Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 24, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବଢିବ ଟ୍ରେନ ଭଡା, ଜୁଲାଇ ୧ରୁ ସଂଶୋଧିତ ଦର ...

  • ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ମାଲବାହୀ ...

  • ଏକତରଫା ପ୍ରେମର ପ୍ରତିଶୋଧ : ବିବାହିତ ...

  • ଭୂତ ପ୍ରେତକୁ ଆମନ୍ତ୍ରଣ କରିପାରେ ...

  • ଆଇନାରେ ପ୍ରଥମେ ନିଜ ମୁହଁ ନିଜେ ଦେଖୁ ...

  • ବେଟି ବଚାଓ କହୁଥିବା ଦଳର ...

  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ ...

  • ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ ...

  • ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ

ରାଜନୀତି
Home ›› ରାଜନୀତି ››ନବରଙ୍ଗପୁର କଂଗ୍ରେସ ସଭା ମଣ୍ଡପରେ ଗଙ୍ଗାଜଳ ସିଂଚନ କରିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରାଯାଉ - କଂଗ୍ରେସ

ନବରଙ୍ଗପୁର କଂଗ୍ରେସ ସଭା ମଣ୍ଡପରେ ଗଙ୍ଗାଜଳ ସିଂଚନ କରିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରାଯାଉ - କଂଗ୍ରେସ

2021-12-30 16:53:37
15250
Share:
Facebook
Twitter
E-Mail
WhatsApp
Telegram
ନବରଙ୍ଗପୁର କଂଗ୍ରେସ ସଭା ମଣ୍ଡପରେ ଗଙ୍ଗାଜଳ ସିଂଚନ କରିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରାଯାଉ   - କଂଗ୍ରେସ

