ଅନ୍ତର୍ଜାତୀୟ ଯାତ୍ରୀଙ୍କ ଲାଗି ଆସିଲା ନୂଆ ଗାଇଡ୍ଲାଇନ୍, ପଢ଼ନ୍ତୁ କ’ଣ...

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯାତ୍ରୀଙ୍କ ନିମନ୍ତେ ଭାରତ ସରକାର ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି । ଏଥିରେ କ୍ୱାରେଣ୍ଟାଇନ୍ କଟକଣାକୁ ହଟାଇ ଦିଆଯାଇଛି । ତେବେ କୋଭିଡ୍-୧୯ ଆର୍ଟିପିସିଆର୍ ନେଗେଟିଭ୍ ରିପୋର୍ଟ ଦାଖଲକୁ ବାଧ୍ୟତାମୂଳକ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଯେଉଁ ଦେଶର ଟିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦନ ହୋଇଛି ସେହି ଦେଶର ଯାତ୍ରୀମାନେ କ୍ୱାରେଣ୍ଟାଇନ୍ରେ ରହିବା ଜରୁରି ନୁହେଁ । ଏବେ କୋଭିଡ୍ ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ହେଲେ ନୂଆ ଭାରିଏଣ୍ଟ ଚିନ୍ତାର ବିଷୟ ପାଲଟିଛି । ଏଥିପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ । କୋଭିଡ୍ ନିୟମକୁ କଡାକଡ଼ି ଭାବେ ପାଳନ କରିବାକୁ ହେବ । ସାମାଜିକ ଦୂରତ୍ୱ ସହିତ ମାସ୍କ ପିନ୍ଧିବା ଜରୁରି ।
Powered by Froala Editor