Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, July 03, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନିରୋଗ ରହିବାର ଉପାୟ ଜାଣନ୍ତୁ.....

  • ସବୁବେଳେ ଟେନ୍‌ସନ୍‌ରେ ରହୁଥିଲେ, ...

  • ଗହଳି ସମୟରେ ଓଲା ଓ ଉବର ବୁକ୍‌ କଲେ ପଡିବ ୨ ...

  • ୬ ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ ହେଲେ ଶେଖ୍‌ ...

  • ଶେଫାଳିଙ୍କ ମୃତ୍ୟୁ ପରେ ଏମିତି କହିଲେ ...

  • ଆଜିଠୁ ମୋଦୀଙ୍କ ୮ ଦିନିଆ ବିଦେଶ ଗସ୍ତ

  • IRCTCର ନୂଆ RailOne ଆପ୍‌ ଲଞ୍ଚ

  • ଫୋନ୍ କଲ ଲିକ୍‌ ମାମଲା: ପଦ ହରାଇଲେ ...

  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ...

  • ମସ୍କ ତାଙ୍କ ଦୋକାନ ବନ୍ଦ କରନ୍ତୁ ଏବଂ ...

ରାଜନୀତି
Home ›› ରାଜନୀତି ››କଂଗ୍ରେସ ଭବନରେ ପୋଲିସର ଆକ୍ରମଣ ନିନ୍ଦନୀୟ , ଦୋଷୀ ପୋଲିସ ଅଫିସରଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ମାମଲା ପାଇଁ କଂଗ୍ରେସର ଦାବି

କଂଗ୍ରେସ ଭବନରେ ପୋଲିସର ଆକ୍ରମଣ ନିନ୍ଦନୀୟ , ଦୋଷୀ ପୋଲିସ ଅଫିସରଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ମାମଲା ପାଇଁ କଂଗ୍ରେସର ଦାବି

2021-12-12 03:28:55
15161
Share:
Facebook
Twitter
E-Mail
WhatsApp
Telegram
କଂଗ୍ରେସ ଭବନରେ ପୋଲିସର ଆକ୍ରମଣ ନିନ୍ଦନୀୟ , ଦୋଷୀ ପୋଲିସ ଅଫିସରଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ମାମଲା ପାଇଁ କଂଗ୍ରେସର ଦାବି

ଭୁବନେଶ୍ୱର -  ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଗିରଫ ସହ ହାଇକୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି ତଦନ୍ତ ଦାବିରେ ଗତକାଲି ଛାତ୍ର କଂଗ୍ରେସ ବିଧାନସଭା ଘେରାଉ କରିଥିଲା । ଛାତ୍ର କଂଗ୍ରେସର ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଉପରେ ପୋଲିସ ମାତ୍ରାଧିକ ଦାଦାଗିରି କରିଛି । ପୋଲିସ କଂଗ୍ରେସ ଭବନରେ ପସି ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ମରଣାନ୍ତକ ଆକ୍ରମଣ ନିନ୍ଦନୀୟ । ଘଟଣା ଉପରେ ବିଚାର ବିଭାଗୀୟ ଏବଂ ପ୍ରଶାସନିକ ତଦନ୍ତ  ସହ ଦୋଷୀ ପୋଲିସ୍ ଅଫିସରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅପରାଧିକ ମାମଲା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି କଂଗ୍ରେସ । ନହେଲେ ଆଗାମୀ ଦିନରେ ପୁଞ୍ଜିଭୂତ ଅସନ୍ତୋଷ ଯଦି ଉଗ୍ରରୂପ ନିଏ ତାହାହେଲେ ପୋଲିସ୍ ଅଫିସର ଓ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ରହିବେ ବୋଲି ସ୍ପଷ୍ଟ ଚେତାବନୀ ଦେଇଛି କଂଗ୍ରେସ । 

କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ କହିଲେ ଯେ ୨୧ବର୍ଷ ଧରି ଶାସନ କରୁଥିବା ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି ଆଇନ ତା ବାଟରେ ଯିବ । ଆଇନର ତଦନ୍ତକୁ ବାଟଣା କରି ସରକାରର ଗୃହମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପ୍ରତିବାଦରେ ଛାତ୍ର କଂଗ୍ରେସର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ସାମିଲ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତାଙ୍କୁ ପୋଲିସର ଆକ୍ରମଣ ନିନ୍ଦନୀୟ । ପୁନଶ୍ଚ ପୋଲିସ ନିଜର ସୀମା ଅତିକ୍ରମ କରି କଂଗ୍ରେସ ଭବନରେ       ପଶି ଆକ୍ରମଣ କରିବା ଦଣ୍ଡନୀୟ ଅପରାଧ । ସ୍ୱାଧୀନତା ଆନ୍ଦୋଳନ ବେଳେ କଂଗ୍ରେସର ଲକ୍ଷ ଲକ୍ଷ କାର୍ଯ୍ୟକର୍ତା ବ୍ରିଟିଶ ପୋଲିସର ଗୁଳିକୁ ଡରିନଥିଲେ ଓ ସ୍ୱାଧୀନତା ଆଣିଥିଲେ । ଏବେ ପୋଲିସର ଲାଠିମାଡ଼କୁ ଡରିବେ ନାହିଁ ବରଂ ଆନ୍ଦୋଳନ ଆହୁରୀ ତୀବ୍ର ହେବା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । 