ଗତ ୨୭.୧୨.୨୦୨୧ରିଖ,ସୋମବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସର ୧୦୦ବର୍ଷ ପୂର୍ତି ଅସବରରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ତରଫରୁ ଏକ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ କଂଗ୍ରେସ ଦଳର ଜାତୀୟନେତା ଯଥା ଡଃ. କହ୍ନେୟା କୁମାର, ଗୁଜୁରାଟର ମାନ୍ୟବର ବିଧାୟକ ତଥା ଦଳିତ ନେତା ଶ୍ରୀ ଜିଗ୍‌ନେଶ ମେୱବାନୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାର ପ୍ରଦେଶ କଂଗ୍ରେସର ପ୍ରଭାରୀ ଶ୍ରୀ ଭକ୍ତଚରଣ ଦାସ ଓ ଛତିଶଗଡ଼ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ଲକ୍ଷ୍ମୀ କାୱାସୀ ପ୍ରମୁଖ ଯୋଗଦାନ ଦେଇ  ଜନସାଧାରଣ ଓ ଯୁବକମାନଙ୍କୁ ଏକତ୍ର ହୋଇ ନିଜକୁ ରାଷ୍ଟ୍ରୀୟ ଏକତ୍ରିକରଣ ସ୍ରୋତରେ ସାମିଲ ହେବା ପାଇଁ ବକ୍ତବ୍ୟ ପ୍ରଦାନ  ସହ ହଜାର ହଜାର ସଂଖ୍ୟାରେ ଦଳିତ ଆଦିବାସୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ସମାବେଶର ସଫଳତାରେ ଇର୍ଷାପରାୟଣ ହୋଇ କିଛି ତଥାକଥିତ ଅସମାଜିକ ଯୁବକ ଯଥା ଶ୍ରୀ ଗୌରୀଶଙ୍କର, ଶ୍ରୀ ହିମାଂଶୁ ଶେଖର ମିଶ୍ର (ଆୟୁଷ ଡାକ୍ତର), ଶ୍ରୀ ମିହିର କୁମାର ମିଶ୍ର ପ୍ରମୁଖ ଦଳିତ ନେତା ଜିଗ୍‌ନେଶ ମେୱାନୀ, ଶ୍ରୀ କହ୍ନେୟା କୁମାର, ଶ୍ରୀ ଲକ୍ଷ୍ମୀ କାୱାସୀ ଓ ଭକ୍ତଚରଣ ଦାସ ମାନଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟ ଦେବା ସହ ଜାତିଆଣ ମନୋଭାବ ରଖି ସଭାସ୍ଥଳକୁ ପବିତ୍ର ଗଙ୍ଗାଜଳ ସିଂଚନ କରୁଥିବା ଭିଡ଼ିଓ ଭାଇରାଲ କରିଛନ୍ତି । ଯାହା ସଂପୂର୍ଣ୍ଣ ଭାବରେ ଦଳିତ ଆଦିବାସୀ ସମାଜର ସମ୍ମାନ ହାନି ହେବା ସହ ତାଙ୍କୁ ଶକ୍ତ ଆଘାତ ଦେଇଛି । ଯାହାଫଳରେ ସେମାନେ ମାନସିକ ଚାପରେ ରହିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଥିବା ଦଳିତ ଆଦିବାସୀମାନଙ୍କ ଭିତରେ ଏହା ତିବ୍ର ଉତେଜନା ସୃଷ୍ଟି କରିଛି । ନବରଙ୍ଗପୁର ଜିଲ୍ଲା ଏକ ଦଳିତ ଆଦିବାସୀ ବହୁଳ ଜିଲ୍ଲା । ଏହି ଜିଲ୍ଲାରେ ପ୍ରାୟ ୧୨% ପ୍ରତିଶତରୁ ଉର୍ଦ୍ଧ ଦଳିତ ଆଦିବାସୀ ବସବାସ କରନ୍ତି । ସ୍ୱର୍ଗତଃ ଜଗନ୍ନାଥ ତ୍ରିପାଠୀଙ୍କ ପୂର୍ବରୁ ଏହିଠାରେ ମିରୁ ହରିଜନ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । ପୋଟାକୋଟା ଗ୍ରାମର ଅର୍ଜୁନ ହରିଜନ କୁଇଟ୍ ଇଣ୍ଡିଆ ମୁଭମେଂଟ୍‌ରେ ବ୍ରିଟିଶ ସରକାରଙ୍କ ଦ୍ୱାରା ଗିରଫ ହୋଇ ୧୯୪୨ ମସିହାରେ ବ୍ରହ୍ମପୁର ସ୍ଥିତ ଜେଲରେ ନଖାଇ ନପିଇ ମୃତ୍ୟୁବରଣ କରି ଦେଶ ପାଇଁ ବଳିଦାନ ଦେଇଥିଲେ । ନବରଙ୍ଗପୁର ଜିଲ୍ଲାର ମାଟିର ସନ୍ତାନ ମାନେ ଦେଶ ସ୍ୱାଧୀନତାରେ ନିଜକୁ ସମର୍ପଣ କରି ସହୀଦ ଲକ୍ଷ୍ମଣ ନାଏକଙ୍କ ସମେତ ଅନେକ ଦଳିତ ଆଦିବାସୀ ନେତା ଦେଶସ୍ୱାଧୀନତାରେ ନିଜକୁ ବଳିଦାନ ଦେଇଛନ୍ତି । ତେଣୁ ଏହି ପବିତ୍ର ମାଟିରେ ବସବାସ କରୁଥିବା ଜନସାଧାରଣ ତଥା ସମଗ୍ର ରାଜ୍ୟର ଦଳିତ ଆଦିବାସୀ ମାନଙ୍କର ସମ୍ମାନକୁ କ୍ଷୁର୍ଣ୍ଣ କରିବାର ଭଳି ଯେଉଁ ଘୃର୍ଣ୍ଣ କାର୍ଯ୍ୟ ଦୋଷୀମାନେ କରିଛନ୍ତି ତାହା ନିନ୍ଦନୀୟ ଓ ଜଘନ୍ୟ ଅପରାଧ । ଶ୍ରୀ ଗୌରୀଶଙ୍କର, ଶ୍ରୀ ହିମାଂଶୁ ଶେଖର ମିଶ୍ର (ଆୟୁଷ ଡାକ୍ତର), ଶ୍ରୀ ମିହିର କୁମାର ମିଶ୍ର ଗଙ୍ଗାଜଳ ସିଂଚନ କରି ନିର୍ଦ୍ଧିଷ୍ଟ ଜାତିର ଭାବଧାରାକୁ ଆକ୍ଷେପ କରି ମନ୍ତବ୍ୟ ଦେବା ଜଘନ୍ୟ ଅପରାଧ । ଏ ସଂପର୍କରେ ତା.