ଆତଙ୍କୀଙ୍କ ଠିକଣା ଖୋଜିବାବେଳେ ଗୁଳିମାଡ଼: ଦୁଇ ପୋଲିସଙ୍କ ସହ ଜଣେ ଯବାନ ଆହତ
ଜମ୍ମୁ-କଶ୍ମୀର ପୁଞ୍ଚ ଅଞ୍ଚଳରେ ପୁଣି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ ଜଣ ପୋଲିସ ଓ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଏହି ଗୁଳି ବିନିମୟରେ କୁଖ୍ୟାତ ଆତଙ୍କବାଦୀ ଜିଆ ମୁସ୍ତାଫା ମଧ୍ୟ ଆହତ ହୋଇଛନ୍ତି।
ଆତଙ୍କବାଦୀ ଲୁଚି ରହିଥିବା ଠିକଣାଗୁଡିକୁ ଖୋଜିବା ପାଇଁ ପାକିସ୍ତାନୀ ଆତଙ୍କବାଦୀ ଜିଆ ମୁସ୍ତାଫାଙ୍କୁ ପୁଞ୍ଚ ଜିଲ୍ଲାର ଭାଟା ଡୁରିଆନକୁ ନିଆଯାଇଥିଲା। ଏହି ସମୟରେ ଆତଙ୍କବାଦୀଙ୍କ ପକ୍ଷରୁ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଯେଉଁଥିରେ ଜଣେ ଯବାନ ଏବଂ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଆତଙ୍କବାଦୀ ଜିଆ ମୁସ୍ତାଫା ମଧ୍ୟ ଆହତ ହୋଇଛି। ସେପଟେ ପ୍ରବଳ ଗୁଳି ବିନିମୟ ହେତୁ ମୁସ୍ତାଫାଙ୍କୁ ଭାଟା ଡୁରିଆନରୁ ବାହାର କରାଯାଇପାରି ନାହିଁ ବୋଲି ପୁଲିସ କହିଛି।
ଦୀର୍ଘ ୧୪ ଦିନ ଧରି ଜମ୍ମୁ କଶ୍ମୀରର ପୁଞ୍ଚ ଏବଂ ରଜୌରୀ ଜିଲ୍ଲାରେ ଆତଙ୍କବାଦୀ ବିରୋଧୀ କାର୍ଯ୍ୟ ଜାରି ରହିଛି। ଗତ ସପ୍ତାହରେ ଏହି ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଦୁଇଟି ପୃଥକ ଆକ୍ରମଣରେ ନଅ ଜଣ ସେନା କର୍ମଚାରୀ ସହିଦ ହୋଇଥିଲେ।
Powered by Froala Editor