ତିନି ଦିନିଆ କାଶ୍ମୀର ଗସ୍ତରେ ଅମିତ ଶାହା
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ତିନି ଦିନିଆ କାଶ୍ମୀର ଗସ୍ତରେ ଯାଇଛନ୍ତି । ଏହି ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ବିଭିନ୍ନ ବିକାଶମୂଳକ କାମ ସହ ସୀମା ସୁରକ୍ଷା ନେଇ ସମୀକ୍ଷା କରିଛନ୍ତି । ଏଥି ସହିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସହ ମିଶି ଜମ୍ମୁ ଆଇଆଇଟିର ନୁଆ କ୍ୟାମ୍ପସକୁ ଉଦ୍ଘାଟନ କରିଛନ୍ତି । ସେହିପରି ଏହି ଗସ୍ତ କାଳରେ ସୀମାରେ ଶହିଦ ହୋଇଥିବା ବିଭିନ୍ନ ଯବାନ ମାନଙ୍କ ପରିବାରକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଭେଟିଛନ୍ତି ।
ଆହୁରି ମଧ୍ୟ ରବିବାର ରାତିରେ ଗୃହମନ୍ତ୍ରୀ ଘାଟିର ସୀମାବର୍ତ୍ତି ଗାଁ ଗୁଡିକ ପରିଦର୍ଶନ କରିଛନ୍ତି । ଏହି ସମୟରେ ସେ ଲୋକ ମାନଙ୍କ ସହ ବିଭିନ ବିଷୟରେ ଆଲୋଚନା କରିଛନ୍ତି । ଦେଶର ରାଜଧାନୀରେ ବସବାସ କରୁଥିବା ଲୋକେ ଯେମିତି ସରକାରୀ ସୁବିଧାରୁ ସୁଯୋଗ ପାଉଛନ୍ତି, ସେମିତି ସୀମାବର୍ତ୍ତୀ ଅଞ୍ଚଳର ଲୋକଙ୍କ ପାଖରେ ମଧ୍ୟ ସୁବିଧା ସୁଯୋଗ ପହଁଞ୍ଚାଇବା ମୋଦି ସରକାରଙ୍କ ପ୍ରଥମ ପ୍ରାଥମିକତା ବୋଲି ସେ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।
Powered by Froala Editor