ପିଲାଙ୍କୁ ଆଜିଠୁ କରୋନା ଟିକା
ଭୁବନେଶ୍ୱର: ଉପରମୁହାଁ ହେଉଛି କରୋନା ସଂକ୍ରମଣ । କାୟା ମେଲାଉଛି କରୋନାର ନୂଆ ଭାରିଆଣ୍ଟ । ଦିନକୁ ଦିନ କରୋନାର ନୂଆ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଦେଶବାସୀଙ୍କ ମନରେ ଛନକା ପଶିଛି । କିପରି ଓମିକ୍ରନର ମୁକାବିଲା କରିହେବ, ଏଥିପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷପ ନେଉଛନ୍ତି, ତଥାପି ସବୁ କଟକଣାକୁ ଭେଦ କରି ଓମିକ୍ରନ ଦ୍ରୁତ ଗତିରେ ସଂକ୍ରମଣ କରିବାରେ ଲାଗିଛି ।
ଆଜିଠାରୁ ସାରାଦେଶରେ ଆରମ୍ଭ ହୋଇଛି କିଶୋରଙ୍କୁ ଟିକାଦାନ । ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯାଉଛି କରୋନା ଟିକା । ଏହି କ୍ରମରେ ଭୁବନେଶ୍ୱରରେ ମଧ୍ୟ କିଶୋରଙ୍କୁ ଟିକାକରଣ ଆରମ୍ଭ ହୋଇଛି । ସ୍ୱତନ୍ତ୍ର ଭାବେ ପ୍ରାୟ ୯୩୯ ଟିକାକରଣ କେନ୍ଦ୍ରରେ କିଶୋରଙ୍କ ଟିକାକରଣ କରାଯାଉଛି । ଏଥିସହ ଯେଉଁ କେନ୍ଦ୍ର ଗୁଡିକରେ ପୂର୍ବରୁ ଟିକାକରଣ ଚାଲିଛି ସେଠି ମଧ୍ୟ ପିଲାମାନଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି । ଯେଉଁମାନେ ଅନଲାଇନରେ ପଞ୍ଜିକରଣ କରିଛନ୍ତି ସେମାନେ ଟିକା ନେଉଛନ୍ତି ।
ଯେଉଁମାନେ ପଞ୍ଜିକରଣ କରିନଥିବେ ସେମାନେ ମଧ୍ୟ ଅନସ୍ପଟ ପଞ୍ଜିକରଣ କରି ଟିକା ନେଇପାରୁଛନ୍ତି । ସ୍କୁଲରେ ପାଠପଢୁଥିବା ୧୫ରୁ ୧୮ବର୍ଷ ବୟସର ସମସ୍ତ ପିଲା ଯେମିତି ଟିକା ନେଇପାରିବେ ସେଥିପାଇଁ ସ୍କୁଲର ଅଧ୍ୟକ୍ଷମାନେ ବ୍ୟବସ୍ଥା କରିଛନ୍ତି । ସ୍କୁଲ ଅଧ୍ୟକ୍ଷମାନେ ପ୍ରସ୍ତୁତ କରିଥିବା ତାଲିକା ଅନୁସାରେ ଟିକାକରଣ ବ୍ୟବସ୍ଥା କରିଛନ୍ତି ସିଡିଏମଓ ।
Powered by Froala Editor