ଲୁଟେରାଙ୍କ ଗନ୍ତାଘର ପାଲଟିଛି ଭୁବନେଶ୍ୱର: ଲିଫ୍ଟ ଦେଇ ନିଶା ଦେଲେ, ଲୁଟ୍ କଲେ, ଏବେ ଗିରଫ ହେଲେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପାଲଟିଛି ଲୁଟେରାଙ୍କ ଗନ୍ତାଘର । ପୋଲିସ୍ ଯେତେ ଚାଲାକ୍ ହେଲେ ବି ପୋଲିସ୍ ଆଖିରେ ଧୂଳି ଦେଇ ବିଭିନ୍ନ ଉପାୟରେ ଲୁଟ୍ କରିବାକୁ ବ୍ଲୁ-ପ୍ରିଣ୍ଟ ତିଆରି କରୁଛନ୍ତି ଲୁଟେରା । କେବେ ଗ୍ରାହକ ହୋଇ ଦେକାନରୁ ଲୁଟ ତ କେବେ ବାହାଘର ଭୋଜି ଖାଇବାକୁ ଯିବା ଆଳରେ ଲୁଟେରାମାନେ ଲୁଟ୍ କରୁଛନ୍ତି ।
ତେବେ ବର୍ତ୍ତମାନ ଏକ ନୂଆ ଢଙ୍ଗରେ ଲୁଟେରାମାନେ ଲୁଟ୍ କରିଛନ୍ତି । ଦୁଇ ଜଣ ଲୁଟେରା ବାଣୀବିହାର ଛକରେ କାର ଯୋଗେ ଯାତ୍ରୀଙ୍କୁ ଉଠାଇଥିଲେ । ରାସ୍ତାରେ ଯାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଅଚେତ୍ କରାଇଥିଲେ । ଏହା ପରେ ସେମାନଙ୍କଠାରୁ ଲୁଟ୍ କରି ରାସ୍ତାରେ ପକାଇ ଫେରାର ହୋଇଯାଇଥିଲେ । ଏନେଇ ସହିଦ ନଗର ଥାନାରେ ଅଭିଯୋଗ ହୋଇଥିଲା ।
ସହିଦ ନଗର ଥାନା ପୋଲିସ ଭୁବେନଶ୍ୱରରେ ନିଶାଦିଆ ଲୁଟେରା ଗ୍ୟାଙ୍ଗର ଏହି ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିଛି । ଲୁଟେରାଙ୍କ ମଧ୍ୟରେ ଜଣେ ଚାନ୍ଦବାଲିର ଅନ୍ୟ ଜଣେ ଯାଜପୁରର ବୋଲି ଜଣାପଡିଛି ।
Powered by Froala Editor