Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, October 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିଜୟାଦଶମୀରେ ୨୨୧ ଫୁଟ ଉଚ୍ଚ ରାବଣ ...

  • ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ...

  • ବିଜୟାଦଶମୀ ଶୁଭେଚ୍ଛା ଜଣାଇଲେ ମୋଦି

  • ଫ୍ରାନ୍ସ ଦଙ୍ଗାକୁ ନେଇ ଗଭୀର ଅସନ୍ତୋଷ ...

  • ନବରାତ୍ରୀରେ ପନିର ଟିକ୍କା ବିରିୟାନୀରୁ ...

  • ଆଖି ଭ୍ରୁଲତାରେ ଦାନ୍ତ

  • ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ...

  • ନୁଡଲ୍ସ ଖାଇ ୫ ଜଣଙ୍କ ମୃତ୍ୟୁ ଘଟଣା : ...

  • ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ...

  • ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ...

ରାଜନୀତି
Home ›› ରାଜନୀତି ››ଅଭିଯୁକ୍ତ ଓ ତାଙ୍କ ସୁରକ୍ଷାଦାତାଙ୍କ ପଲିଗ୍ରାଫ ଟେଷ୍ଟ ହେଲେ ତଥ୍ୟ ବି ମିଳିବ ପ୍ରମାଣ ବି ମିଳିବ : କଂଗ୍ରେସ

ଅଭିଯୁକ୍ତ ଓ ତାଙ୍କ ସୁରକ୍ଷାଦାତାଙ୍କ ପଲିଗ୍ରାଫ ଟେଷ୍ଟ ହେଲେ ତଥ୍ୟ ବି ମିଳିବ ପ୍ରମାଣ ବି ମିଳିବ : କଂଗ୍ରେସ

2021-11-23 03:44:56
15628
Share:
Facebook
Twitter
E-Mail
WhatsApp
Telegram
ଅଭିଯୁକ୍ତ ଓ ତାଙ୍କ ସୁରକ୍ଷାଦାତାଙ୍କ ପଲିଗ୍ରାଫ ଟେଷ୍ଟ ହେଲେ ତଥ୍ୟ ବି ମିଳିବ ପ୍ରମାଣ ବି ମିଳିବ : କଂଗ୍ରେସ

ଭୁବନେଶ୍ୱର - ମମିତା ହତ୍ୟାକାଣ୍ଡ ଘଟଣାରେ ବିରୋଧିଙ୍କୁ ପ୍ରମାଣ ମଗାଯାଉଛି । ଗୋବିନ୍ଦ ସାହୁ, ଗୃହମନ୍ତ୍ରୀ ଓ ତାଙ୍କର ସହଯୋଗୀ, ଉଭୟ ଜିଲ୍ଲାର ଏସ୍‌ପି, ଡିଆଜି ସହ ବିଜେଡ଼ି ସାଂଗଠନିକ ସଂପାଦକଙ୍କ ପଲିଗ୍ରାଫ ଟେଷ୍ଟ କରାଗଲେ ତଥ୍ୟ ସହ ପ୍ରମାଣ ମଧ୍ୟ ମଳିପାରିବ । ତେଣୁ ଏମାନଙ୍କ କଲ ଡିଟେଲ ସହ ପଲିଗ୍ରାଫ ଟେଷ୍ଟ କରିବାକୁ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି ।

କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ପରିହତ୍ୟା ଘଟଣାରେ ଏସ୍‌ଆଇଟି ଯାଂଚ ଓ ଏସଆଇଟି ମୁଖ୍ୟ ଶ୍ରୀ ଅରୁଣ ବୋଥ୍ରାଙ୍କ ସାମ୍ବାଦିକ ସମ୍ମିଳନୀର ଭିଡିଓ କ୍ଲିପିଙ୍ଗ ଦେଖାଇ ସେ କହିଲେ ଯେ, ପରୀ ହତ୍ୟା ଘଟଣା ଯାଂଚ ବେଳେ ଯଦୁପୁରର ସବୁ ଲୋକ ଯାଂଚ ବେଳେ ସ୍ୱେଚ୍ଛାକୃତ ଭାବେ ସାମିଲ ହେଉଥିଲେ । ପଲିଗ୍ରାଫ ଟେଷ୍ଟ ପାଇଁ ରାଜି ହେଉଥିଲେ । କେବଳ ଅଭିଯୁକ୍ତ ସରୋଜ ତାଙ୍କ ପରିବାର ତଦନ୍ତ ବେଳେ ସହଯୋଗ କରୁନଥିଲେ ପଲିଗ୍ରାଫ ଟେଷ୍ଟ ପାଇଁ ରାଜି ହେଉନଥିଲେ । ଅଭିଯୁକ୍ତ କିମ୍ବା ତାଙ୍କ ପରିବାର ଯେତେବେଳେ ଜାଣଯିବେ ଯେ ସେମାନେ ସନ୍ଦେହ ଘେରକୁ ଆସିଗଲେଣି ତାହାହେଲେ ସେମାନେ ଅଜବ ବ୍ୟବହାର କରିବେ, ପ୍ରମାଣ ମାଗିବେ, ଓଭରରିଆକ୍ଟ କରିବେ କିମ୍ବା ଓଭରଆକ୍ଟ ମଧ୍ୟ କରିବେ ।  ଚିଟଫଣ୍ଡ ତଦନ୍ତ ବେଳେ ନବୀନ ନିବାସର ସରୋଜର ମଧ୍ୟ ବ୍ୟବହାର ସେମିତି ଥିଲା ।  ସିବିଆଇ ତଦନ୍ତ ଶିଥିଳ ହୋଇଛି, ସମୟହିଁ କହିବ ୟାଙ୍କର ସଂପୃକ୍ତି କେତେ?  କିନ୍ତୁ ଉଭୟ ନବୀନ ନିବାସର ସରୋଜ ଓ ଯଦୁପୁରର ସରୋଜର ବ୍ୟବହାର, ଓଭରରିଆକ୍ସନ ଓ ଓଭରଆକସନ୍ ସହ ଗୃହରାଷ୍ଟ୍ର ମନ୍ତ୍ରୀ ଓ ବିଜେଡ଼ି ସାଂଗଠନିକ  ସଂପାଦକଙ୍କ ଓଭରରିଆକ୍ସନ ଓ ଓଭରଆକସନ୍ ସହ ସମାନତା ଆସିଯାଉଛି । ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତପୂର୍ବରୁ ଉଭୟ ମନ୍ତ୍ରୀ ଓ ସାଂଗଠନିକ ସଂପାଦକ ପୋଲିସ୍ ଓ ପ୍ରଶାସନକୁ ନେଇ କଳାହାଣ୍ଡିର କୋଣ ଅନୁକୋଣ ବୁଲିଛନ୍ତି ।  ଏମାନେ ତଥ୍ୟ ପ୍ରମାଣ ନଷ୍ଟ କରିଛନ୍ତିକି ବୋଲି ପ୍ରଶ୍ନ କରି ସେଥିପାଇଁ ଦମ୍ଭର ସହିତ ପ୍ରମାଣ ମାଗୁଛନ୍ତି ବୋଲି ପ୍ରଶ୍ନ କରାଯାଇଛି । ତାହାହେଲେ ଉଭୟଙ୍କ ସହ ବଲାଙ୍ଗିର ଓ କଳାହାଣ୍ଡିର ଏସ୍‌ପି ଡିଆଜିଙ୍କ କଲରେକର୍ଡ ଯାଂଚ ସହ ପରୀ ଘଟଣାର ତଦନ୍ତ ପ୍ରକ୍ରିୟା ଅନୁଯାୟୀ ସେମାନଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ କଂଗ୍ରେସ ଦଳ ଦାବି କରିଛି ।

    ଏତଦ୍‌ଭିନ୍ନ ଗଣତନ୍ତ୍ରରେ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ପ୍ରଶ୍ନ କରାଗଲେ ତାର ଉତର ଖୋଦ ମୁଖମନ୍ତ୍ରୀ କିମ୍ବା ଅଧିକୃତ ମନ୍ତ୍ରୀ ଦେବେ । ଦଳ, ଦଳର ସୁପ୍ରିମୋଙ୍କୁ ପ୍ରଶ୍ନ କରାଗଲେ ଦଳର ମୁଖପାତ୍ର ଉତର ରଖିବେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନକଲେ  ଜଣେ ଅନଧିକୃତ ବ୍ୟକ୍ତି ଉତର ଦେବା ଦୁଃର୍ଭାଗ୍ୟଜନକ । 

    ନଭେମ୍ବର ୭ ତାରିଖରେ ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏକ ଟ୍ୟୁଇଟ କରିଥିଲେ । ଟୁଏଟରେ ଉଭୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେଯେ, ରାଜନୈତିକ ଭିନ୍ନମତଦବାଦକୁ ଭୁଲିଯାଇ ଏକତା ଭାବେ ମମିତା ପରିବାରର ଦୁଃଖରେ ସାମଲି ହେବାକୁ । ରାଜ୍ୟର ଜଣେ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସ୍ୱାଭାବିକ, କିନ୍ତୁ ବିଜେପିର କେନ୍ଦ୍ରମନ୍ତ୍ରୀଙ୍କ ଶରଣରେ ଗଲେ କାହିଁକି? 

