ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆରମ୍ଭ ହୋଇଗଲା ପଞ୍ଚାୟତ ଭୋଟ ଗଣତି ପ୍ରକ୍ରି୍ରୟା । ଆଜିଠୁ ତିନି ଦିନ ଧରି ଚାଲିବ ପଂଚାୟତ ନିର୍ବାଚନ ଭୋଟ ଗଣତି । ସକାଳ ୮ଟାରୁ ଗଣତି ଆରମ୍ଭ ହୋଇ ନରିବଚ୍ଛିନ୍ନ ଭାବେ ଚାଲିଛି । ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି ହେବ । ରଙ୍ଗ ଅନୁସାରେ ବାଲାଟ ପେପର ସର୍ଟିଂ ପରେ ଭୋଟ ଗଣତି ଆରମ୍ଭ ହେବ । ପ୍ରତି ପଂଚାୟତ ପାଇଁ ଗଣତି ସକାଶେ ଗୋଟିଏ ଟେବୁଲର ବ୍ୟବସ୍ଥା ହୋଇଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର ଦାୟିତ୍ୱରେ ରହିଛନ୍ତି । ପ୍ରତି ଟେବୁଲରେ ୨ଜଣ ଲେଖାଏଁ କାଉଣ୍ଟିଂ ଆସିଷ୍ଟାଣ୍ଟ ରହିଛନ୍ତି । ସହାୟତା ପାଇଁ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ମଧ୍ୟ ରହିଛନ୍ତି । ଗଣତିର ୧୫ ମିନିଟ୍ ପୂର୍ବରୁ କାଉଣ୍ଟିଂ ଟେବୁଲରେ ପହଞ୍ଚିଛି ଭୋଟ ବାକ୍ସ । ଇଲେକ୍ସନ ଅଫିସର ଓ ଟାବୁଲେସନ ଲାଗି ସ୍ୱତନ୍ତ୍ର ଟେବୁଲର ବ୍ୟବସ୍ଥା ରହିଛି । ୱାର୍ଡମେମ୍ବର, ସରପଂଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଦସ୍ୟଙ୍କ ବାଲାଟକୁ ଅଲଗା କରାଯାଉଛି । ବାଲାଟ ପେପର ଖାଲି ଓ ଚିରିଥିଲେ ଭୋଟ ଅବୈଧ ।ଏକାଧିକ ପ୍ରାର୍ଥୀଙ୍କୁ ଭୋଟ, ସ୍ପଷ୍ଟ ଜଣାପଡୁନଥିଲେ ବି ଭୋଟ ଅବୈଧ ।
Powered by Froala Editor