Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, June 13, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ହୃଦୟ ବିଦାରକ ଦୃଶ୍ୟ, ନିଆଁ ସହ ଲଢ଼ି ମଧ୍ୟ ...

  • ଇସ୍ରାଏଲ- ଇରାନ ମଧ୍ୟରେ ଉତ୍ତେଜନା, ଉଦବେଗ ...

  • ବିମାନରେ ବୋମା, ଜରୁରୀ ଅବତରଣ କଲା ଏୟାର ...

  • କେଶ ଝଡ଼ିବା କମାଇବ ଯୋଗ

  • କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ ...

  • ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ ...

  • ଭାଗ୍ୟଶାଳୀ ସିଟ୍‌ ନମ୍ବର 11A ଯାତ୍ରୀ ରମେଶ

  • ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ...

  • ଦୁର୍ଘଟଣା ପୂର୍ବରୁ ପାଇଲଟ କରିଥିଲେ ମେଡେ ...

  • ଭାଇର ମୃତ୍ୟୁ ପରେ କଣ୍ଟେଣ୍ଟ ସେୟାର କଲେ ...

ରାଜନୀତି
Home ›› ରାଜନୀତି ››କଂଗ୍ରେସ ଭବନରେ ପୋଲିସ ବର୍ବରତା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବୀ କଲା କଂଗ୍ରେସ

କଂଗ୍ରେସ ଭବନରେ ପୋଲିସ ବର୍ବରତା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବୀ କଲା କଂଗ୍ରେସ

2021-12-10 16:47:33
15403
Share:
Facebook
Twitter
E-Mail
WhatsApp
Telegram
କଂଗ୍ରେସ ଭବନରେ ପୋଲିସ ବର୍ବରତା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବୀ କଲା କଂଗ୍ରେସ

ଭୁବନେଶ୍ୱର -  ରାଜ୍ୟରେ ଗଣତନ୍ତ୍ର ଭୁଷୁଡ଼ି ପଡ଼ିଛି । ନବୀନ ପଟ୍ଟନାୟକ ଶାସନରେ ନାଗରିକର ସାମ୍ବିଧାନିକ ଅଧିକାର ଅପହରଣ କରାଯାଇଛି । ବିଧି ବ୍ୟବସ୍ଥା ପ୍ରତି ଉପହାସ କରାଯାଉଛି । ପୋଲିସ୍କୁ ଦଳୀୟ ବାହିନୀ ଭାବରେ ବ୍ୟବହାର କରି ବିଜେଡ଼ି ସରକାର ବିରୋଧି ଦମନ ଅଭିଯାନ ଆରମ୍ଭ କରିଛି । ଆଜି ରାଜ୍ୟ ଛାତ୍ର କଂଗ୍ରେସ ତରଫରୁ ବିଧାନସଭା ଘେରାଉର ଆହ୍ୱାନ ଦିଆଯାଇଥିଲା ଏବଂ ତଦନୁଯାୟୀ ପ୍ରାୟ ଦଶ ହଜାର ଛାତ୍ର ବନ୍ଧୁମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସି ରାଜଧାନୀ ଠାରେ ସମବେତ ହୋଇଥିଲେ । ମମିତା ମେହେରଙ୍କୁ ନ୍ୟାୟ ଦିଆଯାଉ, ଦାଗୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବରଖାସ୍ତ କରାଯାଉ, ତାଙ୍କ ବିରୁଦ୍ଧରେ ହତ୍ୟା ଓ ଷଡ଼ଯନ୍ତ୍ର ଅଭିଯୋଗରେ ମକଦ୍ଦମା ରୁଜୁ କରାଯାଉ ଓ ସମୁଦାୟ ଘଟଣାର ତଦନ୍ତ ମୁଖ୍ୟ ବିଚାରପତିଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ଅନୁସଂଧାନକାରୀ ଦଳ ଦ୍ୱାରା କରାଯାଉ ଆଦି ନାରାବାଜି ଦେଇ ଛାତ୍ର କଂଗ୍ରେସ କର୍ମୀମାନେ ଲୋୟର ପିଏମଜିର ବିକ୍ଷୋଭ ସ୍ଥଳକୁ ପ୍ରବେଶ କରୁଥିଲେ । ବିକ୍ଷୋଭ ଉଦ୍ଦେଶ୍ୟରେ ଆୟୋଜିତ ସଭାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ଶ୍ରୀ ନରିସଂହ ମିଶ୍ର, କଂଗ୍ରେସ ବିଧାୟକ ବୃନ୍ଦ ଓ ଦଳର ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ରହି ଛାତ୍ରମାନଙ୍କୁ ଉଦ୍ବୋଧନ ଦେଇଥିଲେ ଏବଂ ମମିତା ମେହେରଙ୍କୁ ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ କଂଗ୍ରେସର ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାବନୀ ଦେଇଥିଲେ । ଏହାପରେ ଛାତ୍ରମାନେ ଶାନ୍ତିପୂର୍ଣ୍ଣ ଭାବେ ଛାତ୍ର କଂଗ୍ରେସର ଆହ୍ୱାନ ଅନୁସାରେ ବିଧାନସଭା ଘେରାଉ ଉଦ୍ଦେଶ୍ୟରେ ଲୋୟର ପିଏମଜି ରାସ୍ତାରେ ଆଗେଇଥିଲେ । ମାତ୍ର ପୋଲିସ ସେମାନଙ୍କୁ ବାରିକେଡ କରି ଅଟକାଇଥିଲା । ଛାତ୍ରମାନେ କାହିଁକି ବାରିକେଡ କରାଯାଇ ତାଙ୍କୁ ବାରଣ କରାଯାଉଛି ବୋଲି ପୋଲିସକୁ ପ୍ରଶ୍ନ କଲାବେଳେ ପୋଲିସ ହଠାତ ଉତେଜିତ ହୋଇ ଛାତ୍ରମାନଙ୍କ ଉପରେ ଲାଠିମାଡ଼ ଆରମ୍ଭ କରିଦେଇଥିଲା । ତାପରେ ପୋଲିସ ହିଂସ୍ରରୂପ ଧାରଣ କରି ଗୋଡ଼ାଇବା ବାହାନରେ କଂଗ୍ରେସ ଭବନ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଆସି କଂଗ୍ରେସ ଭବନରେ ଶତାଧିକ ସଶସ୍ତ୍ର ପୋଲିସ ପଶି ଅନେକ ନିରୀହ କଂଗ୍ରେସ କର୍ମୀ ଉପରେ ନିସ୍ତୁକ ପ୍ରହାର କରିଥିଲେ ।