୨୯.୧୨.୨୦୨୧ରିଖରେ ନବରଙ୍ଗପୁର ଜିଲ୍ଲା ଆଇ.ଆଇ.ସି.ଙ୍କ ନିକଟରେ ଏକ ଏଫ୍‌.ଆଇ.ଆର. ଦରଜ କରାଯାଇଅଛି । ପ୍ରକାଶ ଥାଉକି, ଉକ୍ତ ତିନି ଜଣ ବ୍ୟକ୍ତି ବିଶ୍ୱହିନ୍ଦୁ ପରିଷଦ ଓ ବିଜେପି ସମର୍ଥକ ଅଟନ୍ତି । ବିଶ୍ୱହିନ୍ଦୁ ପରିଷଦ ଓ ବିଜେପି ଦଳର ଇଙ୍ଗିତରେ ସେମାନେ ଏହି ଘୃଣ୍ଣ୍ୟ କାମ କରିଛନ୍ତି ଯାହା ଦେଶରେ ଜାତି ଓ ଧର୍ମ ନାମରେ ଦେଶକୁ ଭାଗ ଭାଗ କରିବା ବିଶ୍ୱହିନ୍ଦୁ ପରିଷଦ ଓ ବିଜେପି ଦଳର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯିବ । ଭାରତୀୟ ସମ୍ବାଧାନ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ଦେଇଅଛି । ଏକ ସ୍ପର୍ଶକାତରତା ଘଟଣା ବିଷୟରେ ଏ ପର୍ଯ୍ୟନ୍ତ ସେଠାକାର ଏସ୍‌.ପି. ଓ ଜିଲ୍ଲା ପ୍ରଶାସନ କାହିଁକି ନିଜଆଡୁ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଏଫ୍‌.ଆଇ.ଆର. ଦାୟର କରିନାହାନ୍ତି । ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ପ୍ରଶାସନ ଏକ ସ୍ଥାଣୁ ପାଲଟି ଯାଇଛି ପରୋକ୍ଷରେ ସରକାର ଅପରାଧୀମାନଙ୍କୁ ଘଂଟଘୋଡାଇବାରେ ସାହାର୍ଯ୍ୟ କରୁଛନ୍ତି । ଏ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାର ମମିତା ମେହେର ହତ୍ୟାଘଟଣାରେ ନ୍ୟାୟ ଦେଇ ପାରୁନାହାନ୍ତି । ସେହି ଜିଲ୍ଲାରେ ଜାତିବାଦ ରାଜନୀତି ଏକ ସ୍ପର୍ଶକାତରତା ଘଟଣା ଏବଂ ଅସାମ୍ବିଧାନିକ ହୋଇଥିଲେ ମଧ୍ୟ ସରକାର ସେଥିପ୍ରତି ଧ୍ୟାନ ଦେଉନାହାନ୍ତି । ରାଜ୍ୟର ସାଢ଼େ ଚାରିକୋଟି ଓଡ଼ିଆ ବସବାସ କରୁଥିବାବେଳେ ପ୍ରଭୂ ଜଗନ୍ନାଥଙ୍କ ନିକଟରେ ସମସ୍ତେ ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ କୌଣସି ପକ୍ଷପାତ ନଥିବାବେଳେ  ନବୀନ ପଟ୍ଟନାୟକ ସରକାର ଉକ୍ତ ଘଟଣାକୁ ଅଣଦେଖା କରିବା ନିନ୍ଦନୀୟ ଅଟେ । ପରୋକ୍ଷରେ ନବୀନ ପଟ୍ଟନାୟକ ସରକାର ସମ୍ବିଧାନ ବିରୋଧି କାର୍ଯ୍ୟ କରିଥିବା ମନେ ହୁଏ । ଏଥି ପାଇଁ ସାଧାରଣରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ଏଣୁ ସାମ୍ବିଧାନିକ ନିୟମକୁ ଭଙ୍ଗ କରି ଅସମ୍ମାନ କରି ମନୁବାଦକୁ ଆପଣାଇଥିବା ଦଳ ବିଜେପି ଓ ବିଜେଡ଼ି ସମଦାୟୀ ।  ଏଣୁ  ତୁରନ୍ତ ଦଳିତ ନିର୍ଯ୍ୟାତନା ଆଇନ ଅନୁସାରେ ଦୋଷିଙ୍କୁ ଗିରଫ କରିବା ପାଇଁ ଏବଂ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମ୍ବିଧାନକୁ ସମ୍ମାନ ଦେବା ପାଇଁ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଦାବି କରାଯାଉଛି । ଯଦି ଦୋଷୀମାନଙ୍କ ପ୍ରତି ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ କଂଗ୍ରେସ ଅନୁସୂଚିତ ଜାତିବିଭାଗ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ।  ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରା ଅଧ୍ୟକ୍ଷତା କରିଥିବା ବେଳେ ବିଧାୟକ ସଂନ୍ତୋଷି ସିଂ ସାଲୁଜା, ପିସିସି ମୁଖପାତ୍ର ଅମିୟ ପାଣ୍ଡବ, ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ଓ ଖୋର୍ଦ୍ଧା ଜିଲ୍ଲା ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଜୟନ୍ତ ଭୋଇ ଉପସ୍ଥିତ ଥିଲେ ।

