କଂଗ୍ରେସ ଜିତିଲେ ପୂରଣ କରିବ ୭ ବଡ଼ ପ୍ରତିଶ୍ରୁତି : ପ୍ରିୟଙ୍କା
ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ବଡ଼ ଘୋଷଣା। ୟୁପି କଂଗ୍ରେସକୁ ଶକ୍ତିଶାଳି କରିବା ପାଇଁ ଲାଗି ପଡ଼ିଥିବା ପ୍ରିୟଙ୍କା ଗାନ୍ଧି ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ବାରବାଙ୍କିରେ କଂଗ୍ରେସର ପ୍ରତିଜ୍ଞା ଯାତ୍ରାର ଶୁଭାରମ୍ଭ କରି ପ୍ରିୟଙ୍କା ଗାନ୍ଧୀ ୭ଟି ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ୟୁପିରେ କଂଗ୍ରେସ କ୍ଷମତାକୁ ଆସିବା ପରେ କଂଗ୍ରେସ କୃଷକଙ୍କ ଋଣ ଛାଡ କରିବ। ଏହା ବ୍ୟତୀତ ୨୦ ଲକ୍ଷ ସରକାରୀ ନିଯୁକ୍ତି, ମହାମାରୀ ସମୟରେ ବିଜୁଳି ବିଲ ଛାଡ଼, କୋଭିଡ୍ ପୀଡ଼ିତଙ୍କୁ ୨୫,୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରିୟଙ୍କା ଘୋଷଣା କରିଛନ୍ତି। ଯଦି ଦଳ କ୍ଷମତାକୁ ଫେରେ ତେବେ କଂଗ୍ରେସ ତାର ପ୍ରତିଶ୍ରୁତି ପାଳନ କରାଯିବ ବୋଲି ପ୍ରିୟଙ୍କା କହିଛନ୍ତି ।
ପୂର୍ବରୁ ପ୍ରିୟଙ୍କା ଆଉ ୩ଟି ସ୍କିମ ସମ୍ପର୍କରେ ଘୋଷଣା କରିଥିଲେ। ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ମହିଳାଙ୍କୁ ୪୦ ପ୍ରତିଶତ ଟିକେଟ ସଂରକ୍ଷଣ, ଦ୍ୱାଦଶ ପାସ ଛାତ୍ରୀଙ୍କୁ ସ୍ମାର୍ଟ ଫୋନ୍ ଏବଂ ସ୍ନାତ୍ତୋକତର ଗ୍ରାଜୁଏଟ ଛାତ୍ରୀଙ୍କୁ ବିଦ୍ୟୁତ୍ ଚାଳିତ ସ୍କୁଟି ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ସେହିପରି ଆଗାମୀ ଦିନରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଇସ୍ତାହାର ପ୍ରକାଶ ପାଇବ ବୋଲି ପ୍ରିୟଙ୍କା ଘୋଷଣା କରିଛନ୍ତି।
Powered by Froala Editor