ବିବାଦ ପରେ ହଟିଲା ଡାବରର ସମଲିଙ୍ଗୀ ବିଜ୍ଞାପନ

ସାଧାରଣତଃ କରବା ଚୌଥ ପର୍ବକୁ ଉତ୍ତର ଭାରତରେ ଧୁମଧାମର ସହ ପାଳନ କରାଯାଇଥାଏ। ସ୍ୱାମୀଙ୍କ ଲମ୍ବା ଆୟୂଷ କାମନା କରି ପତ୍ନୀମାନେ ଏହି ବ୍ରତ ରଖିଥାନ୍ତି। ହେଲେ ଡାବର କମ୍ପାନୀ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞାପନକୁ ନେଇ ବିବାଦ ଦେଖାଦେଇଛି । ବିଜ୍ଞାପନକୁ ମଧ୍ୟପ୍ରଦେଶର ଜଣେ ନେତା ବିରୋଧ କରିବା ପରେ ଏହାକୁ ହଟାଇ ଦିଆଯାଇଛି।
ସୂଚନାଯୋଗ୍ୟ, କରବାଚୌଥରେ ଡାବର କମ୍ପାନୀ ପକ୍ଷରୁ ଏକ ଫେୟାରନେସ୍ ବ୍ଲିଚ୍ ଫେମ୍ ଆଡ ଜାରି କରାଯାଇଥିଲା। ସାଧାରଣତଃ କରବାଚୌଥରେ ସ୍ୱାମୀର ଲମ୍ବା ଆୟୂଷ ପାଇଁ ସ୍ତ୍ରୀ ବ୍ରତ ଧାରଣ କରୁଥିବା ବେଳେ ଏହି ବିଜ୍ଞାପନରେ ରିଲେସନ୍ରେ ଥିବା ୨ ମହିଳାଙ୍କୁ ଦର୍ଶାଯାଇଛି। ବିଜ୍ଞାପନରେ ଜଣେ ମହିଳା ନିଜ ମୁହଁରେ ଏହି ପ୍ରଡକ୍ଟ ବ୍ୟବହାର କରୁଥିବା ବେଳେ ଏହା ଗୋଲଡେନ ଗ୍ଲୋ ଦେବ ବୋଲି କୁହାଯାଉଛି। ଏହାପରେ ଜଣେ ବୟସ୍କା ମହିଳା ଆସି ୨ ମହିଳାଙ୍କୁ ନୂଆ ଶାଢି ଦେବା ସହ ବ୍ଲିଚ୍ ଲଗାଇଥିବା ମହିଳା ଏହି ଶାଢିରେ ଚାନ୍ଦ ପରି ଦେଖାଯିବେ ବୋଲି କହୁଥିବା ଶୁଣିବାକୁ ମିଳୁଛି। ଏହାପରେ ସନ୍ଧ୍ୟାରେ ଚାନ୍ଦ ଦେଖିବା ପରେ ସାଧାରଣତଃ ମହିଳାମାନେ ନିଜ ସ୍ୱାମୀଙ୍କ ହାତରୁ ପାଣି ପିଇ ଏହି ବ୍ରତ ଶେଷ କରିଥାନ୍ତି। ମାତ୍ର ବିଜ୍ଞାପନରେ ୨ ମହିଳା ପରସ୍ପରକୁ ପାଣି ପିଆଇ ବୟସ୍କା ମହିଳାଙ୍କ ଆର୍ଶିବାଦ ନେଉଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ବିବାଦ ଉପୁଜିବା ପରେ ବିଜ୍ଞାପନକୁ ହଟାଇ ଦିଆଯାଇଛି ।
Powered by Froala Editor