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର କହିଲେ ପୋଲିସ ଗାଡ଼ି ପୋଡ଼ା ଉଦ୍ୟମ ସଂପୂର୍ଣ୍ଣ ମନଗଢ଼ା କାହାଣି । ପୋଲିସ ଭାବେ ଅଭିଯୁକ୍ତ ଘରେ ଗଞ୍ଜେଇ ଲୁଚେଇ ରଖେ ଓ ପରବର୍ତୀ ସମୟରେ ଗଞ୍ଜେଇ ଜବତ କରିବାର ମାମଲା କରେ ଏଭଳି ଅନେକ ଉଦାହରଣ ମୋର ଉକିଲାତି ଜୀବନରେ ଦେଖିଛି । ପୋଲିସ ଗାଡ଼ି ତଳେ ପୋଲିସ ନିଆଁ ଲଗାଇବା ଓ ଲିଭାଇବା ପୋଲିସର ମନଗଢ଼ା କାହାଣୀର ଏକ ଅଂଶବିଶେଷ । ଛାତ୍ର କଂଗ୍ରେସର କାର୍ଯ୍ୟକ୍ରମ ସଭା ସରିବା ପୂର୍ବରୁ ପୋଲିସ ଛାତ୍ର କଂଗ୍ରେସର କର୍ମକର୍ତାମାନଙ୍କୁ ଲାଠି ମାଡ଼ କରିଥିଲା । ମୁଁ ସଭାରେ ଯୋଗଦାନ କହିଥିଲି ଆମର ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଓ ସଂପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକିୟାରେ ଚାଲିବ । ଯଦି ଭିଡ଼ ଅନିୟନ୍ତ୍ରିତ ହେଲା ଆଇନର ବିଭିନ୍ନ ପ୍ରକ୍ରିୟା ଅନୁଯାୟୀ ଭିଡ଼କୁ ବେଆଇନ ଘୋଷଣା କରିଥାନ୍ତେ । ସମସ୍ତେ ସ୍ଥାନ ଛାଡ଼ି ଚାଲିଯିବାକୁ କାନକୁ ଶୁଭିଲା ଭଳିଆ ଡାକବାଜି ଯନ୍ତ୍ରଦ୍ୱାରା ଅନୁରୋଧ କରିଥାନ୍ତେି । ତାପରେ ପାଣି ମାଡ଼ କରାଯାଇଥ।।ନ୍ତା ତାପରେ ଘଉଡ଼ାଇବା ପାଇଁ ଲାଠି ଉଠେଇ ଡରେଇ ଥାନ୍ତେ । ସେଥିରେ ଯଦି ଆନ୍ଦୋଳନକାରୀଙ୍କୁ ଆୟତ କରିପାରି ନଥାନ୍ତେ ତେବେ ଆନ୍ଦୋଳନକାରୀଙ୍କ ଅଂଟାତଳକୁ  ମୃଦୁ ଲାଠି ଚାଳନା କରାଯାଇଥାନ୍ତା । କିନ୍ତୁ ଗତକାଲି ହେବଆଇନ ଭାବେ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତା ଓ ସାଧାରଣ ଜନତାଙ୍କୁ ମଣ୍ଡ ଉପରେ ଲାଠି ମାଡ଼ କରିବା ଦଣ୍ଡନୀୟ ଅପରାଧ । ପୁନଶ୍ଚ ଅପରାଧିକ ମନୋବୃତି ରଖି କଂଗ୍ରେସ ଭବନରେ ଅନୁ ପ୍ରବେଶ କରି ମହିଳା ଏବଂ ଛାତ୍ର କଂଗ୍ରେସ କର୍ମୀଙ୍କୁ ଆକ୍ରମଣ  ଓ ଭଙ୍ଗାରୁଜା କରିବା ଗଣତନ୍ତ୍ର ରାଷ୍ଟ୍ରରେ ଲଜ୍ଜାଜନକ ଘଟଣା । ଦୋଷୀ ପୋଲିସ୍ ଅଫିସରଙ୍କ ବିରୋଧରେ ବେଆଇନ ଅନୁପ୍ରବେଶ ଓ ହତ୍ୟା ଉଦ୍ୟମ ଭଳି ସଂଗୀନ ଦଫାରେ କେସ ରୁଜୁ କରିବାକୁ ଦାବି କରୁଛି । ଅନ୍ୟଥା ପରିସ୍ଥିତି ଭୟାବହ ହେବ । ଶ୍ରୀ ମିଶ୍ର କହିଥିଲେ ଯେ ଅଣ୍ଡମାଡ଼ ଅପରାଧ ନୁହେଁ । ଓଡ଼ିଶା ହାଇକୋର୍ଟ ଲେଙ୍ଗୁ ମିଶ୍ର ବନାମ ଓଡ଼ିଶା ସରକାର ମାମଲାର ରାୟ ପରିପ୍ରେକ୍ଷୀରେ କୌଣସି ଛାତ୍ର କଂଗ୍ରେସ କାର୍ଯ୍ୟକର୍ତାଙ୍କୁ ଅଣ୍ଡାମାଡ଼ ଅଭିଯୋଗ ଉପରେ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ । ବିରେନ ମିତ୍ର ମୁଖ୍ୟମନ୍ତ୍ରୀ ଥିବା ବେଳେ ହୋଇଥିବା ଛାତ୍ର ଆନ୍ଦୋଳଙ୍କୁ ସ୍ମରଣ କରି ଶ୍ରୀ ମିଶ୍ର କହିଲେ ଛାତ୍ରମାନେ ବିଧାନସଭା କୋଠାକୁ ପୋଡ଼ି ଦେଉଥିଲେ । କିନ୍ତୁ ସୋ ପୋଲିସକୁ ଫାଇରିଙ୍ଗ ଅର୍ଡର ଦେଇନଥିଲେ ସେ କହିଥିଲେ କୋଠା ଭାଙ୍ଗିଲେ ତିଆରି କରାଯାଇ ପାରିବ କିନ୍ତୁ କୌଣସି ଛାତ୍ର ମଲେ ପୁନଃଜୀବନ ଦିଆଯାଇ ପାରିବ ନାହିଁ ।  ବିଜୁ ପଟ୍ଟନାୟକ ଉପରେ ସଚିବାଳୟରେ ଆକ୍ରମଣ ହେଲା କିନ୍ତୁ ବିଜ ପଟ୍ଟନାୟକ କହିଲେ ଗୁଳି ମୋ ପକେଟରେ ବନ୍ଧୁକ ପୋଲିସ ହାତରେ ଏସବୁ ଜଣେ ଜଣେ ରାଜନେତାଙ୍କ ଗୁଣବତାର ପରିଚୟ । ନବୀନ ବାବୁ ତାଙ୍କ ପୁଅ ହିସାବରେ ଅନ୍ତତ କିଛି ଶିକ୍ଷାଲାଭ କରନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା, ପିସିସି ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ସମେତ ଗତ କାଲି ପୋଲିସ ମାଡ଼ରେ ଆହତ କିଛି ଛାତ୍ର ନେତା ଉପସ୍ଥିତ ଥିଲେ ।

