କ୍ରୀଡ଼ା ଶିକ୍ଷକ ନିଯୁକ୍ତି ପାଇଁ ଅନ୍ଲାଇନ୍ ପରୀକ୍ଷାର ଫଳ ପ୍ରକାଶ
ଭୁବନେଶ୍ବର: ପ୍ରକାଶ ପାଇଛି ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ପାଇଁ ଅନ୍ଲାଇନ୍ ପରୀକ୍ଷାର ଫଳ । କୃତକାର୍ୟ୍ୟ ହେଲେ ୫୫୦ ପ୍ରାର୍ଥୀ । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ରାଜ୍ୟର ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା କ୍ରୀଡା ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ୫ ଅକ୍ଟୋବରରେ ହୋଇଥିଲା ଅନ୍ଲାଇନ୍ ପରୀକ୍ଷା ।
ପରୀକ୍ଷାରେ ମୋଟ ୫୫୦ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିମଧ୍ୟରୁ ସାଧାରଣ ବର୍ଗର ୧୦୪, ଏସ୍ଇବିସି ବର୍ଗର ୩୮୦, ଅନୁସୂଚିତ ଜାତି ବର୍ଗର ୪୮ ଓ ଅନୁସୂଚିତ ଜନଜାତି ବର୍ଗର ୧୮ ପ୍ରାର୍ଥୀ ସାମିଲ ଅଛନ୍ତି । ପ୍ରାର୍ଥୀମାନେ ସେମାନଙ୍କ ପରୀକ୍ଷା ଫଳ ୱେବ୍ସାଇଟ୍ dseodisha.in ରେ ଲଗ୍ଇନ୍ କରି ଦେଖି ପାରିବେ ।ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନଙ୍କର ଡକ୍ୟୁମେଣ୍ଟ ଯାଞ୍ଚ ଅକ୍ଟୋବର ୨୯ ତାରିଖରୁ ଆରମ୍ଭ ହେବ । ଏଥିପାଇଁ ସବିଶେଷ ସୂଚନା ଖୁବ୍ ଶୀଘ୍ର ୱେବ୍ସାଇଟ୍ରେ ପ୍ରକାଶ ପାଇବ ବୋଲି କୁହାଯାଇଛି ।
Powered by Froala Editor