ବ୍ରାଉନସୁଗର ଜବତ,୪ ଗିରଫ

ପୁରୀ : ୩୫୯ ଗ୍ରାମର ବ୍ରାଉନସୁଗାର ଜବତ। ପୁରୀ ମାଟିତୋଟା ପଡିଆରେ ଚଢାଉ କରି ବ୍ରାଉନ ସୁଗାର ମାଫିଆ ଫିରୋଜ ଖାନ ସହ ୪ ଜଣକୁ ଗିରଫ କରିଛି ପୁରୀ ପୋଲିସ। ବାସେଳୀ ସାହି ଥାନା ପୋଲିସ ଓ ଏସଟିଏଫର ମିଳିତ ଚଢାଉରେ ଏହି ବ୍ରାଉନସୁଗାର ଜବତ ହୋଇଛି। ଏଥିସହ ୧୭ ହଜାର ନଗଦ ଟଙ୍କା, ୩ଟି ମୋଟର ସାଇକେଲ, ୫ଟି ମୋବାଇଲ ଜବତ ହୋଇଛି।
ସୂଚନାନୁଯାୟୀ, ସୋମବାର ରାତିରେ ବ୍ରାଉନସୁଗାର ବିକ୍ରି କରିବା ପାଇଁ ମାଫିଆ ଫିରୋଜ ଖାନ୍ ସହ ତିନି ଅଭିଯୁକ୍ତ ପୁରୀ ଆସୁଥିଲେ । ଏହି ସମୟରେ ମାଟିତୋଟା ପଡିଆଠାରେ ବାସେଳୀ ସାହି ଥାନା ପୋଲିସ ଓ ଏସଟିଏଫ ଚଢାଉ କରି ଏମାନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ଦୁର୍ଗା ବଜାର ଅଞ୍ଚଳର ଫିରୋଜ ଖାନ୍, ପିପିଲି ଦେବୀ ଗଳିର ପପୁ ପାଣ୍ଡେ, ଜଳେଶ୍ବରର ଇଫତେଖାର ତୁଲା, ଜଟଣୀ ତିରମାଲର ରଞ୍ଜନ ଭୁଜବଳ। ମଙ୍ଗଳବାର ଏନେଇ ବାସେଳୀ ସାହି ଥାନାରେ ପୁରୀ ଏସପି କନୱର ବିଶାଳ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
Powered by Froala Editor