Powered by Froala Editor

Tags INC , Congress , Odisha Congress

Related articles Odisha News Lens 4.1

  • ନିରୋଗ ରହିବାର ଉପାୟ ଜାଣନ୍ତୁ.....
    ବିଶେଷ

    ନିରୋଗ ରହିବାର ଉପାୟ ଜାଣନ୍ତୁ.....

    13899
    Jul 02, 2025
  • ଶେଫାଳିଙ୍କ ମୃତ୍ୟୁ ପରେ ଏମିତି କହିଲେ ପ୍ରଥମ ସ୍ୱାମୀ...
    ମନୋରଞ୍ଜନ

    ଶେଫାଳିଙ୍କ ମୃତ୍ୟୁ ପରେ ଏମିତି କହିଲେ ପ୍ରଥମ ସ୍ୱାମୀ...

    13974
    Jul 02, 2025
  • ଫୋନ୍ କଲ ଲିକ୍‌ ମାମଲା: ପଦ ହରାଇଲେ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ଫୋନ୍ କଲ ଲିକ୍‌ ମାମଲା: ପଦ ହରାଇଲେ ପ୍ରଧାନମନ୍ତ୍ରୀ

    13897
    Jul 01, 2025
  • ସବୁବେଳେ ଟେନ୍‌ସନ୍‌ରେ ରହୁଥିଲେ, ହୋଇପାରେ ଏହି ସମସ୍ୟା
    ବିଶେଷ

    ସବୁବେଳେ ଟେନ୍‌ସନ୍‌ରେ ରହୁଥିଲେ, ହୋଇପାରେ ଏହି ସମସ୍ୟା

    13657
    Jul 02, 2025
  • ଗହଳି ସମୟରେ ଓଲା ଓ ଉବର ବୁକ୍‌ କଲେ ପଡିବ ୨ ଗୁଣା ଭଡା
    ଦେଶ-ଦେଶାନ୍ତର

    ଗହଳି ସମୟରେ ଓଲା ଓ ଉବର ବୁକ୍‌ କଲେ ପଡିବ ୨ ଗୁଣା ଭଡା

    14276
    Jul 02, 2025
  • IRCTCର ନୂଆ RailOne ଆପ୍‌ ଲଞ୍ଚ
    ଦେଶ-ଦେଶାନ୍ତର

    IRCTCର ନୂଆ RailOne ଆପ୍‌ ଲଞ୍ଚ

    14126
    Jul 01, 2025
  • ଆଜିଠୁ ମୋଦୀଙ୍କ ୮ ଦିନିଆ ବିଦେଶ ଗସ୍ତ
    ଦେଶ-ଦେଶାନ୍ତର

    ଆଜିଠୁ ମୋଦୀଙ୍କ ୮ ଦିନିଆ ବିଦେଶ ଗସ୍ତ

    14813
    Jul 02, 2025
  • ମସ୍କ ତାଙ୍କ ଦୋକାନ ବନ୍ଦ କରନ୍ତୁ ଏବଂ ଦକ୍ଷିଣ ଆଫ୍ରିକା ଫେରିଯାଆନ୍ତୁ: ଟ୍ରମ୍ପ
    ଦେଶ-ଦେଶାନ୍ତର

    ମସ୍କ ତାଙ୍କ ଦୋକାନ ବନ୍ଦ କରନ୍ତୁ ଏବଂ ଦକ୍ଷିଣ ଆଫ୍ରିକା ଫେରିଯାଆନ୍ତୁ: ଟ୍ରମ୍ପ

    14087
    Jul 01, 2025
  • ୬ ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ ହେଲେ ଶେଖ୍‌ ହସିନା
    ଦେଶ-ଦେଶାନ୍ତର

    ୬ ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ ହେଲେ ଶେଖ୍‌ ହସିନା

    15415
    Jul 02, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆଜିଠୁ ମୋଦୀଙ୍କ ୮ ଦିନିଆ ବିଦେଶ ଗସ୍ତ

    14813
    Jul 02, 2025
  • ମନୋରଞ୍ଜନ

    ଶେଫାଳିଙ୍କ ମୃତ୍ୟୁ ପରେ ଏମିତି କହିଲେ ପ୍ରଥମ ସ୍ୱାମୀ...

    13974
    Jul 02, 2025
  • ଦେଶ-ଦେଶାନ୍ତର

