ଶେଷ ହେଲା ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନୀ ମାହୋଲ । ସରଗରମ୍ ହୋଇଛି ରାଜନୈତିକ ମଇଦାନ । ଗତକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ତେବେ ବୁଧବାର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ପ୍ରଚାର କାର୍ଯ୍ୟରେ ଯୋଗ ଦେଇଥିବା ନେତା ଓ କର୍ମୀମାନଙ୍କୁ ସମ୍ପୃକ୍ତ ଅଂଚଳ ଛାଡିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଦେ୍ର୍ଧଶ ଦେଇଥିଲେ ।
ଆସନ୍ତାକାଲି ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ୩୦ଜିଲ୍ଲାର ୬୮ବ୍ଲକର ୧୮୬ଟି ଜିଲ୍ଲା ପରିଷଦ ଜୋନର ୧୫୧୪ଟି ପଞ୍ଚାୟତରେ ନିର୍ବାଚନ ହେବ । ମୋଟ ୨୦ହଜାର ୪୩୬ଟି ବୁଥ୍ରେ ପ୍ରାୟ ୬୨.୧୦ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରିବେ ।
ନିର୍ବାଚନ ପ୍ରଚାର ଶେଷ ହୋଇଥିବାବେଳେ ପ୍ରାର୍ଥୀମାନେ ଆଉ ଖୋଲାଖୋଲି ମତଦାତାଙ୍କୁ ଭୋଟ ଦେବାକୁ ପ୍ରବର୍ତ୍ତାଇ ପାରିବେ ନାର୍ହି । ଏଥିପାଇଁ ପ୍ରାର୍ଥୀ ଓ ସମର୍ଥକ ଗୁପ୍ତ ଭାବେ ଭୋଟରଙ୍କୁ ନିଜ ସପକ୍ଷରେ ନେବା ଯୋଗାଡରେ ଲାଗି ପଢିଛନ୍ତି । ଏହି ସମୟରେ ଭୋଟରଙ୍କୁ ପ୍ରଲୋଭନ ଦେବା ଭଳି ବିଭିନ୍ନ ପ୍ରକାର ବେଆଇନ କାର୍ଯ୍ୟକଳାପ ବୃଦ୍ଧି ପାଇବା ଆଶଙ୍କା ରହିଛି ।
Powered by Froala Editor