    ଗୋବିନ୍ଦ ସାହୁ ସନ୍ଦେହଜନକ ଫେରାର ହେଲା ଟିଟିଲାଗଡ଼ରୁ, ମାନ୍ୟବର ମନ୍ତ୍ରୀ ସେହି ଟିଟିଲାଗଡ଼ର ବିଧାୟକ । ‘ଗୋବିନ୍ଦ ସାହୁ”ଙ୍କୁ ଫେରାର କରିବା ପଛରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ହାତ ଥିବା ଓ ପୋଲିସ ଏହି ରାଷ୍ଟ୍ରମନ୍ତ୍ରୀଙ୍କ ବୋଲକରା ସାଜୁଥିବା ଯୋଗୁଁ ସେ ଉଭୟ  ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେକି?     ପୋଲିସ ମାତ୍ରାଧିକ ଉଦାସୀନତା ସହ ଯେହେତୁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ସଂପୃକ୍ତି ଅଭିଯୋଗ ଆସୁଥିବା ଯୋଗୁଁ ଓଡ଼ିଶା ପୋଲିସ ନିଜ ବିଭାଗର ମନ୍ତ୍ରୀଙ୍କୁ ବାନ୍ଧିବା ସମ୍ଭବ ନୁହେଁ । ତେଣୁ ଏହାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରି ମମିତା ମେହେର ପରିବାରକୁ ସମବେଦନା ଜଣାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କି? ତତ୍‌ସହିତ ସିବିଆଇ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ତେଣୁ ସେ ଏହାର ତଦନ୍ତ ପାଇଁ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କି? 

    ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପରିପ୍ରେକ୍ଷୀରେ ବହୁ କ୍ୟାବିନେଟ ମନ୍ତ୍ରୀ ସେ ଅଂଚଳରେ ଥିଲେ । ପୋଲିସ ଓ ପ୍ରଶାସନ ତତ୍ପର ଥିଲା । ଖୋଦ ଗୃହ ରାଷ୍ଟ୍ରମନ୍ତ୍ରୀ କଳାହାଣ୍ଡି ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଧରି ବୁଲୁଥିଲେ । କେହିବି ମୃତ ମମିତାର ପରିବାରକୁ ସମବେଦନା ଜଣାଇବାକୁ ଯାଇ ନାହାନ୍ତି କିମ୍ବା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଅନୁରୋଧ ସତ୍ୱେ ମାନ୍ୟବର ମୁଖ୍ୟମନ୍ତ୍ରୀ ପଦୁଟିଏ ମଧ୍ୟ କହିନାହାନ୍ତି, ତା’ର କାରଣ କ’ଣ? 

    ଟୁଇଟ୍ ସହ ଏକ ଭିଡିଓ ଅପଲୋଡ କରାଯାଇଛି । ମନ୍ତ୍ରୀ ଶ୍ରୀମତୀ ସାହୁ ମମିତା ପରିବାରକୁ ଭେଟି ନାହାନ୍ତି କିମ୍ବା ସେମାନେ ମଧ୍ୟ ମନ୍ତ୍ରୀ ପାଖକୁ ଆସିନାହାନ୍ତି । ଏହି ଭିଡିଓ ପାଇଲେ କେଉଁଠୁ? 

    ଏହା କଣ ସତ୍ୟକି ଜଣେ ବିଜେଡ଼ି ନେତା ଅନ୍ଧାରି ବିଜେକରି ପୋଲିସ ଓ ପ୍ରଶାସନ ମାଧ୍ୟମରେ ଚାପ ପ୍ରୟୋଗ କରି ବଳପୂର୍ବକ ଲେଖା ପଢ଼ାଇ ଭିଡିଓ ତିଆରି କରିଛନ୍ତି କି? ଝିଅକୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଥିବା ଏକ ପିତାମାତାଙ୍କ ଠାରୁ “ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି” ବୋଲି କୁହାଇ ପ୍ରଚାର କରାଇବା ବିକୃତ ଓ ଜଘନ୍ୟ ମାନସିକତା ନୁହେଁ କି? ଗୃହରାଷ୍ଟ୍ର ମନ୍ତ୍ରୀ ଆତ୍ମଗୋପନ ବେଳେ ଜଣେ ବିଧାୟକଙ୍କ ଘରେ ଥିବା ଅଭିଯୋଗ ଉଠୁଥିଲା ସେ ବିଧାୟକ ଜଣକ କିଏ ।  

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ, ଅଭିଶେକ ମହାନନ୍ଦ ଓ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Powered by Froala Editor

