ଆଜି ରାଜ୍ୟରେ ୨୮୯ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେଧୀରେ ଉପରମୁହାଁ ହେବାରେ ଲାଗିଲାଣି । ଗତକାଲି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୮ରହିଥିବାବେଳେ ଆଜି ରାଜ୍ୟରେ ୨୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱରେଣ୍ଟାଇନ୍ ସେଣ୍ଟରରୁ ୧୭୬ଜଣ ରହିଥିବାବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୧୨୨ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୩୩ଜଣ ଛୁଆ ରହିଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୧୯ଜଣ, ବାଲେଶ୍ୱରରୁ ୨, ବରଗଡରୁ ୪, ଭଦ୍ରକରୁ ୨, ବଲାଙ୍ଗୀରରୁ ୧, ବୌଦ୍ଧରୁ ୧, କଟକରୁ ୩୫, ଦେବଗଡରୁ ୧, ଗଞ୍ଜାମରୁ ୨, ଜଗତସିଂହପୁରରୁ ୯, ଯାଜପୁରରୁ ୭, ଝାରସୁଗୁଡାରୁ ୮, କେନ୍ଦ୍ରାପଡାରୁ ୫, କେନ୍ଦୁଝରରୁ ୮, କୋରାପୁଟରୁ ୨, ମୟୂରଭଞ୍ଜରୁ ୬, ନବରଙ୍ଗପୁରରୁ ୧, ନୟାଗଡରୁ ୩, ପୁରୀରୁ ୧୧, ରାୟଗଡାରୁ ୨, ସମ୍ବଲପୁରରୁ ୧୩, ସୁନ୍ଦରଗଡରୁ ୨୩ ଓ ରାଜ୍ୟପୁଲରୁ ୨୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୫୫ହଜାର ୧୩୨କୁ ବୃଦ୍ଧି ପାଇଛି ।
Powered by Froala Editor