ଏହି ଦୁର୍ଭଗ୍ୟଜନକ ଘଟଣା ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ ତରଫରୁ ତରଫରୁ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଆହୁତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡ଼ିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା, ବରିଷ୍ଠ ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି ଉଦ୍ବୋଧନ ଦେଇ ନିମ୍ନମତେ ସୂଚନା ଦେଇଥିଲେ ।

*କ)* କଂଗ୍ରେସ ଭବନରେ ପୋଲିସର ପ୍ରବେଶ ଓ ନିରୀହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀ ଛାତ୍ରମାନଙ୍କ ଉପରେ ପୋଲିସର ଅମାନୁଷିକ ଆକ୍ରମଣକୁ କଠୋର ନିନ୍ଦା କରିଥିଲେ ।

*ଖ)* ଏପରି ବର୍ବରୋଚିତ ଘଟଣା ପାଇଁ ପୋଲିସ କମିଶନର କ୍ଷମାମାଗନ୍ତୁ ବୋଲି ଦାବି କରିଥିଲେ ।

*ଗ)* କଂଗ୍ରେସ ଭବନରେ ପ୍ରବେଶ ଓ ନିରୀହ କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ ।

*ଘ)* ଆଜିର ଏହି ଦୁର୍ଭାଗ୍ୟଜନକ ତଥା ଦୁଃଖଦାୟକ ପୋଲିସର ମାତ୍ରାଧିକ କାର୍ଯ୍ୟକଳାପର ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଥିଲା ।

*ଙ)* ବରିଷ୍ଠ କଂଗ୍ରେସ ନେତା ଶ୍ରୀ ତାରା ପ୍ରସାଦ ବାହିନୀପତି ବିଧାନ ସଭାରେ ଅଚଳାବସ୍ଥା ପାଇଁ ସରକାରଙ୍କୁ ଦାୟୀ କରିଥିଲେ ଓ ମୁଖ୍ୟମନ୍ତ୍ରୀ ବିଧନାସଭାକୁ ମର୍ଯ୍ୟାଦା ପ୍ରଦାନ କରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ ।

କଂଗ୍ରେସର ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ  ରମେଶ ଚନ୍ଦ୍ର ଜେନା,ପିସିସି ମୁଖପାତ୍ର ସୁଦର୍ଶନ ଦାଶ ଓ ଜାତୀୟ ଛାତ୍ର କଂଗ୍ରେସ ସମ୍ପାଦିକା ତଥା ରାଜ୍ୟ ଛାତ୍ର କଂଗ୍ରେସ ପ୍ରଭାରୀ  ସୁଶ୍ରୀ ଅନୁଲେଖା ବୋଷା ଉପସ୍ଥିତ ଥିଲେ ।

