ଆଉ ୫ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୁର୍ନୀତି ବରୋଧୀ ଅଭିଯାନ ଜାରି । ଆଜି ଆଉ ୫ଜଣଙ୍କୁ ରାଜ୍ୟ ସରକାର ଆଜି ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଦୁର୍ନୀତି ଓ ଅପାରଗତା ପାଇଁ ରାଜ୍ୟ ସରକାର ୫ଅଧିକାରୀଙ୍କୁ ଅବସର ଦେଇଛନ୍ତି ।
ଏମାନଙ୍କ ମଧ୍ୟରେ କଳାହାଣ୍ଡି ଆଇୟୁସିଏଡବ୍ଲୁ ଡିଏସପି ରବିନ୍ଦ୍ର ସେଠିଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବଣାଇର ପୂର୍ବତନ ତହସିଲଦାର ସୁଶୀଲ କୁମାର କୁଜୁରଙ୍କୁ ମଧ୍ୟ ଅବସର ଦେଇଛନ୍ତି ରାଜ୍ୟ ସରକାର । ଏହସହିତ ବଲାଙ୍ଗୀର ବଙ୍ଗମୁଣ୍ଡା ଥାନା ଇନସ୍ପେକ୍ଟର ବିନୋଦ ନାୟକ, ବାସୁଦେବ ପୁର ପୌର ନିର୍ବାହୀ ଅଧିକାରୀ ତାପସ ଜେନା, କରଞ୍ଜିଆ ଏନଏସି ପୂର୍ବତନ ନିର୍ବାହୀ ଅଧିକାରୀ ବିଜୟ ନାୟକଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଏଯାବତ ୧୫୧ସରକାରୀ ଅଧିକାରୀଙ୍କୁ ବିଦା କଲେଣି ରାଜ୍ୟ ସରାକାର ।
Powered by Froala Editor