ମାଛର ପାଟିରେ ୫୫୫ ଟି ତୀକ୍ଷ୍ଣ ଦାନ୍ତ
ବୈଜ୍ଞାନିକମାନେ ଏକ ଅଜବ ମାଛ ପାଇଛନ୍ତି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମାଛର ପାଟିରେ ୫୫୫ ଟି ଦାନ୍ତ ଅଛି, ଯାହା ମଣିଷ ଦାନ୍ତ ପରି ନୁହେଁ । କିନ୍ତୁ ସେଗୁଡ଼ିକ ଅତ୍ୟନ୍ତ ତୀକ୍ଷ୍ଣ ଏବଂ ବହୁତ ଛୋଟ । ଏହି ମାଛର ନାମ ହେଉଛି ପେଶିଫିକ୍ ଲିଙ୍ଗକୋଡ୍। ଯାହାକି ଉତ୍ତର ପ୍ରଶାନ୍ତରେ ଦେଖିବାକୁ ମିଳିଥାଏ ।
ରିପୋର୍ଟ ଅନୁଯାୟୀ, ୱାଶିଂଟନ୍ ୟୁନିଭରସିଟି ଲାବୋରେଟୋରୀ ଅଧ୍ୟୟନ ପାଇଁ ପ୍ରାୟ ୨୦ଟି ମାଛ ଧରିଛି। ସେମାନଙ୍କର ଦାନ୍ତ ଏତେ ଛୋଟ ଯେ ସେମାନଙ୍କୁ ଖୋଲା ଆଖିରେ ଦେଖାଯାଏ ନାହିଁ । ଏହା ପରେ, ଯେତେବେଳେ ମାଇକ୍ରୋସ୍କୋପ୍ ସହିତ ଦେଖାଗଲା, ଦାନ୍ତ ଗୁଡିକ ଲାଲ ଦେଖା ଯାଇଥିଲା । ତେବେ କିଛି ଦିନ ପରେ ମାଛ ଗୁଡିକୁ ବାହାର କରିବା ପରେ ପ୍ରାୟ ୧୦ହଜାର ଦାନ୍ତ ଖସି ପଡିଥିଲା ।
ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ମାଛର ପାଟିରୁ ପ୍ରତିଦିନ ପ୍ରାୟ କୋଡ଼ିଏଟି ଦାନ୍ତ ଖସି ଥାଏ। ତେବେ ଏହି ଦାନ୍ତ ଦେଖିବା ପରେ ସେମାନେ ମଧ୍ୟ ଭୟଭୀତ ହୋଇଥାନ୍ତି ।
Powered by Froala Editor