Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, August 15, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇରାନ ରାଷ୍ଟ୍ରପତି ପେଜେଶକିୟାନ ଆସିବେ ...

  • କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ...

  • ଦିଲ୍ଲୀକୁ ମିଳିଛି ବୋମା ବିସ୍ଫୋରଣ ଧମକ

  • ରାଷ୍ଟ୍ରପତି ପ୍ରଦାନ କଲେ ସଙ୍ଗୀତ ନାଟକ ...

  • ହରିଦ୍ୱାରରେ ୭ ହଜାର ମେଟ୍ରିକ ଟନ୍ ...

  • ବାସଭବନରୁ ବିଡ଼ା ବିଡ଼ା ନଗଦ ଟଙ୍କା ମିଳିବା ...

  • ଆମେରିକୀୟ ସେନା ହେଲିକପ୍ଟର ...

  • JPSC ପରୀକ୍ଷା ଦୁର୍ନୀତି : ଆଉ ୭ ଅଭିଯୁକ୍ତଙ୍କ ...

  • ଲାଲକିଲ୍ଲା କାର୍ ବ୍ଲାଷ୍ଟ ଘଟଣାରେ ...

  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ...

ରାଜନୀତି
Home ›› ରାଜନୀତି ››ନବରଙ୍ଗପୁର କଂଗ୍ରେସ ସଭା ମଣ୍ଡପରେ ଗଙ୍ଗାଜଳ ସିଂଚନ କରିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରାଯାଉ - କଂଗ୍ରେସ

ନବରଙ୍ଗପୁର କଂଗ୍ରେସ ସଭା ମଣ୍ଡପରେ ଗଙ୍ଗାଜଳ ସିଂଚନ କରିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରାଯାଉ - କଂଗ୍ରେସ

2021-12-30 16:53:37
15338
Share:
Facebook
Twitter
E-Mail
WhatsApp
Telegram
ନବରଙ୍ଗପୁର କଂଗ୍ରେସ ସଭା ମଣ୍ଡପରେ ଗଙ୍ଗାଜଳ ସିଂଚନ କରିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରାଯାଉ   - କଂଗ୍ରେସ

