କଂଗ୍ରେସ ସଭାପତିଙ୍କୁ ଚାରିପଟୁ ଘେରି ପିଟିଲେ ବିଜେଡି କର୍ମୀ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ବେଳେ କୁଚିଣ୍ଡା ଯୁବ କଂଗ୍ରେସର ସଭାପତି ଜୟନ୍ତ କିଷାନଙ୍କୁ ବିଜେଡି କର୍ମୀ ଚାରିପଟୁ ଘେରି ପିଟିଛନ୍ତି । ସେଠାରେ ପୋଲିସ ଉପସ୍ଥିତ ଥାଇ ବି ଏଭଳି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ମମିତା ମେହର ହତ୍ୟା ମାମଲାରେ ଯୁବକଂଗ୍ରେସ ତରଫରୁ ପ୍ରତିବାଦ କରାଯାଇଥିଲା । ଏହି ସମୟରେ ବିଜେଡି କର୍ମୀ ଚାରିପଟୁ ଘେରି ଜୟନ୍ତ କିଷାନଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ ।
ତାଙ୍କୁ ନିସ୍ତୁକ ମାଡ ମାରିବା ପରେ ଜୟନ୍ତ କିଷାନ ଗୁରୁତର ଆହତ ହୋଇଛନ୍ତି, ତାଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିସôା କରାଯାଉଛି ।
ପୋଲିସ ଉପସ୍ଥିତିରେ ଏଭଳି କାଣ୍ଡ ଘଟିଲା କିପରି ଓ ସମ୍ବିଧାନ ଅନୁସାରେ ସମସ୍ତଙ୍କ ପ୍ରତିବାଦ କରିବାର ଅଧିକାର ରହିଛି, ତେବେ କ’ଣ ପାଇଁ ତାଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରାଗଲା ବୋଲି ପ୍ରଶ୍ନ ଉଠୁଛି ।
Powered by Froala Editor