Tags Inc congress, Congress ,

Related articles Odisha News Lens 4.1

  • ନବରାତ୍ରୀରେ ପନିର ଟିକ୍କା ବିରିୟାନୀରୁ ଚିକେନ୍ ଖଣ୍ଡ
    ଦେଶ-ଦେଶାନ୍ତର

    ନବରାତ୍ରୀରେ ପନିର ଟିକ୍କା ବିରିୟାନୀରୁ ଚିକେନ୍ ଖଣ୍ଡ

    14128
    Oct 19, 2026
  •  ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ
    ଦେଶ-ଦେଶାନ୍ତର

    ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ

    14153
    Oct 18, 2026
  • ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ବଦଳିଯାଏ ନାହିଁ: ମୋହନ ଭାଗବତ
    ଦେଶ-ଦେଶାନ୍ତର

    ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ବଦଳିଯାଏ ନାହିଁ: ମୋହନ ଭାଗବତ

    15397
    Oct 20, 2026
  • ବିଜୟାଦଶମୀ ଶୁଭେଚ୍ଛା ଜଣାଇଲେ ମୋଦି
    ଦେଶ-ଦେଶାନ୍ତର

    ବିଜୟାଦଶମୀ ଶୁଭେଚ୍ଛା ଜଣାଇଲେ ମୋଦି

    14529
    Oct 20, 2026
  • ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇଲେ ଟ୍ରମ୍ପ

    14186
    Oct 18, 2026
  •  ବିଜୟାଦଶମୀରେ  ୨୨୧ ଫୁଟ ଉଚ୍ଚ ରାବଣ ପୁତ୍ତଳିକା ହେବ ଦହନ
    ଦେଶ-ଦେଶାନ୍ତର

    ବିଜୟାଦଶମୀରେ ୨୨୧ ଫୁଟ ଉଚ୍ଚ ରାବଣ ପୁତ୍ତଳିକା ହେବ ଦହନ

    15180
    Oct 20, 2026
  • ଫ୍ରାନ୍ସ ଦଙ୍ଗାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଫ୍ରାନ୍ସ ଦଙ୍ଗାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କଲେ ଟ୍ରମ୍ପ

    15159
    Oct 20, 2026
  • ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ଗୁଳିମାଡ଼ : ୩ ସୁଟର ଗିରଫ
    ଦେଶ-ଦେଶାନ୍ତର

    ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ଗୁଳିମାଡ଼ : ୩ ସୁଟର ଗିରଫ

    15682
    Oct 19, 2026
  • ନୁଡଲ୍ସ ଖାଇ ୫ ଜଣଙ୍କ ମୃତ୍ୟୁ ଘଟଣା : ମୋବାଇଲ୍‌ ଅଡିଓ ରେକର୍ଡିଂକୁ ନେଇ ତଦନ୍ତ
    ଦେଶ-ଦେଶାନ୍ତର

    ନୁଡଲ୍ସ ଖାଇ ୫ ଜଣଙ୍କ ମୃତ୍ୟୁ ଘଟଣା : ମୋବାଇଲ୍‌ ଅଡିଓ ରେକର୍ଡିଂକୁ ନେଇ ତଦନ୍ତ

    15322
    Oct 19, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିଜୟାଦଶମୀ ଶୁଭେଚ୍ଛା ଜଣାଇଲେ ମୋଦି

    14529
    Oct 20, 2026
  • ଦେଶ-ଦେଶାନ୍ତର

    ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ଗୁଳିମାଡ଼ : ୩ ସୁଟର ଗିରଫ

    15682
    Oct 19, 2026
  • ଦେଶ-ଦେଶାନ୍ତର

    ନୁଡଲ୍ସ ଖାଇ ୫ ଜଣଙ୍କ ମୃତ୍ୟୁ ଘଟଣା : ମୋବାଇଲ୍‌ ଅଡିଓ ରେକର୍ଡିଂକୁ ନେଇ ତଦନ୍ତ

    15322
    Oct 19, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17198
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17891
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17840
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18264
    Sep 06, 2023

ବିଶେଷ

  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    14578
    Oct 18, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    15393
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14734
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14829
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15832
    Sep 29, 2026

ବାଣିଜ୍ୟ

ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

କଳାହାଣ୍ଡିରେ ୩୩୮ଟି ବିଦ୍ୟୁତ୍ ଚାଳିତ ସ୍ପ୍ରେୟର ବଣ୍ଟନ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଆଗକୁ ବଢ଼ାଉଛି ପ୍ରକଳ୍ପ ସଙ୍ଗମ

ଭୁବନେଶ୍ୱର;୧୬, ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14627
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13993
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15112
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15821
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଖି ଭ୍ରୁଲତାରେ ଦାନ୍ତ

    15002
    Oct 19, 2026
  • ନୁଡଲ୍ସ ଖାଇ ୫ ଜଣଙ୍କ ମୃତ୍ୟୁ ଘଟଣା : ମୋବାଇଲ୍‌ ଅଡିଓ ରେକର୍ଡିଂକୁ ନେଇ ତଦନ୍ତ

    15322
    Oct 19, 2026
  • ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ

    14153
    Oct 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In