ଦେଶରେ ୧୫,୯୦୬ ନୂଆ ସଂକ୍ରମିତ, ୫୬୧ ମୃତ
ନୂଆଦିଲ୍ଲୀ: ଲଗାତର କୋରୋନା ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ହଜାର ୯୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୬୧ ଜଣଙ୍କ ଜୀବନ ନେଇଛି କିଲର ଭାଇରସ। ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୪୧ ଲକ୍ଷ ୭୫ ହଜାର ୪୬୮ରେ ପହଁଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୪ ହଜାର ୨୬୯ ରେ ପହଞ୍ଚିଛି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଦିନକ ମଧ୍ୟରେ ୧୬,୪୭୯ ଜଣ ସୁସ୍ଥ ହୋଇଛନ୍ତି, ଯାହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩ କୋଟି ୩୫ ଲକ୍ଷ ୪୮ ହଜାର ୬୦୫ରେ ପହଞ୍ଚିଛି । ତେବେ ଦେଶରେ ସୁସ୍ଥହାର ୯୮.୧୭ ପ୍ରତିଶତ ରହିଛି ।ସେହିପରି ଦେଶରେ ମୋଟ ୧ ଲକ୍ଷ ୭୨ ହଜାର ୫୯୪ଟି ସକ୍ରିୟ ମାମଲା ରହିଛି । ଦେଶରେ ଆଜି ପର୍ୟ୍ୟନ୍ତ ୧୦୨ କୋଟି ୧୦ ଲକ୍ଷ ୪୩ ହଜାର ୨୫୮ ଟୀକାକରଣ ସରିଛି ।
Powered by Froala Editor