ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା, ଜେରା ହେବେ ଅନନ୍ୟା ପାଣ୍ଡେ

ମୁମ୍ବାଇ: ଦିନକୁ ଦିନ ରହସ୍ୟ ଘେରକୁ ଟାଣି ହୋଇଯାଉଛି ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା । ଏଥିରେ ପୂର୍ବରୁ ଦୁଇ ଥର ଜେରା ପରେ ତୃତୀୟ ଥର ପାଇଁ ଜେରା ହେବେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଏହି ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ୍ ଖାନ ଏବଂ ଅନନ୍ୟାଙ୍କ ମଧ୍ୟରେ କିଛି ହ୍ୱାଟସ୍ ଆପ୍ ଚାଟ୍ ଏନସିବିକୁ ମିଳିଛି, ସେହି ଆଧାରରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଡକାଯାଇଛି ।
ଶୁକ୍ରବାର ଦିନ ସେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କୁ ଚାରି ଘଣ୍ଟା ପଚରାଉଚରା କରାଯାଇଥିଲା । ଏହାପୂର୍ବରୁ ଗୁରୁବାର ଦିନ ଅନନ୍ୟାଙ୍କୁ ଦୁଇ ଘଣ୍ଟା ପଚରାଉଚରା କରାଯାଇଥିଲା । ସୋମବାର ପୁଣି ନାର୍କଟିକ୍ସ କଣ୍ଟ୍ରୋଲ ବୁ୍ୟରୋ ପକ୍ଷରୁ ଡକାଯାଇଛି ।
ବୁଧବାର ଦିନ, ଏନସିବି ମୁମ୍ବାଇର ବାନ୍ଦ୍ରାସ୍ଥିତ ଅନନ୍ୟାଙ୍କ ଘରେ ଚଢଉ କରି ତାଙ୍କ ବୟାନ ରେକର୍ଡ କରିବା ପାଇଁ ହାଜର ହେବାକୁ ସମନ କରିଥିଲା । ଏହି ଚଢଉରେ ଏନସିବି ଅଧିକାରୀମାନେ ତାଙ୍କ ଲାପଟପ୍ ଏବଂ ମୋବାଇଲ୍ ଫୋନ୍ ଜବତ କରିଥିଲା ।
Powered by Froala Editor