ଆଜି ରାଜ୍ୟରେ ୩୪୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କମୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ରାଜ୍ୟରେ ୩୪୫କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୦୨ଜଣ ଚିହ୍ନଟ ହୋଇଥିବାବେଳେ ୧୪୩ଜଣ ସ୍ଥାନୀୟ ସଂକ୍ରମଣ ରହିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୧୧୧ଜଣ ଛୁଆ ରହିଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଯାଜପୁର ଜିଲ୍ଲାରୁ ସର୍ବାଧିକ ୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ୩୯, ଅନୁଗୁଳରୁ ୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ବାଲେଶ୍ୱର ଜିଲ୍ଲାରୁ ୬, ବରଗଡରୁ ୮,ଭଦ୍ରକରୁ ୬, ବଲାଙ୍ଗୀରରୁ ୧, ବୌଦ୍ଧରୁ ୩, କଟକରୁ ୫, ଢେଙ୍କାନଳରୁ ୩, ଗଜପତିରୁ ୨୭, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୨, ଝାରସୁଗୁଡାରୁ ୧୭, କଳାହାଣ୍ଡିରୁ ୪, କନ୍ଧମାଳରୁ ୨, କେନ୍ଦ୍ରାପଡାରୁ ୧୨, କେନ୍ଦୁଝରରୁ ୪, କୋରାପୁଟରୁ ୧, ମାଲକାନାଗିରିରୁ ୧, ମୟୂରଭଞ୍ଜରୁ ୧୬, ନବରଙ୍ଗପୁରରୁ ୫, ନୟାଗଡରୁ ୨, ନୂଆପଡାରୁ ୭, ପୁରୀରୁ ୪, ରାୟଗଡା ୮, ସମ୍ବଲପୁରରୁ ୨୯, ସୋନପୁରରୁ ଜଣେ ଆକ୍ରାନ୍ତ ଓ ରାଜ୍ୟପୁଲରୁ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୪ହଜାର ୩୨୩କୁ ବୃଦ୍ଧି ପାଇଛି ।
Powered by Froala Editor