ଏକାଧିକ ଛୁଆ ଜନ୍ମ କରିଥିବା ମହିଳାଙ୍କୁ ଟଙ୍କା ବାଣ୍ଟିଲେ ମନ୍ତ୍ରୀ

ଇମ୍ଫାଲ: ଏକାଧିକ ଛୁଆ ଜନ୍ମ କରିଥିବା ମହିଳାଙ୍କୁ ଟଙ୍କା ବାଣ୍ଟିଲେ ମନ୍ତ୍ରୀ । ମିଜୋରାମର ଖେଳ ମନ୍ତ୍ରୀ ରବର୍ଟ ସୋମାବିୟା ରୋୟତେ ୧୭ ଜଣ ମହିଳାଙ୍କୁ ୨.୫ ଲକ୍ଷ ଟଙ୍କା ବାଣ୍ଟିଛନ୍ତି । ୧୫ ଛୁଆ ଜନ୍ମ କରିଥିବା ମହିଳାଙ୍କୁ ପ୍ରଥମ ପୁରସ୍କାର ମିଳିଥିବା ବେଳେ ୧୩ ଛୁଆ ଜନ୍ମ କରିଥିବା ମହିଳାଙ୍କୁ ଦ୍ୱିତୀୟ ପୁରସ୍କାର ଦିଆଯାଇଛି ।
ମନ୍ତ୍ରୀଙ୍କ ଅନୁସାରେ, ‘ଅଧିକ ଛୁଆ ଜନ୍ମ କର’ ଅଭିଯାନରେ ଏହି ଅର୍ଥ ଦିଆଯାଇଛି । ଏହି ଅଭିଯାନ ୟଙ୍ଗ ମିଜୋ ଆସୋସିଏସନ ଓ କେତେକ ଚର୍ଚ୍ଚ ସଂଗଠନ ଚଳାଇଛନ୍ତି । ଅବୈଧ ଅନୁପ୍ରବେଶ ରୋକିବା ପାଇଁ ସ୍ଥାନୀୟ ଜନସଂଖ୍ୟା ବୃଦ୍ଧି ଏହାର ଲକ୍ଷ୍ୟ । ପ୍ରଥମ ପୁରସ୍କାର ପାଇଥିବା ମହିଳାଙ୍କ ନାମ ନଙ୍ଗୁରାଉବି । ତାଙ୍କର ୮ଟି ଝିଅ ଓ ୭ ପୁଅ ଅଛନ୍ତି । ତାଙ୍କୁ ୧ ଲକ୍ଷ ଟଙ୍କା ଦିଆଯାଇଛି ।
ଦ୍ୱିତୀୟ ପୁରସ୍କାର ପାଇଥିବା ଲିୟାନଥାଙ୍ଗିଙ୍କ ୧୩ଟି ଛୁଆ ରହିଛି । ତାଙ୍କୁ ୩୦ ହଜାର ଟଙ୍କା ଦିଆଯାଇଛି । ଦୁଇ ମହିଳା ଓ ଜଣେ ପୁରୁଷ ତୃତୀୟ ପୁରସ୍କାର ପାଇଛନ୍ତି । ସେମାନଙ୍କର ୧୨ଟି ଲେଖାଏଁ ଛୁଆ ରହିଛନ୍ତି । ସମସ୍ତଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯାଇଛି । ୮ଟି ଲେଖାଏଁ ଛୁଆ ଥିବା ୧୨ ଜଣ ମହିଳାଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ଭାବେ ୫ ହଜାର ଟଙ୍କା ଲେଖାଏଁ ଦିଆଯାଇଛି ।
Powered by Froala Editor