    ଫୋନ୍ କଲ ଲିକ୍‌ ମାମଲା: ପଦ ହରାଇଲେ ପ୍ରଧାନମନ୍ତ୍ରୀ

    13897
    Jul 01, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16602
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16718
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17032
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15521
    Apr 03, 2021

ବିଶେଷ

  • ନିରୋଗ ରହିବାର ଉପାୟ ଜାଣନ୍ତୁ.....

    13899
    Jul 02, 2025
  • ସବୁବେଳେ ଟେନ୍‌ସନ୍‌ରେ ରହୁଥିଲେ, ହୋଇପାରେ ଏହି ସମସ୍ୟା

    13657
    Jul 02, 2025
  • ଘରେ ବାସ୍ତୁ ଦୋଷ ଥିଲେ, ଠିକ୍ କରିବାର ଉପାୟ ଜାଣନ୍ତୁ....

    15504
    Jun 30, 2025
  • ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ରାଶିର ପୁରୁଷ

    15745
    Jun 30, 2025
  • ଦିନକୁ କେତେ ଥର ପିଇବେ ଗ୍ରୀନ୍‌-ଟି ?

    15737
    Jun 29, 2025

ବାଣିଜ୍ୟ

ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

ପୁରୀ, ୧ ଜୁଲାଇ ୨୦୨୫: ବହୁ ବର୍ଷ ଧରି ଭାରତର ୧ ନମ୍ବର ପ୍ୟାକେଜଡ୍ ଅଟ୍ଟା ବ୍ରାଣ୍ଡ୍ ଆଶୀର୍ବାଦ ରଥ ଯାତ୍ରା ଉତ୍ସବର ଏକ ଆକାଂକ୍ଷିତ ଅଂଶ ହୋଇ ରହିଆସିଛି । ଚଳିତ ବର୍ଷ ମଧ୍ୟ ଆଶୀର୍ବାଦ ସର୍ବାଧୁନିକ ଯୁଗର ପ୍ରଯୁକ୍ତିବିଦ୍ୟା ସହିତ ବହୁ ପୁରାତନ ପରମ୍ପରାକୁ ସଂଯୋଗ କରୁଥିବା ଆଧ୍ୟାତ୍ମିକ ଦୃଷ୍ଟିରୁ ଅନ୍ତର୍ବିଶିଷ୍ଟକାରୀ ...

  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14039
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15564
    Jun 25, 2025
  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15544
    Jun 20, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    15013
    Jun 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଶେଫାଳିଙ୍କ ମୃତ୍ୟୁ ପରେ ଏମିତି କହିଲେ ପ୍ରଥମ ସ୍ୱାମୀ...

    13974
    Jul 02, 2025
  • ସବୁବେଳେ ଟେନ୍‌ସନ୍‌ରେ ରହୁଥିଲେ, ହୋଇପାରେ ଏହି ସମସ୍ୟା

    13657
    Jul 02, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    15872
    Jul 01, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In