ଗତ ୨୭.୧୨.୨୦୨୧ରିଖ,ସୋମବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସର ୧୦୦ବର୍ଷ ପୂର୍ତି ଅସବରରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ତରଫରୁ ଏକ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ କଂଗ୍ରେସ ଦଳର ଜାତୀୟନେତା ଯଥା ଡଃ. କହ୍ନେୟା କୁମାର, ଗୁଜୁରାଟର ମାନ୍ୟବର ବିଧାୟକ ତଥା ଦଳିତ ନେତା ଶ୍ରୀ ଜିଗ୍‌ନେଶ ମେୱବାନୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାର ପ୍ରଦେଶ କଂଗ୍ରେସର ପ୍ରଭାରୀ ଶ୍ରୀ ଭକ୍ତଚରଣ ଦାସ ଓ ଛତିଶଗଡ଼ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ଲକ୍ଷ୍ମୀ କାୱାସୀ ପ୍ରମୁଖ ଯୋଗଦାନ ଦେଇ  ଜନସାଧାରଣ ଓ ଯୁବକମାନଙ୍କୁ ଏକତ୍ର ହୋଇ ନିଜକୁ ରାଷ୍ଟ୍ରୀୟ ଏକତ୍ରିକରଣ ସ୍ରୋତରେ ସାମିଲ ହେବା ପାଇଁ ବକ୍ତବ୍ୟ ପ୍ରଦାନ  ସହ ହଜାର ହଜାର ସଂଖ୍ୟାରେ ଦଳିତ ଆଦିବାସୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ସମାବେଶର ସଫଳତାରେ ଇର୍ଷାପରାୟଣ ହୋଇ କିଛି ତଥାକଥିତ ଅସମାଜିକ ଯୁବକ ଯଥା ଶ୍ରୀ ଗୌରୀଶଙ୍କର, ଶ୍ରୀ ହିମାଂଶୁ ଶେଖର ମିଶ୍ର (ଆୟୁଷ ଡାକ୍ତର), ଶ୍ରୀ ମିହିର କୁମାର ମିଶ୍ର ପ୍ରମୁଖ ଦଳିତ ନେତା ଜିଗ୍‌ନେଶ ମେୱାନୀ, ଶ୍ରୀ କହ୍ନେୟା କୁମାର, ଶ୍ରୀ ଲକ୍ଷ୍ମୀ କାୱାସୀ ଓ ଭକ୍ତଚରଣ ଦାସ ମାନଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟ ଦେବା ସହ ଜାତିଆଣ ମନୋଭାବ ରଖି ସଭାସ୍ଥଳକୁ ପବିତ୍ର ଗଙ୍ଗାଜଳ ସିଂଚନ କରୁଥିବା ଭିଡ଼ିଓ ଭାଇରାଲ କରିଛନ୍ତି । ଯାହା ସଂପୂର୍ଣ୍ଣ ଭାବରେ ଦଳିତ ଆଦିବାସୀ ସମାଜର ସମ୍ମାନ ହାନି ହେବା ସହ ତାଙ୍କୁ ଶକ୍ତ ଆଘାତ ଦେଇଛି । ଯାହାଫଳରେ ସେମାନେ ମାନସିକ ଚାପରେ ରହିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଥିବା ଦଳିତ ଆଦିବାସୀମାନଙ୍କ ଭିତରେ ଏହା ତିବ୍ର ଉତେଜନା ସୃଷ୍ଟି କରିଛି । ନବରଙ୍ଗପୁର ଜିଲ୍ଲା ଏକ ଦଳିତ ଆଦିବାସୀ ବହୁଳ ଜିଲ୍ଲା । ଏହି ଜିଲ୍ଲାରେ ପ୍ରାୟ ୧୨% ପ୍ରତିଶତରୁ ଉର୍ଦ୍ଧ ଦଳିତ ଆଦିବାସୀ ବସବାସ କରନ୍ତି । ସ୍ୱର୍ଗତଃ ଜଗନ୍ନାଥ ତ୍ରିପାଠୀଙ୍କ ପୂର୍ବରୁ ଏହିଠାରେ ମିରୁ ହରିଜନ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । ପୋଟାକୋଟା ଗ୍ରାମର ଅର୍ଜୁନ ହରିଜନ କୁଇଟ୍ ଇଣ୍ଡିଆ ମୁଭମେଂଟ୍‌ରେ ବ୍ରିଟିଶ ସରକାରଙ୍କ ଦ୍ୱାରା ଗିରଫ ହୋଇ ୧୯୪୨ ମସିହାରେ ବ୍ରହ୍ମପୁର ସ୍ଥିତ ଜେଲରେ ନଖାଇ ନପିଇ ମୃତ୍ୟୁବରଣ କରି ଦେଶ ପାଇଁ ବଳିଦାନ ଦେଇଥିଲେ । ନବରଙ୍ଗପୁର ଜିଲ୍ଲାର ମାଟିର ସନ୍ତାନ ମାନେ ଦେଶ ସ୍ୱାଧୀନତାରେ ନିଜକୁ ସମର୍ପଣ କରି ସହୀଦ ଲକ୍ଷ୍ମଣ ନାଏକଙ୍କ ସମେତ ଅନେକ ଦଳିତ ଆଦିବାସୀ ନେତା ଦେଶସ୍ୱାଧୀନତାରେ ନିଜକୁ ବଳିଦାନ ଦେଇଛନ୍ତି । ତେଣୁ ଏହି ପବିତ୍ର ମାଟିରେ ବସବାସ କରୁଥିବା ଜନସାଧାରଣ ତଥା ସମଗ୍ର ରାଜ୍ୟର ଦଳିତ ଆଦିବାସୀ ମାନଙ୍କର ସମ୍ମାନକୁ କ୍ଷୁର୍ଣ୍ଣ କରିବାର ଭଳି ଯେଉଁ ଘୃର୍ଣ୍ଣ କାର୍ଯ୍ୟ ଦୋଷୀମାନେ କରିଛନ୍ତି ତାହା ନିନ୍ଦନୀୟ ଓ ଜଘନ୍ୟ ଅପରାଧ । ଶ୍ରୀ ଗୌରୀଶଙ୍କର, ଶ୍ରୀ ହିମାଂଶୁ ଶେଖର ମିଶ୍ର (ଆୟୁଷ ଡାକ୍ତର), ଶ୍ରୀ ମିହିର କୁମାର ମିଶ୍ର ଗଙ୍ଗାଜଳ ସିଂଚନ କରି ନିର୍ଦ୍ଧିଷ୍ଟ ଜାତିର ଭାବଧାରାକୁ ଆକ୍ଷେପ କରି ମନ୍ତବ୍ୟ ଦେବା ଜଘନ୍ୟ ଅପରାଧ । ଏ ସଂପର୍କରେ ତା.