ଟ୍ରେନ୍ରୁ ଚୋରି ହୋଇଗଲା ବାଚସ୍ପତିଙ୍କ ସାଇକେଲ
ଟ୍ରେନରୁ ଚୋରି ହୋଇଯାଇଛି ମଧ୍ୟପ୍ରଦେଶ ବିଧାନସଭା ଅଧ୍ୟକ୍ଷ ଗିରିଶ ଗୌତମଙ୍କ ସାଇକେଲ । ଟ୍ରେନ୍ରେ ଭୋପାଲରୁ ରିୱା ଆଣିବା ବେଳେ ତାଙ୍କର ଏହି ଦାମୀ ସାଇକେଲ ଚୋରି ହୋଇଯାଇଥିବା ଜଣାପଡିଛି। ବାଚସ୍ପତି ଗିରିଶ ଗୌତମ ପଣ୍ଡରିଆ ଗାଁରୁ ନିଜ ସାଇକଲ ରାଲି ଆରମ୍ଭ କରିଥାନ୍ତେ। ଅକ୍ଟୋବର ୩୧ରେ ଦେବତାଲାବ ଷ୍ଟାଡିଅମରେ ଏହି ରାଲି ସମାପନ ହୋଇଥାନ୍ତା। ବାଚସ୍ପତି ସାଇକଲରେ ଯାଇ ନିଜ ଅଞ୍ଚଳର ଲୋକଙ୍କୁ ଭେଟି ତାଙ୍କ ସମସ୍ୟାର ଆଲୋଚନା କରିଥାଆନ୍ତେ। କିନ୍ତୁ ଏହା ପୂର୍ବରୁ ସବୁ ଫସର ଫାଟିଯାଇଛି। ତାଙ୍କ ସାଇକଲ ଚୋରି ହୋଇଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। ଚୋରି ହୋଇଥିବା ସାଇକେଲ ମୂଲ୍ୟ ୩୦ ହଜାର ଟଙ୍କା ପାଖାପାଖି ହେବ ବୋଲି କୁହାଯାଉଛି।
ବାଚସ୍ପତି ଗିରିଶ ଗୌତମଙ୍କ ଓଏସ୍ଡି ନରେନ୍ଦ୍ର ମିଶ୍ରା ଫୋନ୍ କରି ଭୋପାଲରୁ ଆସିବାକୁ ଥିବା ତାଙ୍କ ସଇକେଲ ଗାଏବ ହୋଇଯାଇଥିବା ସୂଚନା ଦେଇଛନ୍ତି। ତେବେ ବାଚସ୍ପତିଙ୍କ ସାଇକେଲ ନେଲା କିଏ? ସେନେଇ ତଦନ୍ତ ଚାଲିଛି। ସେପଟେ ବାଚସ୍ପତି ଏବେ ରାଲିରେ ଅନ୍ୟ ଏକ ସାଇକେଲ ବ୍ୟବହାର କରିବେ ବୋଲି ଜଣାପଡିଛି।
Powered by Froala Editor