ଦୁର୍ଘଟଣା: ୨ ନାବାଳକ ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କାଳିମାଟି ଛକରେ ଦୁର୍ଘଟଣା ଘଟି ୨ ନାବାଳକଙ୍କ ମୃତ୍ୟୁ ହୋଇଛି । ମହାପର୍ବତ ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରୁ କଞ୍ଚାମାଲ ବୋଝେଇ କରି ଏକ ଟ୍ରକ୍ ଦ୍ରୁତ ଗତିରେ ନୟାଗଡ଼ ସାଇଡିଂକୁ ଯାଉଥିବା ବେଳେ କାଳିମାଟି ନିକଟରେ ଏକ ଗୁପଚୁପ୍ ଠେଲା ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ଗୁପଚୁପ ବିକାଳି ୧୩ ବର୍ଷର ଲକ୍ଷ୍ମଣ କୁମାର ଭଗତଙ୍କ ସହ ଗୁପଚୁପ୍ ଖାଉଥିବା ଜଣେ ବଡ଼ କାଳିମାଟିର ଚନ୍ଦ୍ର ମୁଣ୍ଡାଙ୍କ ପୁଅ ୧୪ ବର୍ଷର କିସମତ ମୁଣ୍ଡାଙ୍କ ମୃତ୍ୟୁ ହୋଇଛି ।
୨ ନାବାଳକଙ୍କ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବାମେବାରୀ ପୋଲିସ ପହଞ୍ଚି ବୁଝାସୁଝା କରୁଥିଲେ ମଧ୍ୟ ଲୋକ ରାସ୍ତାରୁ ହଟି ନାହାନ୍ତି । ଯେ ପର୍ୟ୍ୟନ୍ତ ଖଣି କର୍ତ୍ତୃପକ୍ଷ ନ ଆସିବେ ସେ ପର୍ୟ୍ୟନ୍ତ ରାସ୍ତାରୁ ହଟିବେ ନାହିଁ ବୋଲି ଜିଦ୍ ଧରିଛନ୍ତି ଗ୍ରାମବାସୀ ।
Powered by Froala Editor