୨୯.୧୨.୨୦୨୧ରିଖରେ ନବରଙ୍ଗପୁର ଜିଲ୍ଲା ଆଇ.ଆଇ.ସି.ଙ୍କ ନିକଟରେ ଏକ ଏଫ୍‌.ଆଇ.ଆର. ଦରଜ କରାଯାଇଅଛି । ପ୍ରକାଶ ଥାଉକି, ଉକ୍ତ ତିନି ଜଣ ବ୍ୟକ୍ତି ବିଶ୍ୱହିନ୍ଦୁ ପରିଷଦ ଓ ବିଜେପି ସମର୍ଥକ ଅଟନ୍ତି । ବିଶ୍ୱହିନ୍ଦୁ ପରିଷଦ ଓ ବିଜେପି ଦଳର ଇଙ୍ଗିତରେ ସେମାନେ ଏହି ଘୃଣ୍ଣ୍ୟ କାମ କରିଛନ୍ତି ଯାହା ଦେଶରେ ଜାତି ଓ ଧର୍ମ ନାମରେ ଦେଶକୁ ଭାଗ ଭାଗ କରିବା ବିଶ୍ୱହିନ୍ଦୁ ପରିଷଦ ଓ ବିଜେପି ଦଳର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯିବ । ଭାରତୀୟ ସମ୍ବାଧାନ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ଦେଇଅଛି । ଏକ ସ୍ପର୍ଶକାତରତା ଘଟଣା ବିଷୟରେ ଏ ପର୍ଯ୍ୟନ୍ତ ସେଠାକାର ଏସ୍‌.ପି. ଓ ଜିଲ୍ଲା ପ୍ରଶାସନ କାହିଁକି ନିଜଆଡୁ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଏଫ୍‌.ଆଇ.ଆର. ଦାୟର କରିନାହାନ୍ତି । ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ପ୍ରଶାସନ ଏକ ସ୍ଥାଣୁ ପାଲଟି ଯାଇଛି ପରୋକ୍ଷରେ ସରକାର ଅପରାଧୀମାନଙ୍କୁ ଘଂଟଘୋଡାଇବାରେ ସାହାର୍ଯ୍ୟ କରୁଛନ୍ତି । ଏ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାର ମମିତା ମେହେର ହତ୍ୟାଘଟଣାରେ ନ୍ୟାୟ ଦେଇ ପାରୁନାହାନ୍ତି । ସେହି ଜିଲ୍ଲାରେ ଜାତିବାଦ ରାଜନୀତି ଏକ ସ୍ପର୍ଶକାତରତା ଘଟଣା ଏବଂ ଅସାମ୍ବିଧାନିକ ହୋଇଥିଲେ ମଧ୍ୟ ସରକାର ସେଥିପ୍ରତି ଧ୍ୟାନ ଦେଉନାହାନ୍ତି । ରାଜ୍ୟର ସାଢ଼େ ଚାରିକୋଟି ଓଡ଼ିଆ ବସବାସ କରୁଥିବାବେଳେ ପ୍ରଭୂ ଜଗନ୍ନାଥଙ୍କ ନିକଟରେ ସମସ୍ତେ ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ କୌଣସି ପକ୍ଷପାତ ନଥିବାବେଳେ  ନବୀନ ପଟ୍ଟନାୟକ ସରକାର ଉକ୍ତ ଘଟଣାକୁ ଅଣଦେଖା କରିବା ନିନ୍ଦନୀୟ ଅଟେ । ପରୋକ୍ଷରେ ନବୀନ ପଟ୍ଟନାୟକ ସରକାର ସମ୍ବିଧାନ ବିରୋଧି କାର୍ଯ୍ୟ କରିଥିବା ମନେ ହୁଏ । ଏଥି ପାଇଁ ସାଧାରଣରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ଏଣୁ ସାମ୍ବିଧାନିକ ନିୟମକୁ ଭଙ୍ଗ କରି ଅସମ୍ମାନ କରି ମନୁବାଦକୁ ଆପଣାଇଥିବା ଦଳ ବିଜେପି ଓ ବିଜେଡ଼ି ସମଦାୟୀ ।  ଏଣୁ  ତୁରନ୍ତ ଦଳିତ ନିର୍ଯ୍ୟାତନା ଆଇନ ଅନୁସାରେ ଦୋଷିଙ୍କୁ ଗିରଫ କରିବା ପାଇଁ ଏବଂ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମ୍ବିଧାନକୁ ସମ୍ମାନ ଦେବା ପାଇଁ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଦାବି କରାଯାଉଛି । ଯଦି ଦୋଷୀମାନଙ୍କ ପ୍ରତି ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ କଂଗ୍ରେସ ଅନୁସୂଚିତ ଜାତିବିଭାଗ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ।  ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରା ଅଧ୍ୟକ୍ଷତା କରିଥିବା ବେଳେ ବିଧାୟକ ସଂନ୍ତୋଷି ସିଂ ସାଲୁଜା, ପିସିସି ମୁଖପାତ୍ର ଅମିୟ ପାଣ୍ଡବ, ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ଓ ଖୋର୍ଦ୍ଧା ଜିଲ୍ଲା ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଜୟନ୍ତ ଭୋଇ ଉପସ୍ଥିତ ଥିଲେ ।

