ପଞ୍ଜାବ ନିର୍ବାଚନ ଘୁଞ୍ଚାଇବାକୁ ଚିଠି ଲେଖିଲେ ଚନ୍ନି, କାହିଁକି ପଢ଼ନ୍ତୁ...

ଚଣ୍ଡିଗଡ଼: ନିର୍ବାଚନ ତାରିଖକୁ ଘୁଞ୍ଚାଇବାକୁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି । ଚିଠିରେ ସେ ଅନୁରୋଧ କରି ଉଲ୍ଲେଖ କରିଛନ୍ତି ଯେ ପଞ୍ଜାବରେ ୧୪ ଫେବ୍ରୁଆରୀରେ ମତଦାନ ହେବ । ଏହି ସମୟରେ ଶ୍ରୀ ଗୁରୁ ରବିଦାସ ଜୀଙ୍କ ଜୟନ୍ତି ଥିବାରୁ ଜାତି ଓ ଜନଜାତି ବର୍ଗର ଲୋକ ବନାରସ ଗସ୍ତରେ ଯିବେ । ଫେବ୍ରୁଆରୀ ୧୦ ରୁ ୧୬ ପର୍ଯ୍ୟନ୍ତ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅଛି । ପାଖାପାଖି ୨୦ ଲକ୍ଷ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯିବେ । ତେଣୁ ଏଭଳି ପରିସ୍ଥିତିରେ ଏହି ସମ୍ପ୍ରଦାୟର ଅଧିକାଂଶ ଲୋକ ନିଜ ମତଦାନ ସାବ୍ୟସ୍ତ କରିପାରିବେ ନାହିଁ, ଯାହା ସେମାନଙ୍କ ସାମ୍ବିଧାନିକ ଅଧିକାର । ତେଣୁ ନିର୍ବାଚନ ତାରିଖକୁ ଆଗକୁ ବଢ଼ାଇବା ପାଇଁ ସମ୍ପ୍ରଦାୟ ଅନୁରୋଧ କରିଛି। ସେମାନେ ଫେବ୍ରୁଆରୀ ୧୬ ପରେ ବନାରସରୁ ଫେରି ଯେପରି ନିଜ ଭୋଟ ଦେଇପାରିବେ ସେଭଳି କିଛି ବ୍ୟବସ୍ଥା କରିବାକୁ ସେମାନେ ଅନୁରୋଧ କରିଛନ୍ତି । ପଞ୍ଜାବ ବିଧାନସଭା ନର୍ବାଚନର ତାରିଖକୁ ଅତି କମ୍ରେ ୬ ଦିନ ଘୁଞ୍ଚାଇବା ଠିକ୍ ହେବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଚନ୍ନି ।
Powered by Froala Editor