Powered by Froala Editor

Tags Congress , Inc , Odisha congress

Related articles Odisha News Lens 4.1

  • ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ମାଲବାହୀ ଜାହାଜ
    ଦେଶ-ଦେଶାନ୍ତର

    ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ମାଲବାହୀ ଜାହାଜ

    13747
    Jun 24, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?
    ବିଶେଷ

    ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13965
    Jun 24, 2025
  • ଏକତରଫା ପ୍ରେମର ପ୍ରତିଶୋଧ : ବିବାହିତ ପ୍ରେମିକ ନାଁରେ ମେଲ୍ ଆଇଡି ଖୋଲି ବୋମା ଧମକ ଦେଲେ ...
    ଦେଶ-ଦେଶାନ୍ତର

    ଏକତରଫା ପ୍ରେମର ପ୍ରତିଶୋଧ : ବିବାହିତ ପ୍ରେମିକ ନାଁରେ ମେଲ୍ ଆଇଡି ଖୋଲି ବୋମା ଧମକ ଦେଲେ ...

    14295
    Jun 24, 2025
  • ବଢିବ ଟ୍ରେନ ଭଡା, ଜୁଲାଇ ୧ରୁ ସଂଶୋଧିତ ଦର ଲାଗୁ ହେବ
    ଦେଶ-ଦେଶାନ୍ତର

    ବଢିବ ଟ୍ରେନ ଭଡା, ଜୁଲାଇ ୧ରୁ ସଂଶୋଧିତ ଦର ଲାଗୁ ହେବ

    14044
    Jun 24, 2025
  • ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ ...
    ଦେଶ-ଦେଶାନ୍ତର

    ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ ...

    14159
    Jun 24, 2025
  • ଭୂତ ପ୍ରେତକୁ ଆମନ୍ତ୍ରଣ କରିପାରେ ‘ପାଣିରେ ହଳଦୀ’ ଟ୍ରେଣ୍ଡ
    ଦେଶ-ଦେଶାନ୍ତର

    ଭୂତ ପ୍ରେତକୁ ଆମନ୍ତ୍ରଣ କରିପାରେ ‘ପାଣିରେ ହଳଦୀ’ ଟ୍ରେଣ୍ଡ

    14220
    Jun 24, 2025
  • ଆଇନାରେ ପ୍ରଥମେ ନିଜ ମୁହଁ ନିଜେ ଦେଖୁ କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ
    ରାଜନୀତି

    ଆଇନାରେ ପ୍ରଥମେ ନିଜ ମୁହଁ ନିଜେ ଦେଖୁ କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ

    15298
    Jun 24, 2025
  • ବେଟି ବଚାଓ କହୁଥିବା ଦଳର ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ; ସାକ୍ଷାତ କଲେନାହିଁ
    ରାଜନୀତି

    ବେଟି ବଚାଓ କହୁଥିବା ଦଳର ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ; ସାକ୍ଷାତ କଲେନାହିଁ

    13652
    Jun 24, 2025
  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ
    ବିଶେଷ

    ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    14944
    Jun 24, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    14944
    Jun 24, 2025
  • ଦେଶ-ଦେଶାନ୍ତର

    ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ମାଲବାହୀ ଜାହାଜ

    13747
    Jun 24, 2025
  • ବିଶେଷ

    ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13965
    Jun 24, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16707
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17014
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15508
    Apr 03, 2021

ବିଶେଷ

  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    14944
    Jun 24, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13965
    Jun 24, 2025
  • ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା

    15862
    Jun 23, 2025
  • ଶରୀରରେ ଆଲର୍ଜି ହେବାକୁ ଦେଇ ନଥାଏ କଲରା

    15187
    Jun 23, 2025
  • ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

    16027
    Jun 22, 2025

ବାଣିଜ୍ୟ

ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

ଭୁବନେଶ୍ୱର : ଓଡିଶାରେ ପାରମ୍ପରିକତା କେବଳ ସଂରକ୍ଷିତ ହୋଇନଥାଏ, ସେହିଟି ଲୋକଙ୍କ ଦୈନନ୍ଦିନ ଜୀବନ, ପାର୍ବଣ, ଓ ଅଭିବ୍ୟକ୍ତିର ଅଂଶ ଅଟୁଟ ଭାବରେ ରହିଛି। ଘୁମୁରା ନୃତ୍ୟର ଗାମ୍ଭୀର୍ୟପୂର୍ଣ୍ଣ ପଦକ୍ଷେପରୁ ଆରମ୍ଭ କରି ...

  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    14999
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14821
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14823
    Jun 19, 2025
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

    13794
    Jun 17, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ ଶୁକ୍ଳା

    14159
    Jun 24, 2025
  • ବେଟି ବଚାଓ କହୁଥିବା ଦଳର ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ; ସାକ୍ଷାତ କଲେନାହିଁ

    13652
    Jun 24, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13965
    Jun 24, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In