ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢୁଛି ତୈଳ ଦାମ । ଆଜି ପୁଣି ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ । ଆଜି ପେଟ୍ରୋଲ-ଡିଜେଲ ଲିଟର ପିଛା ୩୫ ପଇସା ଲେଖାଏଁ ବଢିଛି । ଏହି ବୃଦ୍ଧି ସହ ସାରା ଦେଶରେ ତୈଳ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।
ପେଟ୍ରୋଲିୟମ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ ଅନୁସାରେ, ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ପ୍ରତି ଲିଟର ପିଛା ୧୦୮.୬୪ ଟଙ୍କା ଏବଂ ଡିଜେଲ ୯୭.୩୭ ଟଙ୍କାକୁ ବୃଦ୍ଧି ପାଇଛି । ମୁମ୍ବାଇରେ ଏହି ତୈଳ ଦର ଯଥାକ୍ରମେ ୧୧୪.୪୭ ଟଙ୍କା ଏବଂ ୧୦୫.୪୯ ଟଙ୍କା ରହିଛି ।
ସହର ନାମ ପେଟ୍ରୋଲ ଡିଜେଲ
ଦିଲ୍ଲୀ ୧୦୮.୬୪ ୯୭.୩୭
ମୁମ୍ବାଇ ୧୧୪.୪୭ ୧୦୫.୪୯
କୋଲକାତା ୧୦୯.୦୨ ୧୦୦.୪୯
ଚେନ୍ନାଇ ୧୦୫.୪୩ ୧୦୧.୫୯
ଚଳିତ ମାସରେ ପେଟ୍ରୋଲ ଏବଂ ଡିଜେଲ ଦାମରେ ରେକର୍ଡ ପରିମାଣର ବୃଦ୍ଧି ଆସିଛି । ଯେଉଁଠି ଦେଶର ପ୍ରମୁଖ ସହରଗୁଡିକରେ ପେଟ୍ରୋଲ ୧୦୦ ଟଙ୍କା ପାର୍ କରିଥିବାବେଳେ ଡିଜେଲ ମଧ୍ୟ ଶତକ ମୁହାଁ ହୋଇଛି । ଶ୍ରୀନଗର ଠାରୁ ଆରମ୍ଭ କରି ଚେନ୍ନାଇ ଯାଏଁ ଅନେକ ସହରରେ ଡିଜେଲ ଦାମ୍ ୧୦୦ ଟଙ୍କା ଉପରେ ରହିଛି ।
Powered by Froala Editor