ମହିଳାଙ୍କ ଚେନ୍ ଝାମ୍ପିନେଲେ ଲୁଟେରା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପାଲଟିଛି ଲୁଟେରାଙ୍କ ଗନ୍ତାଘର । ପୋଲିସ୍ ଯେତେ ଚାଲାକ୍ ହେଲେ ବି ପୋଲିସ୍ ଆଖିରେ ଧୂଳି ଦେଇ ବିଭିନ୍ନ ଉପାୟରେ ଲୁଟ୍ କରିବାକୁ ବ୍ଲୁ-ପ୍ରିଣ୍ଟ ତିଆରି କରୁଛନ୍ତି ଲୁଟେରା । କେବେ ଗ୍ରାହକ ହୋଇ ଦେକାନରୁ ଲୁଟ ତ କେବେ ବାହାଘର ଭୋଜି ଖାଇବାକୁ ଯିବା ଆଳରେ ଲୁଟେରାମାନେ ଲୁଟ୍ କରୁଛନ୍ତି । ଆଉ ପୁଣି କେବେ ଲିଫ୍ଟ ଦେଇ ନିଶା ଦେଇ ଲୁଟ କରୁଛନ୍ତି ।
ଗତ ମଙ୍ଗଳବାର କୋଳଥିଆରୁ ବରମୁଣ୍ଡା ଯାଉଥିବା ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଇଛନ୍ତି ଲୁଟେରା । ଲୁଟର ଶିକାର ହୋଇଥିବା ମହିଳା ହେଉଛନ୍ତି, ଶ୍ୱେତପଦ୍ମା ଦାଶ । ସେ ସନ୍ଧ୍ୟାରେ ବରମୁଣ୍ଡା ଆସୁଥିବାବେଳେ ଖଣ୍ଡଗିରି ମଠ ନିକଟରୁ ତାଙ୍କ ପଛପଟୁ ୨ଜଣ ଦୁର୍ବୃତ୍ତ ଅସି ଚେନ୍ ଝାମ୍ପି ନେଇ ଏକ ପଲସର ବାଇକରେ ଫେରାର ହୋଇଯାଇଥିଲେ । ଏନେଇ ସେ ଖଣ୍ଡଗିରି ଥାନେରେ ଅଭିଯୋଗ କରିଛନ୍ତି ।
Powered by Froala Editor