ହାଇ ବ୍ଲଡ ପ୍ରେସର ଅଛିକି? ଖାଆନ୍ତୁ ନାହିଁ ଏହି ଜିନିଷ

ଆଜିକାଲି ପରିବେଶ ବଦଳିବା ସହିତ ରକ୍ତଚାପ ଓ ମଧୁମେୟ ଭଳି ସମସ୍ୟା ସାଧାରଣ କଥା ପାଲଟି ଗଲାଣି । ହେଲେ ଏହା ଶରୀର ପାଇଁ ଅତ୍ୟନ୍ତ ହାନିକାରକ ହୋଇଥାଏ । ସାରା ଜୀବନ ଏହା ପିଛା ଛାଡିନଥାଏ । ତେଣୁ ଏହି ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କୁ ନିଜ ଖାଇବା ପିଇବା ଉପରେ ବଶେଷ ଧ୍ୟାନ ଦେବାକୁ ପଡିଥାଏ । ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ଅଣ୍ଡାର ହଳଦିଆ ଅଂଶ ଖାଆନ୍ତୁ ନାହିଁ । କାରଣ ଏଥିରେ ଅଧିକ ମାତ୍ରାରେ କୋଲଷ୍ଟ୍ରଲ ଥାଏ ଯାହା ରକ୍ତଚାପ ବଢାଇବା ସହ ଓଜନ ମଧ୍ୟ ବୃଦ୍ଧି କରଥାଏ । ଏହା ସହିତ ଉଚ୍ଚ ରକ୍ତଚାପ ଥିବା ଲୋକମାନେ କଫି କଦାପି ପିଅନ୍ତୁ ନାହିଁ କାରଣ କଫିରେ ଥିବା କୈଫିନ୍ ଧିରେଧିରେ ରକ୍ତଚାପ ବାଢାଇ ଥାଏ ଓ ଏହି ରୋଗରେ ପୀଡିତ ଥିବା ବ୍ୟକ୍ତି ମାଂସ ଓ ଚିକେନ୍ ଖାଆନ୍ତୁ ନାହିଁ କାରଣ ଚିକେନ୍ରେ ଚର୍ବି ଅଂଶ କମ୍ ଥାଏ, ଏହା ରୋଷେଇ ହେଲା ପରେ ଏଥିରେ କୋଲଷ୍ଟ୍ରଲ ପରିମାଣ ବଢିଯାଇଥାଏ ।
ସେହିପରି ମଟନରେ ଫ୍ୟାଟ ପରିମାଣ ଅଧିକ ଥାଏ, ଏଣୁ ରୋଗୀମାନେ ଏହାକୁ ବେଶି ନଖାଇବା ଉଚିତ୍ । ଏହା ସହିତ ଏହି ରୋଗୀମାନେ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ କାରଣ ଏଥିରେ ସୋଡିୟମ ଭାଗ ଅଧିକ ରହିଥାଏ ଯାହା ରୋଗୀ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ତେଣୁ ଏହି ରୋଗରେ ପୀଡିତ ଥିବା ବ୍ୟକ୍ତି ପାଳଙ୍ଗ ଶାଗ, କୋବି, ବଥୁଆ ଶାଗ, ବାଦାମ, ଜୁଆଁଣି, ଅଦା, ଫଳ ଖାଇବା ଉଚିତ୍ ଓ ପ୍ରଚୁର ପରିମାଣରେ ପାଣି ପିଇବା ଉଚିତ୍ ।
Powered by Froala Editor