ସ୍ମାର୍ଟ ୱାଚ ଯୋଜନା, ଆଉ ଠକି ପାରିବେନି ସରକାରୀ କର୍ମଚାରୀ
ନୂଆଦିଲ୍ଲୀ: ଆଉ ଠକି ପାରିବେନି ସରକାରୀ କର୍ମଚାରୀ । ବିଳମ୍ବରେ ଅଫିସ ଆସୁଥିବା କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି । ହରିଆଣାରେ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଲାଗୁ କଲେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ସରକାରୀ କର୍ମଚାରୀଙ୍କ ଖାମଖିଆଲି କାମ ଉପରେ କଡା ନଜର ରଖିବାକୁ ସ୍ମାର୍ଟ ୱାଚର ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଦ୍ୱାରା କର୍ମଚାରୀଙ୍କ କାର୍ୟ୍ୟାଳୟରେ ପ୍ରକୃତ ଉପସ୍ଥାପନ ଜଣାପଡିବ ବୋଲି ମନୋହରଲାଲ କହିଛନ୍ତି । କେବଳ ଏତିକି ନୁହେଁ ଯଦି କେହି ଅଫିସ୍ ସମୟରେ ଅନ୍ୟ କେଉଁ ସ୍ଥାନକୁ ଯାଆନ୍ତି ତେବେ ତାଙ୍କର ମୁଭମେଣ୍ଟ ଟ୍ରାକ କରିପାରିବ ସ୍ମାର୍ଟ ସ୍ୱାଚ୍ । ହରିଆଣା ସୋହନା ଜିଲ୍ଲାରେ ଆୟୋଜିତ ଏକ ସଭାରେ ଭାଷଣ ଦେବା ଅବସରରେ ଏହା ଘୋଷଣା କରିଛନ୍ତି ମନ୍ତ୍ରୀ ।
କଥା ହେଉଛି ଉପସ୍ଥାନ ପାଇଁ ରାଜ୍ୟର ସମସ୍ତ ସରକାରୀ କାର୍ୟ୍ୟାଳୟରେ ବାୟୋମେଟ୍ରିକ ମେସିନ୍ ଲାଗାଯାଇଥିଲା । କିନ୍ତୁ କରୋନା ସମୟରେ ସ୍ରଂକମଣ ଯୋଗୁଁ ଏହାକୁ ବନ୍ଦ କରିଦିଆଯାଇଛି । ଫଳରେ ସ୍ମାର୍ଟ ୱାଚକୁ ଏହାର ବିକଳ୍ପ ଭାବେ ବାଛିଛନ୍ତି ହରିଆଣା ସରକାର ।
Powered by Froala Editor