କରୋନାର ଆଉ ଏକ ନୂଆ ଭାରିଆଣ୍ଟ ଠାବ
ପ୍ୟାରିସ: ଗୋଟିଏ ନଯାଉଣୁ ମାଡିଆସିଲାଣି କରୋନାର ଆଉଏକ ନୂଆ ଭାରିଆଣ୍ଟ । କୋଭିଡର ନୂଆ ଭାରିଆଣ୍ଟ ଓମାଇକ୍ରନକୁ ନେଇ ବିଶ୍ୱବାସୀ ଆତଙ୍କିତ ଥିବା ବେଳେ ଫ୍ରାନ୍ସରେ ଏବେ ଏହାର ଆଉ ଏକ ନୂଆ ଭାରିଆଣ୍ଟ ଠାବ ହୋଇଛି । ଦକ୍ଷିଣ ଫ୍ରାନ୍ସରେ ବୈଜ୍ଞାନିକମାନେ ଏହାକୁ ଚିହ୍ନଟ କରିଛନ୍ତି । ଅସ୍ଥାୟୀ ଭାବେ ‘ଆଇଏଚୟୁ’ ବା ବି.୧.୬୪୦.୨ ବୋଲି କୁହାଯାଉଛି । ‘ଆଇଏଚୟୁ’ ଭାରିଆଣ୍ଟର ୪୬ଟି ମୁ୍ୟଟେସନ ରହିଛି ।
କିନ୍ତୁ ଓମାଇକ୍ରନର ସ୍ପାଇକ ପ୍ରୋଟିନରେ ୩୭ ମୁ୍ୟଟେସନ ହିଁ ହୋଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଭାରିଆଣ୍ଟକୁ ଅନ୍ୟ କୌଣସି ଦେଶରେ ଠାବ କରାଯାଇନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ଉପରେ ଅନୁଧ୍ୟାନ କରୁଛି । ନୂଆ ଭାରିଆଣ୍ଟର ଉପôତ୍ତିସ୍ଥଳ କେନ୍ଦ୍ର ମଧ୍ୟ ଆଫ୍ରିକୀୟ ଦେଶ କ୍ୟାମେରୁନ ବୋଲି ମନେ କରାଯାଉଛି ।
Powered by Froala Editor