Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, September 04, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସବୁ ଟୋଲ ପ୍ଲାଜାରେ କ୍ୟାମେରା ଲଗାଇବାକୁ ...

  • ଇସ୍ରୋକୁ ଆଉ ଏକ ବଡ଼ ସଫଳତା: EOS-05ର ସଫଳ ...

  • ବ୍ରେକ୍‌ ସସସ୍ୟା ଯୋଗୁଁ ଖୁଣ୍ଟରେ ପିଟି ...

  • ନାବାଳିକା ଛାତ୍ରୀଙ୍କୁ ଅପହରଣ କରି କାର୍ ...

  • ନେପାଳ ଭୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା 12 ...

  • କମିଲା ସୁନା ଦର, କେତେ ଜାଣନ୍ତୁ ?

  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ...

  • ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ...

  • ପ୍ୟାସେଞ୍ଜର ବିମାନ ଉଡ଼ାଇବେ କ୍ୟାପ୍ଟେନ୍ ...

  • ସୋସିଆଲ ମିଡିଆରେ ଛାଡପତ୍ର ଘୋଷଣା କଲେ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଭୋକ ପାଇଁ ବିକୁଛନ୍ତି ଅଳ୍ପବୟସ୍କା ଝିଅ

ଭୋକ ପାଇଁ ବିକୁଛନ୍ତି ଅଳ୍ପବୟସ୍କା ଝିଅ

2021-10-27 06:17:24
14022
Share:
Facebook
Twitter
E-Mail
WhatsApp
Telegram
ଭୋକ ପାଇଁ ବିକୁଛନ୍ତି ଅଳ୍ପବୟସ୍କା ଝିଅ


