ ଆଗୁଆ
କାକଟପୁର ଜୋନ-୬ରେ ବିଜେଡିର ଜ୍ୟୋତ୍ସାରାଣୀ ଦଳାଇ ଆଗୁଆ
କୃଷ୍ଣପ୍ରସାଦ ଜୋନ-୯ରେ ବିଜେଡିର ଲକ୍ଷ୍ମୀଧର ସାହୁ ଆଗୁଆ
ଗୋପ ଜୋନ-୧୧ରେ ବିଜେଡିର ଧର୍ମେନ୍ଦ୍ର ସାହୁ ଆଗୁଆ
ଡେଲାଙ୍ଗ ଜୋନ-୧୫ରେ ବିଜେଡିର ପ୍ରଜ୍ଞା ଛୋଟରାୟ ଆଗୁଆ
ପିପିଲି ଜୋନ-୨୨ରେ ବିଜେଡିର ସୁଶ୍ରୀସଙ୍ଗୀତା ବେହେରା ଆଗୁଆ
ସତ୍ୟବାଦୀ ଜୋନ-୨୧ରେ ବିଜେଡିର ନାରାୟଣ ରାଉତରାୟ ଆଗୁଆ
ଅନ୍ୟପକ୍ଷରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ ଦିନ ୧.୧୭ଟା ସୁଦ୍ଧା ୩୧୫ ଜିଲ୍ଲା ପରିଷଦ ଜୋନର ପ୍ରାରମ୍ଭିକ ଟ୍ରେଣ୍ଡ ନିର୍ବାଚନ କମିଶନଙ୍କର ହସ୍ତଗତ ହୋଇଛି । ତେବେ ଏହି ୩୧୫ ଜୋନ ମଧ୍ୟରୁ ୨୬5 ଜୋନରେ ବିଜୁ ଜନତା ଦଳ ଆଗରେ ରହିଛି । ଯଦି ଭାରତୀୟ ଜନତା ପାର୍ଟି କଥା କହିବା ତାହାଲେ ବିଜେପି ବର୍ତ୍ତମାନ ସୁଦ୍ଧା ମାତ୍ର ୨୯ଟି ଆସନରେ ଆଗରେ ରହିଛି । ସେହିପରି କଂଗ୍ରେସ ୧୬ଟି ଆସନରେ ଆଗୁଆ ରହିଥିବାବେଳେ 5ଟି ଆସନରେ ଅନ୍ୟାନ ଦଳ ଆଗୁଆ ରହିଛି ।
ପ୍ରକାଶ ଯେ, ଆଜି ଠାରୁ ଆରମ୍ଭ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି। ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍ରେ ଗଣତି ଚାଲିଛି। ରାଜ୍ୟର ସମସ୍ତ ୩୧୪ ବ୍ଲକରେ ହୋଇଛି ଗଣତି ବ୍ୟବସ୍ଥା। ପ୍ରତି ପଞ୍ଚାୟତ ପାଇଁ ଗଣତି ସକାଶେ ଗୋଟିଏ ଟେବୁଲ ବ୍ୟବସ୍ଥା ହୋଇଛି। ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର ଓ ୨ ଜଣ ଲେଖାଏଁ କାଉଣ୍ଟିଂ ଆସିଷ୍ଟାଣ୍ଟ ଦାୟିତ୍ୱରେ ଅଛନ୍ତି। ସହାୟତା ପାଇଁ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ମଧ୍ୟ ଅଛନ୍ତି। ରଙ୍ଗ ଅନୁସାରେ ବାଲଟ୍ ପେପର ସର୍ଟିଂ ପରେ ଚାଲିଛି ଗଣତି।
୩ ଦିନ ଯାଏ ଏହି ଗତଣି ତାରି ରହିବ। ତିନିଦିନରେ ୧ଲକ୍ଷ ୫୬ ହଜାର ୭୫୩ ଓ୍ୱାର୍ଡମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତି ସଭ୍ୟ ଓ ୩ ହଜାର ୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।
Powered by Froala Editor