Powered by Froala Editor

Tags Congress , Inc , Odisha congress

Related articles Odisha News Lens 4.1

  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି
    ବାଣିଜ୍ୟ

    ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    13532
    Aug 13, 2026
  • ଦିଲ୍ଲୀକୁ ମିଳିଛି ବୋମା ବିସ୍ଫୋରଣ ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀକୁ ମିଳିଛି ବୋମା ବିସ୍ଫୋରଣ ଧମକ

    15302
    Aug 14, 2026
  • ବାସଭବନରୁ ବିଡ଼ା ବିଡ଼ା ନଗଦ ଟଙ୍କା ମିଳିବା ଘଟଣା : ଜଷ୍ଟିସ୍ ଯଶୱନ୍ତ ବର୍ମା ଦୋଷୀ
    ଦେଶ-ଦେଶାନ୍ତର

    ବାସଭବନରୁ ବିଡ଼ା ବିଡ଼ା ନଗଦ ଟଙ୍କା ମିଳିବା ଘଟଣା : ଜଷ୍ଟିସ୍ ଯଶୱନ୍ତ ବର୍ମା ଦୋଷୀ

    13854
    Aug 13, 2026
  • ଲାଲକିଲ୍ଲା କାର୍ ବ୍ଲାଷ୍ଟ ଘଟଣାରେ ଅଲ୍-କାଏଦା ଦାୟୀ
    ଦେଶ-ଦେଶାନ୍ତର

    ଲାଲକିଲ୍ଲା କାର୍ ବ୍ଲାଷ୍ଟ ଘଟଣାରେ ଅଲ୍-କାଏଦା ଦାୟୀ

    13786
    Aug 13, 2026
  • JPSC ପରୀକ୍ଷା ଦୁର୍ନୀତି : ଆଉ ୭ ଅଭିଯୁକ୍ତଙ୍କ ବିରୋଧରେ ୱାରେଣ୍ଟ
    ଦେଶ-ଦେଶାନ୍ତର

    JPSC ପରୀକ୍ଷା ଦୁର୍ନୀତି : ଆଉ ୭ ଅଭିଯୁକ୍ତଙ୍କ ବିରୋଧରେ ୱାରେଣ୍ଟ

    15787
    Aug 13, 2026
  • ଆମେରିକୀୟ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ଆମେରିକୀୟ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

