ଶବ ସତ୍କାର କରିବାକୁ ଯାଉଥିଲେ, ୧୮ ମୃତ
ଶନିବାର ରାତିରେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ୧୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୫ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, ଦୁର୍ଘଟଣାର ଶିକାର ହୋଇଥିବା ୪୦ ଜଣ ଲୋକ ଏକ ଗାଡିରେ ଥିଲେ । ଶେଷ ରୀତିନୀତି ପାଇଁ ସେମାନେ ଶବକୁ ଶ୍ମଶାନ ନେଇ ଯାଉଥିଲେ । ଗତକାଲି ରାତି ପ୍ରାୟ ୨ ଟା ସମୟରେ ଟ୍ରକଟି ତାଙ୍କ ଗାଡି ପଛପଟୁ ଧକ୍କା ଦେଇଥିଲା । ଯେଉଁଥିରେ ୧୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଡାକ୍ତରଖାନାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅବଶିଷ୍ଟ ଆହତଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ଚିକିତ୍ସା ଜାରି ରହିଛି । ପୁଲିସ କହିବା ଅନୁସାରେ, ଘନ କୁହୁଡ଼ି ଏବଂ ଗାଡ଼ିର ଦ୍ରୁତ ଗତି ଯୋଗୁଁ ଦୁର୍ଘଟଣା ଘଟିଛି।
ଦୁର୍ଘଟଣାରେ ବ୍ୟଥିତ ହୋଇ ରାଜ୍ୟପାଳ ଜଗଦୀପ ଧନଖଡ଼େ କହିଛନ୍ତି, ପଥପାର୍ଶ୍ବରେ ଠିଆ ହୋଇଥିବା ଟ୍ରକ୍ ସହ ସେମାନେ ଯାତ୍ରା କରୁଥିବା ଗାଡ଼ିଟି ଧକ୍କା ଖାଇବା କାରଣରୁ ୧୮ଜଣଙ୍କର ମୃତ୍ୟୁ ଘଟିବା ଓ ୫ଜଣ ଆହତ ହେବା ଖବର ପାଇ ମୁଁ ମର୍ମାହତ।
Powered by Froala Editor