ଆଜି ବନେଇବା କ୍ରିପସି ଏଗ ଚପ

ଆବଶ୍ୟକ ସାମଗ୍ରୀ: ଅଣ୍ଡା, ଲୁଣ, ତେଲ, ହଳଦୀ ପାଉଡର, ଲଙ୍କା ପାଉଡର, ଗୋଲମରିଚ ପାଉଡର, ଚାଉଳ ଚୂନା, ବ୍ରେଡ ଗୁଣ୍ଡ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଅଣ୍ଡାକୁ ସିଝାଇ ତାର ଚୋପା ଛଡେଇ ରଖିବେ । ତାପରେ ସେଥିରେ ଲୁଣ, ଲଙ୍କା ପାଉଡର, ହଳଦୀ ପାଉଡର ପକାଇ ଗୋଳାଇବେ । ଏହାପରେ ଆଉ ଏକ ପାତ୍ରରେ କିଛି ଚାଉଳ ଚୂନା, ଗୋଲମରିଚ ପାଉଡର ଏବଂ ଅଳ୍ପ ପାଣି ପକାଇ, ଗୋଳାଇ ଏକ ବହଳିଆ ମିଶ୍ରଣ ପ୍ରସ୍ତୁତ କରିବେ । ତାପରେ ସେଥିରେ ଗୋଳାଇ ରଖିଥିବା ସିଝା ଅଣ୍ଡାକୁ, ସେହି ମିଶ୍ରଣରେ ପକାଇ ଗୋଳାଇବେ । ଏହାପରେ ତା ଉପରେ ବ୍ରେଡ୍ ଗୁଣ୍ଡ ଲଗାଇବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ଢାଳିବେ । ତେଲ ଗରମ ହେବାପରେ ସେଥିରେ ଅଣ୍ଡାକୁ ପକାଇ ଛାଣିବେ । ଏହା କ୍ରିସପି ହେବା ପରେ , ଏକ ପ୍ଲେଟକୁ କାଢି ରଖିବେ । ପ୍ରସ୍ତୁତ ହୋଇଗଲା କ୍ରିସପି ଏଗ୍ ଚପ୍ । ଏବେ ଗରମ ଗରମ ଏହାକୁ ଯେ କୌଣସି ସସ୍ ଲଗାଇ ଖାଇ ପାରିବେ ।
Powered by Froala Editor