    15695
    Aug 13, 2026
  • କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଅସୁସ୍ଥ
    ଦେଶ-ଦେଶାନ୍ତର

    କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଅସୁସ୍ଥ

    13517
    Aug 14, 2026
  • ହରିଦ୍ୱାରରେ ୭ ହଜାର ମେଟ୍ରିକ ଟନ୍ ଆବର୍ଜନା ଜମା
    ଦେଶ-ଦେଶାନ୍ତର

    ହରିଦ୍ୱାରରେ ୭ ହଜାର ମେଟ୍ରିକ ଟନ୍ ଆବର୍ଜନା ଜମା

    14000
    Aug 13, 2026
  • ଇରାନ ରାଷ୍ଟ୍ରପତି ପେଜେଶକିୟାନ ଆସିବେ ଭାରତ,  ୧୮ତମ ବ୍ରିକ୍ସ ସମ୍ମିଳନୀରେ ଦେବେ ଯୋଗ
    ଦେଶ-ଦେଶାନ୍ତର

    ଇରାନ ରାଷ୍ଟ୍ରପତି ପେଜେଶକିୟାନ ଆସିବେ ଭାରତ, ୧୮ତମ ବ୍ରିକ୍ସ ସମ୍ମିଳନୀରେ ଦେବେ ଯୋଗ

    14106
    Aug 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆମେରିକୀୟ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

    15695
    Aug 13, 2026
  • ଦେଶ-ଦେଶାନ୍ତର

    ରାଷ୍ଟ୍ରପତି ପ୍ରଦାନ କଲେ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

    14252
    Aug 14, 2026
  • ଦେଶ-ଦେଶାନ୍ତର

    JPSC ପରୀକ୍ଷା ଦୁର୍ନୀତି : ଆଉ ୭ ଅଭିଯୁକ୍ତଙ୍କ ବିରୋଧରେ ୱାରେଣ୍ଟ

    15787
    Aug 13, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17029
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17642
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17693
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18095
    Sep 06, 2023

ବିଶେଷ

  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14487
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14526
    Aug 10, 2026
  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    14363
    Aug 07, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ସୁଖୀ ହୋଇଥାଏ ଦାମ୍ପତ୍ୟ ଜୀବନ

    15942
    Aug 05, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    16355
    Aug 02, 2026

ବାଣିଜ୍ୟ

ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

ପୁରୀ ରଥ ଯାତ୍ରାରେ ଏହାର ‘ଆୟୋଡିନ କା ତିଲକ୍‌’ ପ୍ରୟାସ ପରେ ଏହି ବ୍ରାଣ୍ଡ୍‌ ପିଲାମାନଙ୍କ ନିମନ୍ତେ ଆୟୋଡିନ ପୋଷଣ ଯୋଗାଇବାକୁ ଚିଲ୍‌ଡ୍ରେନ୍ସ ଫାଉଣ୍ଡେସନଗୁଡିକ ସହିତ ସହଭାଗୀତା କରି ...

  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14006
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14359
    Aug 09, 2026
  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ନିରାପଦ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଉପରେ ତାଲିମ ପ୍ରଦାନ କରିଛି

    15263
    Aug 09, 2026
  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

    14633
    Aug 07, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦିଲ୍ଲୀକୁ ମିଳିଛି ବୋମା ବିସ୍ଫୋରଣ ଧମକ

    15302
    Aug 14, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    13532
    Aug 13, 2026
  • ଆମେରିକୀୟ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

    15695
    Aug 13, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In