ଆଜି ରାଜ୍ୟରେ ୨୯୩ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କମୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ରାଜ୍ୟରେ ୨୯୩କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୧୭ଜଣ ଚିହ୍ନଟ ହୋଇଥିବାବେଳେ ୧୨୨ଜଣ ସ୍ଥାନୀୟ ସଂକ୍ରମଣ ରହିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୮୬ଜଣ ଛୁଆ ରହିଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ୧୫, ଅନୁଗୁଳରୁ ୩୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ବାଲେଶ୍ୱର ଜିଲ୍ଲାରୁ ୯, ବରଗଡରୁ ୩,ଭଦ୍ରକରୁ ୪, ବଲାଙ୍ଗୀରରୁ ୩, ବୌଦ୍ଧରୁ ୧, କଟକରୁ ୩, ଦେବଗଡରୁ ୨, ଢେଙ୍କାନଳରୁ ୧, ଗଜପତିରୁ ୨୫, ଗଞ୍ଜାମରୁ ୨୦, ଜଗତସିଂହପୁରରୁ ୩, ଯାଜପୁରରୁ ୧୮, ଝାରସୁଗୁଡାରୁ ୧୩, କଳାହାଣ୍ଡିରୁ ୨, କେନ୍ଦ୍ରାପଡାରୁ ୧୧, କେନ୍ଦୁଝରରୁ ୨୦, କୋରାପୁଟରୁ ୧, ମୟୂରଭଞ୍ଜରୁ ୧୨, ନବରଙ୍ଗପୁରରୁ ୪, ନୟାଗଡରୁ ୨, ନୂଆପଡାରୁ ୪, ପୁରୀରୁ ୧, ରାୟଗଡା ୧୪, ସମ୍ବଲପୁରରୁ ୨୫, ସୋନପୁରରୁ ୬ ଆକ୍ରାନ୍ତ ଓ ରାଜ୍ୟପୁଲରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୪ହଜାର ୬୧୬କୁ ବୃଦ୍ଧି ପାଇଛି ।
Powered by Froala Editor