କାବୁଲ: ଗରିବ ଆ‘ଗାନମାନେ କ୍ଷୁଧା-ତାଡ଼ିତ ହୋଇ ଅଳ୍ପବୟସ୍କା ଝିଅମାନଙ୍କୁ ବିବାହ ପାଇଁ ବିକ୍ରି କରିଦେଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଆଫଗାନିସ୍ତାନରେ ଅନେକ ଶତାବ୍ଦୀ ଧରି ବାଲ୍ୟ ବିବାହ ପ୍ରଚଳିତ । କିନ୍ତୁ ଯୁଦ୍ଧ ଓ ଜଳବାୟୁ ପରିବର୍ତ୍ତନ-ଜନିତ ଦାରିଦ୍ର୍ୟ ଏବେ ଏକ ବର୍ଷରୁ କମ୍ ଝିଅମାନଙ୍କୁ ମଧ୍ୟ ବିକ୍ରି କରିବାକୁ ବାଧ୍ୟ କରୁଛି । ମରୁଡ଼ିଗ୍ରସ୍ତ ପଶ୍ଚିମ ଆଫଗାନିସ୍ତାନରେ ସ୍ୱାମୀ ଯେତେବେଳେ ନିଜେ ବଞ୍ଚିବା ପାଇଁ ଦୁଇ ଝିଅଙ୍କୁ ବିବାହ ନାମରେ ବିକ୍ରି କରିବା ନିମନ୍ତେ ଚୁକ୍ତି କରିଦେଲେ ସେତେବେଳେ ଫାହିମା ବହୁତ କାନ୍ଦିଥିଲେ । ଦୁଇ ଝିଅଙ୍କ ବିକ୍ରି ପାଇଁ ଯେଉଁଦିନ ଚୁକ୍ତି ହେଲା ସେଦିନ ଛଅ ବର୍ଷର ଝିଅ ଫରିସ୍ତେ ଓ ୧୮ ମାସର ଝିଅ ଶୋକ୍ରିୟା ସହ ଫାହିମା କାଦୁଅ-ଯୋଡେ଼ଇ ଇଟା କାନ୍ଥ ଓ ତାରପୋଲିନ ତଳେ ବସିଥିଲେ । ତାଙ୍କ ସ୍ୱାମୀ କହିଲେ, ଝିଅଙ୍କୁ ଯଦି ନ ବିକିବା ତେବେ ଆମେ ସମେସ୍ତ ମରିବା କାରଣ ଖାଇବାକୁ କିଛି ବି ନାହିଁ । 
ବଡ଼ ଝିଅ ପାଇଁ ୩,୩୫୦ ଓ କୁନି ଝିଅ ପାଇଁ ୨,୮୦୦ ଡଲାରର ପଣ ଛିଣ୍ଡିଲା । ତାଙ୍କ ଭବିଷ୍ୟତର ସ୍ୱାମୀମାନେ ବି ଏବେ ସୁଦ୍ଧା ନାବାଳକ । କଥା ଛିଣ୍ଡିଲା, ଝିଅମାନେ ସ୍ୱାମୀ ଘରକୁ ଯିବା ପାର୍ଯ୍ୟନ୍ତ ଏହି ଟଙ୍କା ତାଙ୍କୁ କିସ୍ତି ଆକାରରେ ମିଳିବ । ବରର ବାପାମାଆ କିଛି କିଛି ଟଙ୍କା କିସ୍ତିରେ ଦେଇ ତାଙ୍କ ପୁଅ ପାଇଁ ବୋହୂ ପକ୍କା କରିଦେଇଥାନ୍ତି । ଏହି ଘଟଣା କେବଳ ଫାହିମାଙ୍କ କ୍ଷେତ୍ରରେ ଘଟିନାହିଁ । ଏହା ସମ୍ପ୍ରତି ଆଫଗାନିସ୍ତାନର ଘର ଘରର କାହାଣୀ । ବିଶ୍ୱ ଖାଦ୍ୟ ଯୋଜନା (ଡବ୍ଲୁଏଫପି) ପକ୍ଷରୁ ସୋମବାର ସତର୍କ କରାଇ ଦିଆଯାଇଛି ଯେ, ୨୨.୮ ନିୟୁତ ଜନସଂଖ୍ୟାବିଶିଷ୍ଟ ଆଫଗାନିସ୍ତାନର ଅର୍ଦ୍ଧାଧିକ ଲୋକ ଆସନ୍ତା ନଭେମ୍ବର ମାସରୁ ଉକ୍ରଟ ଖାଦ୍ୟାଭାବର ସମ୍ମୁଖୀନ ହେବେ । ବାଦଘିସ ପ୍ରଦେଶର ରାଜଧାନୀ କାଲା-ଇ-ନାଓରେ ମରୁଡ଼ିର ପ୍ରଭାବ ସବୁଠାରୁ ଅଧିକ । ସେଠାକାର ଲୋକଙ୍କ କହିବା ଅନୁସାରେ ୨୦୧୮ ମରୁଡ଼ି ସମୟରେ ସେଠାରେ କନ୍ୟା ବିକ୍ରି ହାର ବୃଦ୍ଧି ପାଇଥିଲା । ବର୍ତ୍ତମାନ ତାହା ଆହୁରି ବଢ଼ିଯାଇଛି । 
ଫାହିମାଙ୍କ ୨୫ ବର୍ଷୀୟ ପଡେ଼ାଶୀ ଶବେରେ ତେଜରାତି ଦୋକାନରୁ ବାକି କରି ଖାଉଥିଲେ । ତାଙ୍କର ବାକି ପରିମାଣ ବଢ଼ିଯିବାରୁ ଦୋକାନୀ ତାଗିଦ କଲା, ବାକି ଶୁଝି ନ ପାରିଲେ ତୁମକୁ ଜେଲ ଯିବାକୁ ପଡ଼ିପାରେ । ଶେଷକୁ ଶବେରେ ତାଙ୍କ ତିନି ବର୍ଷୀୟା ଝିଅ ଜାକେରେକୁ ଦୋକାନୀଙ୍କ ଚାରି ବର୍ଷର ପୁଅ ଜାବିଉଲ୍ଲା ସହ ବାହାଦେବା ପାଇଁ ନିର୍ବନ୍ଧ କରି ପଣ ଅର୍ଥରେ ବାକି ପରିଶୋଧ କରିବାକୁ ବାଧ୍ୟ ହେଲେ । ଝିଅ ଆଉ ଟିକେ ବଡ଼ ହେବା ଯାଏ ଦୋକାନୀ ଅପେକ୍ଷା କରିବେ ଏବଂ ସେତେଦିନ ଯାଏ ତା’ର ଭରଣପୋଷଣ ଖର୍ଚ୍ଚ ବି ବହନ କରିବେ ।

Powered by Froala Editor

Tags Afghanistan

Related articles Odisha News Lens 4.1

  • ନାବାଳିକା ଛାତ୍ରୀଙ୍କୁ ଅପହରଣ କରି କାର୍ ଭିତରେ ଗଣବଳାତ୍କାର
    ଦେଶ-ଦେଶାନ୍ତର

    ନାବାଳିକା ଛାତ୍ରୀଙ୍କୁ ଅପହରଣ କରି କାର୍ ଭିତରେ ଗଣବଳାତ୍କାର

    13995
    Sep 03, 2026
  • ନେପାଳ ଭୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା 12 ଶହ ପାର କଲା
    ଦେଶ-ଦେଶାନ୍ତର

    ନେପାଳ ଭୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା 12 ଶହ ପାର କଲା

    15719
    Sep 03, 2026
  • କମିଲା ସୁନା ଦର, କେତେ ଜାଣନ୍ତୁ ?
    ଦେଶ-ଦେଶାନ୍ତର

    କମିଲା ସୁନା ଦର, କେତେ ଜାଣନ୍ତୁ ?

