ପ୍ରିନ୍ସପାଲଙ୍କ ସହ ନବୋଦୟ ସ୍କୁଲର ୮୨ ଛାତ୍ରଛାତ୍ରୀ କରୋନା ସଂକ୍ରମିିତ
ଉତ୍ତରାଖଣ୍ଡର ନୈନିତାଲର ଜବାହର ନବୋଦୟ ବିଦ୍ୟାଳୟରେ କରୋନା ସଂକ୍ରମଣର ବିସ୍ଫୋରଣ ହୋଇଛି । ଏଠାରେ ବିଦ୍ୟାଳୟର ୮୨ ଜଣ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କିଛି ପିଲାଙ୍କ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ବିଦ୍ୟାଳୟର ପ୍ରିନ୍ସିପାଲ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।
ସୂଚନା ଥାଉକି, ଗତ ୩୦ ତାରିଖରେ ସ୍କୁଲର ପ୍ରଧାନଶିକ୍ଷକଙ୍କ ସମେତ ୮ଜଣ ଛାତ୍ରଛାତ୍ରୀଙ୍କ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ସମସ୍ତ ସ୍କୁଲ ପିଲା ଏବଂ ଶିକ୍ଷକଙ୍କ କରୋନା ଟେଷ୍ଟ କରାଯାଇଥିଲା। ଏଥିରୁ ଏବେ ୮୨ ପଜିଟିଭ ବାହାରିଛନ୍ତି। ଏହାସହ ଅନେକ ପିଲାଙ୍କର ଟେଷ୍ଟ ରିପୋର୍ଟ ଆସିବାକୁ ବାକି ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରାଖଣ୍ଡରେ କରୋନା ଭୂତାଣୁର ଏକ ନୂତନ ରୂପ ଥିବା ଓମିକ୍ରନର ଚାରୋଟି ନୂତନ ମାମଲା ରିପୋର୍ଟ ହୋଇଥିଲା । ଏହି କାରଣରୁ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଶନିବାର ଏଠାରେ ଥିବା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି ।
Powered by Froala Editor