ନିଖୋଜ ୧୭ଜଣ ପର୍ବତାରୋହୀଙ୍କ ମଧ୍ୟରୁ ୧୨ଜଣଙ୍କ ଶବ ଉଦ୍ଧାର
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସଂଗୀନ ରହିଛି। ଇତି ମଧ୍ୟରେ ୬୭ ଜଣଙ୍କ ଜୀବନ ଗଲାଣି। ତେବେ ହିମାଚଳ ପ୍ରଦେଶର କିନ୍ନୌର୍ ସହ ଉତ୍ତରାଖଣ୍ଡର ହର୍ଷିଲ୍କୁ ସଂଯୋଗ କରୁଥିବା ଲମ୍ଖାଗା ଘାଟି ଅଞ୍ଚଳରେ ନିଖୋଜ ହୋଇଯାଇଥିବା ୧୭ଜଣ ପର୍ବତାରୋହୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୧୨ଜଣଙ୍କ ଶବ ଉଦ୍ଧାର କରାଯାଇଛି। ମୃତ ପର୍ବତାରୋହୀଙ୍କ ମଧ୍ୟରେ ଦିଲ୍ଲୀର ଜଣେ ମହିଳା ଥିବା ବେଳେ ୯ ଜଣ ପଶ୍ଚିମବଙ୍ଗର। ଅନ୍ୟ ପର୍ବତାରୋହୀଙ୍କ ପରିଚୟ କିମ୍ବା ସେମାନେ କେଉଁ ରାଜ୍ୟର ସେକଥା ଜଣାପଡ଼ିନି।
ସୂଚନାଯୋଗ୍ୟ, ଅକ୍ଟୋବର ୧୮ ତାରିଖ ଦିନ ତୁଷାରପାତ ଏବଂ କୋହଲା ତଥା ହେମାଳିଆ ପାଗ ହେତୁ ସମୁଦ୍ରପତ୍ତନ ଠାରୁ ୧୭୦୦୦ ଫୁଟ୍ ଉଚ୍ଚ ଉତ୍ତରାଖଣ୍ଡର ଲମ୍ଖାଗା ଘାଟିରେ ପର୍ଯ୍ୟଟକ, କୁଲି ଏବଂ ଗାଇଡ୍ଙ୍କ ସମେତ ବାଟବଣା ହୋଇଯାଇଥିବା ୧୭ଜଣ ପର୍ବତାରୋହୀଙ୍କୁ ଉଦ୍ଧାର କରିବା ଲାଗି ବାୟୁସେନା ବ୍ୟାପକ ତଲାସ ଚଳାଇଛି।
କାପକୋଟ(ବାଗେଶ୍ୱର) ସବଡିଭିଜନାଲ ମାଜିଷ୍ଟ୍ରେଟ ପାରିତୋଷ ବର୍ମା କହିଛନ୍ତି, ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ଶବ ଉଦ୍ଧାର କରାଯାଇ ପାରିନି। ଖରାପ ପାଗ ଯୋଗୁ ଅପରେସନରେ ବାଧା ସୃଷ୍ଟି ହେଉଛି। ମାଟି ଅତଡ଼ା ତଳେ ଫସି ରହିଥିବା ଶବ ଗୁଡ଼ିକୁ ଉଦ୍ଧାର କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
Powered by Froala Editor