ଇସଲାମ ଛାଡି ହିନ୍ଦୁ ଧର୍ମ ଆପଣେଇବେ ସୁକୁମାବତୀ
ଇସଲାମ ଧର୍ମକୁ ତ୍ୟାଗ କରି ହିନ୍ଦୁ ଧର୍ମ ଆପଣାଇବେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତିଙ୍କ ସୁକର୍ଣ୍ଣୋଙ୍କ ଝିଅ ସୁକୁମାବତୀ ସୁକାର୍ଣ୍ଣୋପୁତ୍ରି। ହିନ୍ଦୁ ଧର୍ମ ଆପଣାଇବା ନେଇ ଏକ କାର୍ଯ୍ୟକ୍ରମରେ ସେ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ସୁକମାବତୀ ଏକ କବିତା ଲେଖି ସୋସିଆଲ ସାଇଟରେ ଶେୟାର କରିଥିଲେ । ସେ ଇସଲାମ ଧର୍ମକୁ ଅପମାନିତ କରିଛନ୍ତି ବୋଲି ଅଭିଯୋଗ ଆସିଥିଲା । ବିବାଦ ବଢ଼ିବାରୁ ସେ ଏଥିନେଇ କ୍ଷମା ପ୍ରାର୍ଥନା କରିଥିଲେ । ଏହା ପରେ ବି ତାଙ୍କୁ ସମାଲୋଚନା କରାଯାଉଥିବାରୁ ସେ ଅସନ୍ତୁଷ୍ଟ ହୋଇ ହିନ୍ଦୁ ଧର୍ମ ଆପଣାଇବା ନିଷ୍ପତି ନେଇଥିବା ଅନୁମାନ କରାଯାଉଛି । ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ସେ ଇସଲାମ ଧର୍ମ ଛାଡିବେ ବୋଲି ଘୋଷଣା କରିଛନ୍ତି ।
Powered by Froala Editor