    15572
    Sep 03, 2026
  • ସୋସିଆଲ ମିଡିଆରେ ଛାଡପତ୍ର ଘୋଷଣା କଲେ ରାପର୍‌ ବାଦଶାହା
    ମନୋରଞ୍ଜନ

    ସୋସିଆଲ ମିଡିଆରେ ଛାଡପତ୍ର ଘୋଷଣା କଲେ ରାପର୍‌ ବାଦଶାହା

    13860
    Sep 03, 2026
  • ବ୍ରେକ୍‌ ସସସ୍ୟା ଯୋଗୁଁ ଖୁଣ୍ଟରେ ପିଟି ହୋଇଗଲା ଇଣ୍ଡିଗୋ ବିମାନ
    ଦେଶ-ଦେଶାନ୍ତର

    ବ୍ରେକ୍‌ ସସସ୍ୟା ଯୋଗୁଁ ଖୁଣ୍ଟରେ ପିଟି ହୋଇଗଲା ଇଣ୍ଡିଗୋ ବିମାନ

    14832
    Sep 04, 2026
  • ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ ...
    ବାଣିଜ୍ୟ

    ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ ...

    13769
    Sep 03, 2026
  • ଇସ୍ରୋକୁ ଆଉ ଏକ ବଡ଼ ସଫଳତା: EOS-05ର ସଫଳ ଉତ୍‌କ୍ଷେପଣ
    ଦେଶ-ଦେଶାନ୍ତର

    ଇସ୍ରୋକୁ ଆଉ ଏକ ବଡ଼ ସଫଳତା: EOS-05ର ସଫଳ ଉତ୍‌କ୍ଷେପଣ

    13803
    Sep 04, 2026
  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ...
    ବାଣିଜ୍ୟ

    ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ...

    14678
    Sep 03, 2026
  • ପ୍ୟାସେଞ୍ଜର ବିମାନ ଉଡ଼ାଇବେ କ୍ୟାପ୍ଟେନ୍ ଅଭିନନ୍ଦନ
    ଦେଶ-ଦେଶାନ୍ତର

    ପ୍ୟାସେଞ୍ଜର ବିମାନ ଉଡ଼ାଇବେ କ୍ୟାପ୍ଟେନ୍ ଅଭିନନ୍ଦନ

    15480
    Sep 03, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ...

    14678
    Sep 03, 2026
  • ଦେଶ-ଦେଶାନ୍ତର

    କମିଲା ସୁନା ଦର, କେତେ ଜାଣନ୍ତୁ ?

    15572
    Sep 03, 2026
  • ଦେଶ-ଦେଶାନ୍ତର

    ପ୍ୟାସେଞ୍ଜର ବିମାନ ଉଡ଼ାଇବେ କ୍ୟାପ୍ଟେନ୍ ଅଭିନନ୍ଦନ

    15480
    Sep 03, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17074
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17722
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17741
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18141
    Sep 06, 2023

ବିଶେଷ

  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13602
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14505
    Aug 31, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14809
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14763
    Aug 27, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    14099
    Aug 26, 2026

ବାଣିଜ୍ୟ

ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

ଦ୍ୱିଭାଷୀ ପ୍ରକାଶନରେ ପୂର୍ଣ୍ଣ ପ୍ରସ୍ତୁତ କାରିଗରୀ ବସ୍ତୁ ଊଦ୍ଧ୍ୱର୍ରେ ଚାନ୍ଦୁଆର ପରୀକ୍ଷା ନିରୀକ୍ଷା କରିବାକୁ କ୍ଷେତ୍ରସ୍ତରୀୟ କାର୍ଯ୍ୟ, ଅଭିଲେଖୀୟ ଗବେଷଣା ଏବଂ କାରିଗରୀ ଆତ୍ମଜୀବନୀକୁ ଏକତ୍ରିତ କରାଯାଇଛି

  • ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି

    13769
    Sep 03, 2026
  • ସୁନା ଦରରେ ବଡ଼ ଧରଣର ହ୍ରାସ

    14304
    Sep 03, 2026
  • ଆପଲ୍‌ର ନୂଆ CEO ଜନ୍ ଟର୍ନସ୍

    15189
    Sep 03, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିରେ ଲୋକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଉଛି

    14707
    Sep 02, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇସ୍ରୋକୁ ଆଉ ଏକ ବଡ଼ ସଫଳତା: EOS-05ର ସଫଳ ଉତ୍‌କ୍ଷେପଣ

    13803
    Sep 04, 2026
  • ବ୍ରେକ୍‌ ସସସ୍ୟା ଯୋଗୁଁ ଖୁଣ୍ଟରେ ପିଟି ହୋଇଗଲା ଇଣ୍ଡିଗୋ ବିମାନ

    14832
    Sep 04, 2026
  • କମିଲା ସୁନା ଦର, କେତେ ଜାଣନ୍ତୁ ?

    15572
    Sep 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In