କେରଳ ଓ ମହାରାଷ୍ଟ୍ର ପରେ ୟୁପିରୁ ଜିକା ଭାଇରସ ଚିହ୍ନଟ

କେରଳ ଓ ମହାରାଷ୍ଟ୍ର ପରେ ଏବେ ଉତ୍ତରପ୍ରଦେଶରେ ଚିହ୍ନଟ ହୋଇଛି ଜିକା ଭୂତାଣୁ। ୟୁପିର କାନପୁରରୁ ରାଜ୍ୟର ପ୍ରଥମ ଜିକା ଭୂତାଣୁ ଦ୍ବାରା ଆକ୍ରାନ୍ତ ରୋଗୀ ଚିହ୍ନଟ କରାଯାଇଛି। ଜିକା ରୋଗୀ ଚିିହ୍ନଟ ହେବା ପରେ ଦିଲ୍ଲୀର ଏକ ବିଶେଷଜ୍ଞ ଦଳ କାନପୁରରେ ପହଞ୍ଚି ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ନମୁନା ସଂଗ୍ରହ କରି ସମସ୍ତ ଲୋକଙ୍କ ନମୁନା ପରୀକ୍ଷା ପାଇଁ ପଠାଇଥିବା ଜଣାପଡ଼ିଛି। ରୋଗୀଜଣକ ବାୟୁସେନା ଷ୍ଟେସନର ଜଣେ କର୍ମଚାରୀ ବୋଲି ଜଣାପଡ଼ିଛି।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କର ନମୁନାକୁ ପରୀକ୍ଷା ପାଇଁ ପୁନେ ପଠାଇଥିଲା। ତେବେ ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ସେ ରହୁଥିବା ଅଞ୍ଚଳକୁ ସାନିଟାଇଜ କରାଯାଇଛି। କାନପୁର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ନେପାଳ ସିଂ କହିଛନ୍ତି ଯେ, ସମ୍ପୃକ୍ତ ରୋଗୀ ସହ ୨୦୦ ଲୋକ କଣ୍ଟାକ୍ଟରେ ଆସିଛନ୍ତି। ରୋଗୀକୁ ସଙ୍ଗରୋଧ କରାଯାଇଛି। ତାଙ୍କ ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯାଉଛି ବୋଲି ସେ କହିଛନ୍ତି ।
Powered by Froala Editor