ନନ୍ଦନକାନନରେ ବଣୁଆ ହାତୀଙ୍କ ଆତଙ୍କ

ବାରଙ୍ଗ: ନନ୍ଦନକାନନରେ ପ୍ରାୟ ମାସେ ପରେ ପୁଣି ଜଙ୍ଗଲୀ ହାତୀ ପଶି ଉପôାତ ମଚାଇଛନ୍ତି । କେତୋଟି ହାତୀ ପଶିଛନ୍ତି ତାହା ଠିକ ଭାବରେ ଜଣାପଡ଼ିନଥିବା ବେଳେ ଗୋଟିଏ ଅଣ୍ଡିରା ହାତୀ ଥିବା ଅନୁମାନ କରାଯାଉଛି ।
ଚନ୍ଦକା ଜଙ୍ଗଲରୁ ଗତ ଗୁରୁବାର ବିଳମ୍ବିତ ରାତିରେ ଏକ ହାତୀ ପ୍ରାଣୀ ଉଦ୍ୟାନର ମୁଖ୍ୟ ପ୍ରାଚୀର ଭାଙ୍ଗି ଭିତରକୁ ପ୍ରବେଶ କରିଛି । ହାତୀଟି ଟୟଟ୍ରେନ ଧାରଣା କଡରେ ଆସି କାଞ୍ଜିଆ ହ୍ରଦ ବୋଟିଂ ଠାରେ ଥିବା କଦଳୀ ଗଛ ଭାଙ୍ଗିଥିବା ଦେଖିବାକୁ ମିଳିଛି । ସେଠାରୁ ଭୋରୁ ଯାଇ ହାତୀ ଶାଳ ନିକଟ ଜଙ୍ଗଲରେ ଲୁଚି ରହିଛି । ବିଭିନ୍ନ ଖୁଆଡ ପାଚେରି କାଳେ ଭାଙ୍ଗି ନଷ୍ଟ କରିବ ସେ ନେଇ କର୍ତ୍ତୃପକ୍ଷ ଚିନ୍ତାରେ ପଡିଛନ୍ତି ।
ଦିନ ତମାମ ହାତୀଟି ଜଙ୍ଗଲ ମଧ୍ୟରେ ରହିଥିବା ବେଳେ ସୁରକ୍ଷିତ ଭାବରେ ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନ ବୁଲାବୁଲି କରିଛନ୍ତି । ସୂଚନା ଯୋଗ୍ୟ, ବିଭିନ୍ନ ସମୟରେ ଚନ୍ଦକା ଜଙ୍ଗଲରୁ ଜଙ୍ଗଲୀ ହାତୀମାନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପାଚେରୀ ଭାଙ୍ଗି ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ସବୁବେଳେ ପାଚେରୀ ଭାଙ୍ଗିବାରୁ ସେଗୁଡ଼ିକ ମରାମତି ବାବଦରେ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଜୀବଜନ୍ତୁ ମାନଙ୍କର ସୁରକ୍ଷା ଦୃଷ୍ଟିରୁ ଜଙ୍ଗଲୀ ହାତୀ ଭିିତରକୁ ପ୍ରବେଶ ନ କରିବା ପାଇଁ ଏକ ସ୍ଥାୟୀ ପ୍ରତିକାର କରାଯିବାକୁ ଦାବି ହୋଇଛି ।
Powered by Froala Editor