Powered by Froala Editor

Tags Congress , Inc , Odisha congress

Related articles Odisha News Lens 4.1

  • ହୃଦୟ ବିଦାରକ ଦୃଶ୍ୟ, ନିଆଁ ସହ ଲଢ଼ି ମଧ୍ୟ ପୁଅକୁ ବଞ୍ଚାଇ ପାରିଲାନି ମା
    ଦେଶ-ଦେଶାନ୍ତର

    ହୃଦୟ ବିଦାରକ ଦୃଶ୍ୟ, ନିଆଁ ସହ ଲଢ଼ି ମଧ୍ୟ ପୁଅକୁ ବଞ୍ଚାଇ ପାରିଲାନି ମା

    14164
    Jun 13, 2025
  • ଇସ୍ରାଏଲ- ଇରାନ ମଧ୍ୟରେ ଉତ୍ତେଜନା, ଉଦବେଗ ପ୍ରକାଶ କଲା ଭାରତ
    ଦେଶ-ଦେଶାନ୍ତର

    ଇସ୍ରାଏଲ- ଇରାନ ମଧ୍ୟରେ ଉତ୍ତେଜନା, ଉଦବେଗ ପ୍ରକାଶ କଲା ଭାରତ

    15316
    Jun 13, 2025
  • ଭାଇର ମୃତ୍ୟୁ ପରେ କଣ୍ଟେଣ୍ଟ ସେୟାର କଲେ ସୃଷ୍ଟି, ୟୁଜର୍ସ ଦେଲେ ଏମିତି ମନ୍ତବ୍ୟ...
    ଅପରାଧ

    ଭାଇର ମୃତ୍ୟୁ ପରେ କଣ୍ଟେଣ୍ଟ ସେୟାର କଲେ ସୃଷ୍ଟି, ୟୁଜର୍ସ ଦେଲେ ଏମିତି ମନ୍ତବ୍ୟ...

    14441
    Jun 12, 2025
  • କେଶ ଝଡ଼ିବା କମାଇବ ଯୋଗ
    ବିଶେଷ

    କେଶ ଝଡ଼ିବା କମାଇବ ଯୋଗ

    13903
    Jun 13, 2025
  • ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ

    14897
    Jun 12, 2025
  • ଭାଗ୍ୟଶାଳୀ ସିଟ୍‌ ନମ୍ବର 11A ଯାତ୍ରୀ ରମେଶ
    ଦେଶ-ଦେଶାନ୍ତର

    ଭାଗ୍ୟଶାଳୀ ସିଟ୍‌ ନମ୍ବର 11A ଯାତ୍ରୀ ରମେଶ

    13741
    Jun 12, 2025
  • ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ
    ଦେଶ-ଦେଶାନ୍ତର

    ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ

    13811
    Jun 12, 2025
  •  କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ ଜାଣନ୍ତୁ…
    ବିଶେଷ

    କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ ଜାଣନ୍ତୁ…

    13950
    Jun 13, 2025
  • ବିମାନରେ ବୋମା, ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ
    ଦେଶ-ଦେଶାନ୍ତର

    ବିମାନରେ ବୋମା, ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ

    13387
    Jun 13, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିମାନରେ ବୋମା, ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ

    13387
    Jun 13, 2025
  • ଦେଶ-ଦେଶାନ୍ତର

    ଦୁର୍ଘଟଣା ପୂର୍ବରୁ ପାଇଲଟ କରିଥିଲେ ମେଡେ କଲ୍

    14300
    Jun 12, 2025
  • ବିଶେଷ

    କେଶ ଝଡ଼ିବା କମାଇବ ଯୋଗ

    13903
    Jun 13, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16658
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16958
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15486
    Apr 03, 2021

ବିଶେଷ

  • କେଶ ଝଡ଼ିବା କମାଇବ ଯୋଗ

    13903
    Jun 13, 2025
  • କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ ଜାଣନ୍ତୁ…

    13950
    Jun 13, 2025
  • ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...

    15139
    Jun 11, 2025
  • ଭାରି ଲାଭକାରୀ ଭୃସଙ୍ଗପତ୍ର

    14668
    Jun 11, 2025
  • ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌…

    14157
    Jun 10, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15700
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16326
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14029
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14826
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କେଶ ଝଡ଼ିବା କମାଇବ ଯୋଗ

    13903
    Jun 13, 2025
  • ଦୁର୍ଘଟଣା ପୂର୍ବରୁ ପାଇଲଟ କରିଥିଲେ ମେଡେ କଲ୍

    14300
    Jun 12, 2025
  • ହୃଦୟ ବିଦାରକ ଦୃଶ୍ୟ, ନିଆଁ ସହ ଲଢ଼ି ମଧ୍ୟ ପୁଅକୁ ବଞ୍ଚାଇ ପାରିଲାନି ମା

    14164
    Jun 13, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In