ଟେଷ୍ଟିଂ କିଟ୍ ଓମିସିଓରକୁ ଆଇସିଏମଆର ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବଢୁଥିବାବେଳେ କରୋନା ଗ୍ରାଫ ମଧ୍ୟ ଉପରମୁହାଁ ହେବାରେ ଲାଗିଛି । ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷପ ନେବା ସତ୍ତ୍ୱେ ମଧ୍ୟ ଓମିକ୍ରନ ଦ୍ରୁତ ଗତିରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଫଳରେ ସ୍ଥିତି ଅଣାୟତ୍ତହେବାରେ ଲାଗିଛି । ଏହାରି ମଧ୍ୟରେ ଭାରତୀୟ ଚିକିସôା ଅନୁସନ୍ଧାନ ପରିଷଦ (ଆଇସିଏମଆର) ଏକ ବଡ ନିଷ୍ପତ୍ତି ନେଇଛି । ଓମିକ୍ରନ ଭୂତାଣୁ ଚିହ୍ନଟ କରିବା ନିମନ୍ତେ ଟାଟା ପ୍ରସ୍ତୁତ କରିଥିବା ଟେଷ୍ଟିଂ କିଟ୍ ଓମିସିଓରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ଏହାକୁ ମୁମ୍ବାଇର ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ ପକ୍ଷରୁ ବିକଶିତ କରାଯାଇଛି । ଏହାକୁ ସେପ୍ଟେମ୍ବର ୩୦ରେ ମଞ୍ଜୁରୀ ମିଳିଥିଲା । ଏ ବାବଦରେ ଏବେ ସୂଚନା ମିଳିଛି । ଏହାର ନାମ ଟାଟା ଲମଡି ଚେକ୍ ଆରଟି-ପିସିଆର ଓମିସୁ୍ୟର ରହିଛି । ବର୍ତ୍ତମାନ ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ମଲ୍ଟିପ୍ଲେକ୍ସ କିଟର ବ୍ୟବହାର କରାଯାଉଛି । ଏହାକୁ ଆମେରିକାର ଥର୍ମୋ ଫିଶର ଦ୍ୱାରା ମାର୍କେଟିଂ କରାଯାଉଛି ।
ସୂଚନା ଅନୁସାରେ ଓମିକ୍ରନ କରୋନାର ଏକ ନୂଆ ଭାରିଆଣ୍ଟ । ଏହା ଡେଲଟା ଓ ଡେଲଟା ପ୍ଲସ ଭଳି ଘାତକ ହୋଇ ନଥିଲେ ବି ସେମାନଙ୍କ ମୁକାବିଲାରେ ଏହା ଅଧିକ ସଂକ୍ରମିତ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ମୁତାବକ ଏପର୍ଯ୍ୟନ୍ତ ଦେଶରେ ୧୮୯୨ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର ଓ ଦିଲ୍ଲୀରେ ସବୁଠାରୁ ଅଧିକ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହାକୁ ନେଇ କେନ୍ଦ୍ର ସରକାର କଟକଣା କଡାକଡି କରିଛନ୍ତି ।
Powered by Froala Editor