କରୋନା ମହାମାରୀ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ
ବର୍ଲିନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟିସସ କରୋନା ମହାମାରୀ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ ବର୍ଲିନରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ପୃଥିବୀରୁ କରୋନା ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏବେବି କରୋନା ମହାମାରୀକୁ ଏତେ ଢିଲାରେ ନେବା ଠିକ୍ ନୁହେଁ । ଯେଭଳି ସଂକ୍ରମଣ ନହେବ ସେ ନେଇ ସମସ୍ତେ ସତର୍କ ରହିବା ଜରୁରୀ ଅଟେ । କରୋନାର କବଳରୁ ସଂପୂର୍ଣ୍ଣ ମୁକ୍ତି ପାଇବା ପାଇଁ ଜନସ୍ୱାସ୍ଥ୍ୟ ଉପକରଣକୁ ଫଳପ୍ରଦ ଭାବରେ ବ୍ୟବହାର କରିବାର ଆବଶ୍ୟକତା ରହିଛି ।
ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେତେବେବେଳେ ବିଶ୍ୱ ଏ କରୋନା ମହାମାରୀକୁ ଅନ୍ତ କରିବାକୁ ଚାହିଁବ, ସେତେବେଳେ କରୋନା ମହାମାରୀର ଅନ୍ତ ଘଟିବ ଓ ଏହା ଆପଣଙ୍କ ହାତରେ ଅଛି । ଏହାର ମୁକାବିଲା ପାଇଁ ଓ ଏଥିରୁ ମୁକ୍ତି ପାଇବା ପାଇଁ ଆବଶ୍ୟକ ସମସ୍ତ ଉପକରଣ ରହିଛି । କିନ୍ତୁ ପୃଥିବୀର ବିଭିନ୍ନ ଅଞ୍ଚଳରେ ଏହି ଉପକରଣ ଗୁଡିକୁ ଭଲ ଭାବରେ ବ୍ୟବହାର କରାଯାଉନାହିଁ ।
Powered by Froala Editor